ନସାଉ କ୍ରିକେଟ୍ ଷ୍ଟାଡିୟମର ରହିବ ନାହିଁ ଚିହ୍ନବର୍ଣ୍ଣ, ଭଙ୍ଗା କାର୍ଯ୍ୟ ଆରମ୍ଭ; ହ୍ୟାଟ୍ରିକ ଜିତିଥିଲା ଭାରତ

ନ୍ୟୁୟର୍କ: ଟି-୨୦ ବିଶ୍ଵକପ୍‌ ଇତିହାସର ସବୁଠୁ ଚର୍ଚ୍ଚିତ ଏବଂ ରହସ୍ୟମୟୀ ପିଚ୍‌ରୁ ଗୋଟିଏ ହେଉଛି ନ୍ୟୁୟର୍କର ନସାଉ କାଉଣ୍ଟି ଇଣ୍ଟରନ୍ୟାସନାଲ କ୍ରିକେଟ୍ ଷ୍ଟାଡିୟମର ପିଚ୍। ଏହି ଷ୍ଟାଡିୟମରେ ଚଳିତ ବିଶ୍ଵକପ୍‌ରେ ଖେଳା ଯାଇଥିବା ସମସ୍ତ ମ୍ୟାଚ୍ ଲୋ ସ୍କୋରିଂ ରହିଥିଲା।  ତଥାପି ସଂଘର୍ଷପୂର୍ଣ୍ଣ ମୁକାବିଲା ଦେଖିବାକୁ ମିଳିଥିଲା। ଏହି ପିଚ୍ ସର୍ବଦା ବୋଲରଙ୍କ ପାଇଁ ମନେ ରଖାଯିବ। ପିଚ୍‌ର ଅସ୍ଵାଭାବିକ ପ୍ରକୃତିକୁ ନେଇ ଆଇସିସିକୁ କଡ଼ା ସମାଲୋଚନା କରାଯାଇଥିଲା। ଏବେ ଏହି ଷ୍ଟାଡିୟମର ଆଉ ଅସ୍ଥିତ୍ଵ ରହିବ ନାହିଁ। ଭାରତ ବନାମ ଆମେରିକା ମ୍ୟାଚ୍ ସରିବା ପରେ ଏହି ଷ୍ଟାଡିୟମର ଭାଙ୍ଗିବା କାର୍ଯ୍ୟ ଆରମ୍ଭ  ହୋଇ ଯାଇଛି। Also read: ପାକିସ୍ତାନର ସବୁଠୁ ଧନୀ କ୍ରିକେଟର କିଏ ? ଜାଣନ୍ତୁ ତାଙ୍କର ସମ୍ପତ୍ତି କେତେ...ଏହି ଷ୍ଟାଡିୟମକୁ ନ୍ୟୁୟର୍କର ଆଇଜନହାବର ପାର୍କରେ ନିର୍ମାଣ କରାଯାଇଥିଲା। ଏହି ପାର୍କକୁ କ୍ରୀଡ଼ା ଓ ଦର୍ଶକଙ୍କ ପାଇଁ ସୁରକ୍ଷିତ ଷ୍ଟାଡିୟମରେ ତିଆରି କରାଯାଇଥିଲା। ହେଲେ ଗତ ଛଅ ସପ୍ତାହରେ ଏହି ଷ୍ଟାଡିୟମ ସଂପୂର୍ଣ୍ଣ ଗାଏବ ହୋଇଯିବ। ଏହି ଷ୍ଟାଡିୟମରେ ୪ ଡ୍ରପ ଇନ ପିଚ୍‌ର ବ୍ୟବହାର କରାଯାଇଥିଲା, ଯାହା କିଛି ମାସ ପୂର୍ବେ ଆଡିଲେଡରୁ ମଗାଯାଇଥିଲା। ଏହି ପିଚ୍‌କୁ ସେଟ୍ ହେବାରେ ୮ରୁ ୧୦ ମାସ ସମୟ ଲାଗିଥାଏ। ମାତ୍ର ନ୍ୟୁୟର୍କରେ ୮ରୁ ୧୦ ସପ୍ତାହ ହୋଇ ନ ଥିଲା ଏହି ପିଚ୍‌ରେ ଟି-୨୦ ବିଶ୍ଵକପ୍ ଖେଳାଗଲା।

ନସାଉ କ୍ରିକେଟ୍ ଷ୍ଟାଡିୟମର ରହିବ ନାହିଁ ଚିହ୍ନବର୍ଣ୍ଣ, ଭଙ୍ଗା କାର୍ଯ୍ୟ ଆରମ୍ଭ; ହ୍ୟାଟ୍ରିକ ଜିତିଥିଲା ଭାରତ

ନ୍ୟୁୟର୍କ: ଟି-୨୦ ବିଶ୍ଵକପ୍‌ ଇତିହାସର ସବୁଠୁ ଚର୍ଚ୍ଚିତ ଏବଂ ରହସ୍ୟମୟୀ ପିଚ୍‌ରୁ ଗୋଟିଏ ହେଉଛି ନ୍ୟୁୟର୍କର ନସାଉ କାଉଣ୍ଟି ଇଣ୍ଟରନ୍ୟାସନାଲ କ୍ରିକେଟ୍ ଷ୍ଟାଡିୟମର ପିଚ୍। ଏହି ଷ୍ଟାଡିୟମରେ ଚଳିତ ବିଶ୍ଵକପ୍‌ରେ ଖେଳା ଯାଇଥିବା ସମସ୍ତ ମ୍ୟାଚ୍ ଲୋ ସ୍କୋରିଂ ରହିଥିଲା।  ତଥାପି ସଂଘର୍ଷପୂର୍ଣ୍ଣ ମୁକାବିଲା ଦେଖିବାକୁ ମିଳିଥିଲା। ଏହି ପିଚ୍ ସର୍ବଦା ବୋଲରଙ୍କ ପାଇଁ ମନେ ରଖାଯିବ। ପିଚ୍‌ର ଅସ୍ଵାଭାବିକ ପ୍ରକୃତିକୁ ନେଇ ଆଇସିସିକୁ କଡ଼ା ସମାଲୋଚନା କରାଯାଇଥିଲା। ଏବେ ଏହି ଷ୍ଟାଡିୟମର ଆଉ ଅସ୍ଥିତ୍ଵ ରହିବ ନାହିଁ। ଭାରତ ବନାମ ଆମେରିକା ମ୍ୟାଚ୍ ସରିବା ପରେ ଏହି ଷ୍ଟାଡିୟମର ଭାଙ୍ଗିବା କାର୍ଯ୍ୟ ଆରମ୍ଭ  ହୋଇ ଯାଇଛି। 

Also read: ପାକିସ୍ତାନର ସବୁଠୁ ଧନୀ କ୍ରିକେଟର କିଏ ? ଜାଣନ୍ତୁ ତାଙ୍କର ସମ୍ପତ୍ତି କେତେ...

ଏହି ଷ୍ଟାଡିୟମକୁ ନ୍ୟୁୟର୍କର ଆଇଜନହାବର ପାର୍କରେ ନିର୍ମାଣ କରାଯାଇଥିଲା। ଏହି ପାର୍କକୁ କ୍ରୀଡ଼ା ଓ ଦର୍ଶକଙ୍କ ପାଇଁ ସୁରକ୍ଷିତ ଷ୍ଟାଡିୟମରେ ତିଆରି କରାଯାଇଥିଲା। ହେଲେ ଗତ ଛଅ ସପ୍ତାହରେ ଏହି ଷ୍ଟାଡିୟମ ସଂପୂର୍ଣ୍ଣ ଗାଏବ ହୋଇଯିବ। ଏହି ଷ୍ଟାଡିୟମରେ ୪ ଡ୍ରପ ଇନ ପିଚ୍‌ର ବ୍ୟବହାର କରାଯାଇଥିଲା, ଯାହା କିଛି ମାସ ପୂର୍ବେ ଆଡିଲେଡରୁ ମଗାଯାଇଥିଲା। ଏହି ପିଚ୍‌କୁ ସେଟ୍ ହେବାରେ ୮ରୁ ୧୦ ମାସ ସମୟ ଲାଗିଥାଏ। ମାତ୍ର ନ୍ୟୁୟର୍କରେ ୮ରୁ ୧୦ ସପ୍ତାହ ହୋଇ ନ ଥିଲା ଏହି ପିଚ୍‌ରେ ଟି-୨୦ ବିଶ୍ଵକପ୍ ଖେଳାଗଲା। ଏହି କାରଣରୁ ନସାଉ ଷ୍ଟାଡିୟମରେ ପ୍ରଥମ ଇନିଂସରେ ହାରାହାରି ସ୍କୋର ୧୦୮ ରନ ଥିଲା। ଆଇସିସିକୁ ଏହି ଷ୍ଟାଡିୟମ ନିର୍ମାଣରେ ପ୍ରାୟ ୨୫୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଛି। ଷ୍ଟାଡିୟମ ୧୦୬ ଦିନରେ ନିର୍ମାଣ ହୋଇ ପ୍ରସ୍ତୁତ ହୋଇଥିଲା। ଏବେ ଏହାର ଭାଙ୍ଗିବା କାମ ଆରମ୍ଭ ହୋଇ ଯାଇଛି।କିଛି ଦିନରେ ଏହି ଷ୍ଟାଡିୟମର ଚିହ୍ନବର୍ଣ୍ଣ ରହିବ ନାହିଁ। 

ଟି-୨୦ ବିଶ୍ଵକପ୍ ୨୦୨୪ରେ ଏଠାରେ ମୋଟ୍ ୮ଟି ମ୍ୟାଚ୍ ଖେଳା ଯାଇଛି। ପ୍ରଥମେ ବ୍ୟାଟିଂ କରିଥିବା ଦଳ ତିନି ଥର ବିଜୟ ଲାଭ କରିଥିବା ବେଳେ ଲକ୍ଷ୍ୟର ପିଛା କରିଥିବା ଦଳ ୫ ଥର ବିଜୟ ହାସଲ କରିଛି। ଭାରତୀୟ ଦଳ ଏଠାରେ ୩ଟି ମ୍ୟାଚ୍ ଖେଳି ସବୁ ଜିତିଛି। ଏହି ଷ୍ଟାଡିୟମର ଦର୍ଶକ ଧାରଣ କ୍ଷମତା ୩୪ ହଜାର ରହିଛି। ପୂର୍ବେ ଏହି ପଡ଼ିଆକୁ ଗୋଲ୍‌ଫ ଟୁର୍ଣ୍ଣାମେଣ୍ଟ ଓ ଫର୍ମୁଲା ଓ୍ଵାନର ଲାସ ଭେଗାସ ଗ୍ରାଣ୍ଡ ପ୍ରିକ୍ସ ପରି ଆୟୋଜନ ପାଇଁ ବ୍ୟବହାର କରାଯାଉଥିଲା।