ଏଲଓସିରେ ପାକିସ୍ତାନ ସେନାର ସିଜ୍ ଫାୟାର ଉଲ୍ଲଙ୍ଘନ; ଜଣେ ବିଏସଏଫ ଯବାନ ଆହତ
ଶ୍ରୀନଗର: ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଙ୍ଘନ । ଏଲଓସିରେ ସିଜ୍ ଫାୟାର ଭାଙ୍ଗିଛି ପାକିସ୍ତାନ ସେନା । ବୁଧବାର ପାକିସ୍ତାନ ସେନା ବିନା କୌଣସି କାରଣରେ ଅଖନୁର ସୀମାରେ ଗୁଳିମାଡ଼ କରିଥିଲା। ଏହି ଘଟଣାରେ ବିଏସଏଫର ଜଣେ ଯବାନ ଗୁରୁତର ଭାବେ ଆହତ ହୋଇଛନ୍ତି । ଅନ୍ୟପଟେ ପାକ୍ ସେନାର ଅସ୍ତ୍ର ବିରତି ଉଲ୍ଲଙ୍ଘନକୁ କଡ଼ା ଜବାବ ଦେଇଛି ଭାରତୀୟ ସେନା । ବିଏସଏଫ ମୁଖପାତ୍ର କହିଛନ୍ତି, ମଙ୍ଗଳବାର ବିଳମ୍ବିତ ରାତି ପ୍ରାୟ ୨.୩୫ ମିନିଟରେ ଅଖନୁର ସେକ୍ଟରରେ ପାକିସ୍ତାନ ପଟୁ ସିଜ୍ ଫାୟାର ହୋଇଥିଲା । ପାକ୍ ସେନା ଅତର୍କିତ ଭାବେ ଗୁଳିମାଡ଼ କରିଥିଲେ । ଏଥିରେ ଜଣେ ବିଏସଏଫ ଯବାନ ଆହତ ହୋଇଛନ୍ତି । ତାଙ୍କୁ ତୁରନ୍ତ ସେନା ହସ୍ପିଟାଲରେ ଭର୍ତ୍ତି କରି ଚିକିତ୍ସା କରାଯାଉଛି । ଅନ୍ୟପଟେ ଅଖନୁର ସେକ୍ଟରରେ ଆତଙ୍କୀ ଅନୁପ୍ରବେଶ ଆଶଙ୍କା ରହିଥିବାରୁ ଏହା ଉପରେ ନଜର ରଖିଛି ସୁରକ୍ଷାବଳ ।...
ଶ୍ରୀନଗର: ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଙ୍ଘନ । ଏଲଓସିରେ ସିଜ୍ ଫାୟାର ଭାଙ୍ଗିଛି ପାକିସ୍ତାନ ସେନା । ବୁଧବାର ପାକିସ୍ତାନ ସେନା ବିନା କୌଣସି କାରଣରେ ଅଖନୁର ସୀମାରେ ଗୁଳିମାଡ଼ କରିଥିଲା। ଏହି ଘଟଣାରେ ବିଏସଏଫର ଜଣେ ଯବାନ ଗୁରୁତର ଭାବେ ଆହତ ହୋଇଛନ୍ତି । ଅନ୍ୟପଟେ ପାକ୍ ସେନାର ଅସ୍ତ୍ର ବିରତି ଉଲ୍ଲଙ୍ଘନକୁ କଡ଼ା ଜବାବ ଦେଇଛି ଭାରତୀୟ ସେନା ।
ବିଏସଏଫ ମୁଖପାତ୍ର କହିଛନ୍ତି, ମଙ୍ଗଳବାର ବିଳମ୍ବିତ ରାତି ପ୍ରାୟ ୨.୩୫ ମିନିଟରେ ଅଖନୁର ସେକ୍ଟରରେ ପାକିସ୍ତାନ ପଟୁ ସିଜ୍ ଫାୟାର ହୋଇଥିଲା । ପାକ୍ ସେନା ଅତର୍କିତ ଭାବେ ଗୁଳିମାଡ଼ କରିଥିଲେ । ଏଥିରେ ଜଣେ ବିଏସଏଫ ଯବାନ ଆହତ ହୋଇଛନ୍ତି । ତାଙ୍କୁ ତୁରନ୍ତ ସେନା ହସ୍ପିଟାଲରେ ଭର୍ତ୍ତି କରି ଚିକିତ୍ସା କରାଯାଉଛି । ଅନ୍ୟପଟେ ଅଖନୁର ସେକ୍ଟରରେ ଆତଙ୍କୀ ଅନୁପ୍ରବେଶ ଆଶଙ୍କା ରହିଥିବାରୁ ଏହା ଉପରେ ନଜର ରଖିଛି ସୁରକ୍ଷାବଳ ।...