ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣା: ଆଜି ଦେଶବ୍ଯାପୀ ଧର୍ମଘଟକୁ ଓହ୍ଲାଇଛନ୍ତି ଡାକ୍ତର, ରୋଗୀ ସେବା ଠପ
ଆଜି ସାରା ଦେଶରେ ବାଧାପ୍ରାପ୍ତ ହେବ ରୋଗୀ ସେବା । ଆନ୍ଦୋଳନରେ ଡାକ୍ତର । ଦେଶବ୍ଯାପୀ ଧର୍ମଘଟକୁ ଓହ୍ଲାଇଛନ୍ତି ଡାକ୍ତର । କୋଲକାତା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ଯା ପ୍ରତିବାଦରେ ଦେଶବ୍ୟାପୀ ଆନ୍ଦୋଳନ ଡାକରା ଦେଇଛି ଭାରତୀୟ ମେଡିକାଲ ସଂଘ । ଏଥିରେ ରାଜ୍ୟର ୬ ହଜାରରୁ ଅଧିକ ଡାକ୍ତର ସାମିଲ ହେବା ନେଇ ସୂଚନା ରହିଛି । ଆଜି ସକାଳ ୬ ରୁ ଆସନ୍ତାକାଲି ସକାଳ ୬ଟା ପର୍ଯ୍ୟନ୍ତ ଏହି ପ୍ରତିବାଦ ଚାଲିବ। ଏହି […] The post ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣା: ଆଜି ଦେଶବ୍ଯାପୀ ଧର୍ମଘଟକୁ ଓହ୍ଲାଇଛନ୍ତି ଡାକ୍ତର, ରୋଗୀ ସେବା ଠପ appeared first on KNews Odisha.

ଆଜି ସାରା ଦେଶରେ ବାଧାପ୍ରାପ୍ତ ହେବ ରୋଗୀ ସେବା । ଆନ୍ଦୋଳନରେ ଡାକ୍ତର । ଦେଶବ୍ଯାପୀ ଧର୍ମଘଟକୁ ଓହ୍ଲାଇଛନ୍ତି ଡାକ୍ତର । କୋଲକାତା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ଯା ପ୍ରତିବାଦରେ ଦେଶବ୍ୟାପୀ ଆନ୍ଦୋଳନ ଡାକରା ଦେଇଛି ଭାରତୀୟ ମେଡିକାଲ ସଂଘ । ଏଥିରେ ରାଜ୍ୟର ୬ ହଜାରରୁ ଅଧିକ ଡାକ୍ତର ସାମିଲ ହେବା ନେଇ ସୂଚନା ରହିଛି । ଆଜି ସକାଳ ୬ ରୁ ଆସନ୍ତାକାଲି ସକାଳ ୬ଟା ପର୍ଯ୍ୟନ୍ତ ଏହି ପ୍ରତିବାଦ ଚାଲିବ। ଏହି ସମୟରେ ଓପିଡି, ନମୂନା ପରୀକ୍ଷା ଓ ଅନ୍ୟସେବା ବନ୍ଦ ରହିବ। କେବଳ ଜରୁରୀକାଳୀନ ସ୍ବାସ୍ଥ୍ୟସେବା ଜାରି ରହିବ।
ଆଇଏମଏ ଭୁବନେଶ୍ବର ଶାଖାର ସମ୍ପାଦକ କହିଛନ୍ତି, ସକାଳ ୬ଟାରୁ ଆନ୍ଦୋଳନ ଆରମ୍ଭ ହେଉଥିବା ବେଳେ ଆଇଏମଏ ଭବନ ସମ୍ମୁଖରେ ଅପରାହ୍ଣ ୫ଟାରେ ବିକ୍ଷୋଭ ପ୍ରଦର୍ଶନ କରାଯିବ। ଭୁବନେଶ୍ବର ଏମସ, ଏସସିବି, ବୁର୍ଲା ଭିମସାର, ଏବଂ ବ୍ରହ୍ମପୁର ଏମକେସିଜି ଗତକାଲି ମଧ୍ୟ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିଛନ୍ତି। ରାଜ୍ୟର ସ୍ବାସ୍ଥ୍ୟ ମନ୍ତ୍ରୀ କହିଛନ୍ତି କୋଲକାତା ଘଟଣା ପାଇଁ ସାରା ଦେଶ ଦୁଃଖିତ । ରୋଗୀ ସେବା ବାଧାପ୍ରାପ୍ତ ନହେବା ନେଇ ସବୁ ସଂଗଠନ ସହ ଆଲୋଚନା ହୋଇଛି ।
ସୂଚନା ମୂତାବକ ପଶ୍ଚିମବଙ୍ଗର ଆର.ଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଟ୍ରେନି ଡାକ୍ତରଙ୍କ ସହ ଘଟିଥିବା ଲୋମଟାଙ୍କୁରା ଘଟଣା ସମସ୍ତଙ୍କୁ ଦୋହଲାଇ ଦେଇଛି। ମହିଳା ଡାକ୍ତରଙ୍କୁ ପ୍ରଥମେ ଦୁଷ୍କର୍ମ କରି ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ପୋଲିସ ଏହି ମାମଲାରେ ଖୋଳତାଡ ଜାରି ରଖିଥିବା ବେଳେ ସିସିଟିଭି ଫୁଟେଜ ଆଧାରରେ ଜଣଙ୍କୁ ଗିରଫ କରିଛି। ମୃତ ଡାକ୍ତର ଜଣଙ୍କ କଲେଜ ସେମିନାର ହଲରେ ଅଚେତ ଅବସ୍ଥାରେ ମିଳିଥିଲେ। ସଙ୍ଗେ ସଙ୍ଗେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବାବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା ।
The post ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣା: ଆଜି ଦେଶବ୍ଯାପୀ ଧର୍ମଘଟକୁ ଓହ୍ଲାଇଛନ୍ତି ଡାକ୍ତର, ରୋଗୀ ସେବା ଠପ appeared first on KNews Odisha.