ରାସ୍ତାରେ ଜଳିଗଲା କୋଇଲା ବୋଝେଇ ଟ୍ରକ୍, ଗାଡ଼ିରୁ ଡେଇଁପଡ଼ିଲେ ଡ୍ରାଇଭର

ସୁନ୍ଦରଗଡ଼ ୨୦।୧୨: ସୁନ୍ଦରଗଡ଼ ସଦର ଥାନା ଅନ୍ତର୍ଗତ ସାର୍ଥକ ସ୍କୁଲ ନିକଟରେ ଜଳିଗଲା କୋଇଲା ବୋଝେଇ ଟ୍ରକ୍ । ନିଆଁକୁ ଆୟତ୍ତ କରିଛନ୍ତି ଅଗ୍ନିଶମ ବାହିନୀ କର୍ମଚାରୀ ।ସୂଚନାଯୋଗ୍ୟ ଯେ, ସୁନ୍ଦରଗଡ଼ ଏମ୍‌ସିଏଲ୍‌ରୁ କୋଇଲା ନେଇ ଟ୍ରକ୍‌ଟି ସୁନ୍ଦରଗଡ଼ ପଟକୁ ଆସୁଥିବା ବେଳେ ହଠାତ ଟ୍ରକ୍‌ଟିରେ ନିଆଁ ଲାଗିଯାଇଥିଲା । ତେବେ ଡ୍ରାଇଭର ଗାଡ଼ିରୁ ଡେଇଁ ପଡ଼ିବା ଫଳରେ ରକ୍ଷା ପାଇଯାଇଥିଲେ । ନିଆଁ ଲାଗିବାର କାରଣ ଜଣାପଡ଼ିନଥିଲେ ମଧ୍ୟ ସର୍ଟ ସର୍କିଟ୍‌ ହୋଇ ନିଆଁ ଲାଗିଥିବା ଅନୁମାନ କରାଯାଉଛି । ଖବର ପାଇ ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।You Can Read:ସଂପର୍କୀୟଙ୍କ ଘରେ ଚାବି ଦେଇ ଶୁଦ୍ଧିକ୍ରିୟାରେ ଯାଇଥିଲେ, ଫେରିଲାବେଳକୁ ସବୁ ନେଇଯାଇଛନ୍ତି ଲୁଟେରା

ରାସ୍ତାରେ ଜଳିଗଲା କୋଇଲା ବୋଝେଇ ଟ୍ରକ୍, ଗାଡ଼ିରୁ ଡେଇଁପଡ଼ିଲେ ଡ୍ରାଇଭର

ସୁନ୍ଦରଗଡ଼ ୨୦।୧୨: ସୁନ୍ଦରଗଡ଼ ସଦର ଥାନା ଅନ୍ତର୍ଗତ ସାର୍ଥକ ସ୍କୁଲ ନିକଟରେ ଜଳିଗଲା କୋଇଲା ବୋଝେଇ ଟ୍ରକ୍ । ନିଆଁକୁ ଆୟତ୍ତ କରିଛନ୍ତି ଅଗ୍ନିଶମ ବାହିନୀ କର୍ମଚାରୀ ।

ସୂଚନାଯୋଗ୍ୟ ଯେ, ସୁନ୍ଦରଗଡ଼ ଏମ୍‌ସିଏଲ୍‌ରୁ କୋଇଲା ନେଇ ଟ୍ରକ୍‌ଟି ସୁନ୍ଦରଗଡ଼ ପଟକୁ ଆସୁଥିବା ବେଳେ ହଠାତ ଟ୍ରକ୍‌ଟିରେ ନିଆଁ ଲାଗିଯାଇଥିଲା । ତେବେ ଡ୍ରାଇଭର ଗାଡ଼ିରୁ ଡେଇଁ ପଡ଼ିବା ଫଳରେ ରକ୍ଷା ପାଇଯାଇଥିଲେ । ନିଆଁ ଲାଗିବାର କାରଣ ଜଣାପଡ଼ିନଥିଲେ ମଧ୍ୟ ସର୍ଟ ସର୍କିଟ୍‌ ହୋଇ ନିଆଁ ଲାଗିଥିବା ଅନୁମାନ କରାଯାଉଛି । ଖବର ପାଇ ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।

You Can Read:

ସଂପର୍କୀୟଙ୍କ ଘରେ ଚାବି ଦେଇ ଶୁଦ୍ଧିକ୍ରିୟାରେ ଯାଇଥିଲେ, ଫେରିଲାବେଳକୁ ସବୁ ନେଇଯାଇଛନ୍ତି ଲୁଟେରା