କୋରାପୁଟ ସଦର ଥାନା ଅଞ୍ଚଳରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ପୋଲିସର ତଦନ୍ତ ଆରମ୍ଭ

କୋରାପୁଟ: ଶୌଚ ହେବାକୁ ଯାଇଥିବାବେଳେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ। କୋରାପୁଟ ସଦର ଥାନା ଅନ୍ତର୍ଗତ ପୋଡ଼ାଗଡ଼ ପଞ୍ଚାୟତର ଖଡ଼ା ମାଳିଗୁଡ଼ା ଗ୍ରାମରେ ଘଟିଛି ଏହି ଅଭାବନୀୟ ଘଟଣା। ସୂଚନା ଅନୁଯାୟୀ, ଗ୍ରାମର ଜନୈକ ବ୍ୟକ୍ତିଙ୍କ ନାବାଳିକା ଝିଅ ପ୍ରତିଦିନ ଭଳି ଶୁକ୍ରବାର ମଧ୍ୟ ଶୌଚ ହେବା ପାଇଁ ଘର ନିକଟ ନଦୀକୁ ଯାଇଥିବା ସମୟରେ ତାଙ୍କୁ ଦୁଷ୍କର୍ମ କରାଯାଇଛି। ଏନେଇ ପୀଡ଼ିତାଙ୍କ ପରିବାରଲୋକେ ନୂଆଗୁଡ଼ା ଗ୍ରାମର ମନୋଜ ବେନ୍ୟା ନାମକ ଜଣେ ବ୍ୟକ୍ତିଙ୍କ ନାଁରେ ଅଭିଯୋଗ ଆଣିଛନ୍ତି।ଜଣାପଡ଼ିଛି ମନୋଜ ବିବାହିତ। ତେବେ ଏ ବିଷୟରେ କାହାକୁ କିଛି କହିଲେ ଜୀବନରେ ମାରିଦେବାକୁ ଧମକ ଦେଇଥିବା ମଧ୍ୟ ଅଭିଯୋଗ ହୋଇଛି। ତେବେ ସଦର ଥାନା ପୁଲିସ କେସ ନମ୍ବର ୧୨୫,୬୪/୫୦୬ ବିଏନଏସରେ ମାମଲା ରୁଜୁ କରି ତୁରନ୍ତ ଗାଁରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

କୋରାପୁଟ ସଦର ଥାନା ଅଞ୍ଚଳରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ପୋଲିସର ତଦନ୍ତ ଆରମ୍ଭ

କୋରାପୁଟ: ଶୌଚ ହେବାକୁ ଯାଇଥିବାବେଳେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ। କୋରାପୁଟ ସଦର ଥାନା ଅନ୍ତର୍ଗତ ପୋଡ଼ାଗଡ଼ ପଞ୍ଚାୟତର ଖଡ଼ା ମାଳିଗୁଡ଼ା ଗ୍ରାମରେ ଘଟିଛି ଏହି ଅଭାବନୀୟ ଘଟଣା। 

ସୂଚନା ଅନୁଯାୟୀ, ଗ୍ରାମର ଜନୈକ ବ୍ୟକ୍ତିଙ୍କ ନାବାଳିକା ଝିଅ ପ୍ରତିଦିନ ଭଳି ଶୁକ୍ରବାର ମଧ୍ୟ ଶୌଚ ହେବା ପାଇଁ ଘର ନିକଟ ନଦୀକୁ ଯାଇଥିବା ସମୟରେ ତାଙ୍କୁ ଦୁଷ୍କର୍ମ କରାଯାଇଛି। ଏନେଇ ପୀଡ଼ିତାଙ୍କ ପରିବାରଲୋକେ ନୂଆଗୁଡ଼ା ଗ୍ରାମର ମନୋଜ ବେନ୍ୟା ନାମକ ଜଣେ ବ୍ୟକ୍ତିଙ୍କ ନାଁରେ ଅଭିଯୋଗ ଆଣିଛନ୍ତି।

ଜଣାପଡ଼ିଛି ମନୋଜ ବିବାହିତ। ତେବେ ଏ ବିଷୟରେ କାହାକୁ କିଛି କହିଲେ ଜୀବନରେ ମାରିଦେବାକୁ ଧମକ ଦେଇଥିବା ମଧ୍ୟ ଅଭିଯୋଗ ହୋଇଛି। ତେବେ ସଦର ଥାନା ପୁଲିସ କେସ ନମ୍ବର ୧୨୫,୬୪/୫୦୬ ବିଏନଏସରେ ମାମଲା ରୁଜୁ କରି ତୁରନ୍ତ ଗାଁରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।