କେଜ୍ରିଓ୍ବାଲଙ୍କୁ କୋର୍ଟରୁ ମିଳିଲା ଆଶ୍ୱସ୍ତି, ଏହି ୫ କଥାକୁ ମିଳିଲା ଅନୁମତି
ନୂଆଦିଲ୍ଲୀ,୨୮ା୬: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ତିନି ଦିନ ଧରି ସିବିଆଇର ନ୍ୟାୟିକ ହେପାଜତରେ ଅଛନ୍ତି। ଗତ ୨୫ ତାରିଖରେ ଦିଲ୍ଲୀ ମଦ ଦୁର୍ନୀତି ମାମଲା ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ସିବିଆଇ ତାଙ୍କୁ ତିହାର ଜେଲରେ ପଚରାଉଚରା କରିଥିଲା। ତା’ପରେ ପରଦିନ ସେ ରାଉସ ଆଭେନ୍ୟୁ କୋର୍ଟରେ ହାଜର ହୋଇଥିଲେ ଏବଂ ଭ୍ୟାକେସନ ବେଞ୍ଚ ଜଜ୍ ଅମିତାଭ ରାଓ୍ବତ ସିବିଆଇକୁ ତିନି ଦିନ ଜେଲ୍ରେ ରହିବାକୁ ଅନୁମତି ଦେଇଥିଲେ। ଏହା ସହିତ କେଜ୍ରିଓ୍ବାଲଙ୍କୁ କୋର୍ଟ […] The post କେଜ୍ରିଓ୍ବାଲଙ୍କୁ କୋର୍ଟରୁ ମିଳିଲା ଆଶ୍ୱସ୍ତି, ଏହି ୫ କଥାକୁ ମିଳିଲା ଅନୁମତି appeared first on Dharitri Odia News.
ନୂଆଦିଲ୍ଲୀ,୨୮ା୬: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ତିନି ଦିନ ଧରି ସିବିଆଇର ନ୍ୟାୟିକ ହେପାଜତରେ ଅଛନ୍ତି। ଗତ ୨୫ ତାରିଖରେ ଦିଲ୍ଲୀ ମଦ ଦୁର୍ନୀତି ମାମଲା ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ସିବିଆଇ ତାଙ୍କୁ ତିହାର ଜେଲରେ ପଚରାଉଚରା କରିଥିଲା। ତା’ପରେ ପରଦିନ ସେ ରାଉସ ଆଭେନ୍ୟୁ କୋର୍ଟରେ ହାଜର ହୋଇଥିଲେ ଏବଂ ଭ୍ୟାକେସନ ବେଞ୍ଚ ଜଜ୍ ଅମିତାଭ ରାଓ୍ବତ ସିବିଆଇକୁ ତିନି ଦିନ ଜେଲ୍ରେ ରହିବାକୁ ଅନୁମତି ଦେଇଥିଲେ। ଏହା ସହିତ କେଜ୍ରିଓ୍ବାଲଙ୍କୁ କୋର୍ଟ ମଧ୍ୟ କିଛି ଆଶ୍ୱସ୍ତି ଦେଇଛନ୍ତି।
କେଜ୍ରିଓ୍ବାଲ କୋର୍ଟଙ୍କଠାରୁ କିଛି ଅନୁମତି ମାଗିଥିଲେ।
ଏହି ୫ ଅନୁମତିଗୁଡ଼ିକ ହେଲା…
୧. କେଜ୍ରିଓ୍ବାଲ ଜେଲ୍କୁ ତାଙ୍କର ଔଷଧ ନେଇପାରିବେ।
୨. ସେ ନିଜ ଚଷମା ପାଖରେ ରଖିପାରିବେ।
୩. ଘରୁ ଆସିଥିବା ଖାଦ୍ୟ ଖାଇପାରିବେ।
୪. ପ୍ରତିଦିନ ଏକ ଘଣ୍ଟା ପାଇଁ ତାଙ୍କ ସ୍ତ୍ରୀ ଏବଂ ଓକିଲଙ୍କୁ ଭେଟି ପାରିବେ।
୫. ଜେଲ୍ରେ କେଜ୍ରିଓ୍ବାଲଙ୍କୁ ଶ୍ରୀମଦ ଭଗବଦ ଗୀତା ପ୍ରଦାନ ପାଇଁ ଅନୁମତି ଦିଆଯାଇଛି।
ଜଷ୍ଟିସ ଅମିତାଭ ତାଙ୍କୁ ଏହି ପାଞ୍ଚ କଥା ଉପରେ ଛାଡ଼ ପ୍ରଦାନ କରିଥିଲେ।
The post କେଜ୍ରିଓ୍ବାଲଙ୍କୁ କୋର୍ଟରୁ ମିଳିଲା ଆଶ୍ୱସ୍ତି, ଏହି ୫ କଥାକୁ ମିଳିଲା ଅନୁମତି appeared first on Dharitri Odia News.