ନୋଏଡାରେ ଦୁଇ ଟ୍ରକ ମୁହାଁମୁହିଁ ଧକ୍କା : ୪ମୃତ, ୨୪ ଆହତ

ନୂଆଦିଲ୍ଲୀ ୨୦।୦୮: ଉତ୍ତରପ୍ରଦେଶର ନୋଏଡା ଠାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା। ଏହି ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଛି। ସୋମବାର ଦିନ ଦନକୌର ଅଞ୍ଚଳର ଇଷ୍ଟର୍ଣ୍ଣ ପେରିଫେରାଲ ଏକ୍ସପ୍ରେସୱେରେ ଏହି ଘଟଣା ଘଟିଛି। ଯାହାଫଳରେ ୨୪ ଜଣ ଗୁରୁତର ଆହତ ହୋଇଛନ୍ତି। ପୋଲିସ କମିଶନର କହିଛନ୍ତି ଯେ ମେରୁତ ଜିଲ୍ଲାର ବ୍ୟାଣ୍ଡ୍‌ ପାର୍ଟି ହାପୁରରେ ଏକ କାର୍ଯ୍ୟକ୍ରମ କରିବା ପରେ ରବିବାର ରାତି ପ୍ରାୟ ୨.୩୦ ସମୟରେ ଟ୍ରକଟି ଫରିଦାବାଦ ଯାଉଥିଲା। ଏହି ସମୟରେ, ପୂର୍ବ ପେରିଫେରାଲ ଏକ୍ସପ୍ରେସୱେରେ ଟ୍ରକ୍‌ ଟାୟାର ଫାଟି ଯାଇଥିଲା। ଯାହା ଫଳରେ ଏହା ନିୟନ୍ତ୍ରଣ ବାହାରକୁ ଯାଇ ରାସ୍ତା କଡ଼ରେ ଅଟକି ରହିଥିବା ଆଉ ଏକ ଟ୍ରକ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା।ଏହି ଦୁର୍ଘଟଣାରେ ୪ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ୨୪ ଜଣ ଗୁରୁତର ଆହତ ହୋଇଛନ୍ତି। ବ୍ୟାଣ୍ଡ ପାର୍ଟୀରେ ପ୍ରାୟ ୩୦ଜଣ ଥିଲେ। ଆହତମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣା ବିଷୟରେ ସୂଚନା ପାଇବା ପରେ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ଆହତମାନଙ୍କୁ ଚିକିତ୍ସା ପାଇଁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଯେଉଁଠାରେ ସେମାନଙ୍କୁ ଚିକିତ୍ସା କରାଯାଉଛି ଏବଂ ମୃତମାନଙ୍କୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି । କ୍ଷତିଗ୍ରସ୍ତ ଗାଡିଗୁଡ଼ିକୁ ରାସ୍ତାରୁ ହଟାଇ ଏକ ସୁରକ୍ଷିତ ସ୍ଥାନରେ ପାର୍କିଂ କରାଯାଇଛି। ପୋଲିସ ଏହି ଘଟଣା

ନୋଏଡାରେ ଦୁଇ ଟ୍ରକ ମୁହାଁମୁହିଁ ଧକ୍କା : ୪ମୃତ, ୨୪ ଆହତ

ନୂଆଦିଲ୍ଲୀ ୨୦।୦୮: ଉତ୍ତରପ୍ରଦେଶର ନୋଏଡା ଠାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା। ଏହି ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଛି। ସୋମବାର ଦିନ ଦନକୌର ଅଞ୍ଚଳର ଇଷ୍ଟର୍ଣ୍ଣ ପେରିଫେରାଲ ଏକ୍ସପ୍ରେସୱେରେ ଏହି ଘଟଣା ଘଟିଛି। ଯାହାଫଳରେ ୨୪ ଜଣ ଗୁରୁତର ଆହତ ହୋଇଛନ୍ତି। ପୋଲିସ କମିଶନର କହିଛନ୍ତି ଯେ ମେରୁତ ଜିଲ୍ଲାର ବ୍ୟାଣ୍ଡ୍‌ ପାର୍ଟି ହାପୁରରେ ଏକ କାର୍ଯ୍ୟକ୍ରମ କରିବା ପରେ ରବିବାର ରାତି ପ୍ରାୟ ୨.୩୦ ସମୟରେ ଟ୍ରକଟି ଫରିଦାବାଦ ଯାଉଥିଲା। ଏହି ସମୟରେ, ପୂର୍ବ ପେରିଫେରାଲ ଏକ୍ସପ୍ରେସୱେରେ ଟ୍ରକ୍‌ ଟାୟାର ଫାଟି ଯାଇଥିଲା। ଯାହା ଫଳରେ ଏହା ନିୟନ୍ତ୍ରଣ ବାହାରକୁ ଯାଇ ରାସ୍ତା କଡ଼ରେ ଅଟକି ରହିଥିବା ଆଉ ଏକ ଟ୍ରକ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା।

ଏହି ଦୁର୍ଘଟଣାରେ ୪ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ୨୪ ଜଣ ଗୁରୁତର ଆହତ ହୋଇଛନ୍ତି। ବ୍ୟାଣ୍ଡ ପାର୍ଟୀରେ ପ୍ରାୟ ୩୦ଜଣ ଥିଲେ। ଆହତମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣା ବିଷୟରେ ସୂଚନା ପାଇବା ପରେ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ଆହତମାନଙ୍କୁ ଚିକିତ୍ସା ପାଇଁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। 

ଯେଉଁଠାରେ ସେମାନଙ୍କୁ ଚିକିତ୍ସା କରାଯାଉଛି ଏବଂ ମୃତମାନଙ୍କୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି । କ୍ଷତିଗ୍ରସ୍ତ ଗାଡିଗୁଡ଼ିକୁ ରାସ୍ତାରୁ ହଟାଇ ଏକ ସୁରକ୍ଷିତ ସ୍ଥାନରେ ପାର୍କିଂ କରାଯାଇଛି। ପୋଲିସ ଏହି ଘଟଣାର ତଦନ୍ତ କରୁଛି ଏବଂ ସେଠାରେ ଥିବା ସିସିଟିଭି ମାଧ୍ୟମରେ ବ୍ୟାଣ୍ଡ ପାର୍ଟିର ଗାଡିର ଗତିବିଧି ଉପରେ ମଧ୍ୟ ଚେଷ୍ଟା କରୁଛି। ବର୍ତ୍ତମାନ ଘଟଣାର ମାମଲା ରୁଜୁ କରି ତଦନ୍ତ ଆରମ୍ଭ ହୋଇଛି।