ଭତ୍ତା ଖାତାରେ ୧୪୦୦ ଟଙ୍କା, ହିତାଧିକାରୀଙ୍କୁ ମିଳିଛି ୧୨୦୦ ଟଙ୍କା, ପଚାରିବାରୁ…

ତୁମୁଡ଼ିବନ୍ଧ,୨୩ା୫(ଦୀପକ କୁମାର ପରାସେଠ୍‌): ଗ୍ରୀଷ୍ମ ପ୍ରଭାବରେ ଭତ୍ତା ହିତାଧିକାରୀଙ୍କ ସୁରକ୍ଷାକୁ ନେଇ ସରକାର ଚଳିତ ମାସ ଜୋତା ଓ ଛତା ପାଇଁ ୪୦୦ଟଙ୍କା ମିଶାଇ ଭତ୍ତା ବଣ୍ଟନ କରା ଯିବା ପାଇଁ ନିର୍ଦ୍ଦେଶ ରହି ଥିବାବେଳେ ଖାତାରେ ୧୪୦୦ ଟଙ୍କା ଲେଖାଯାିଛି। ମାତ୍ର ହିତାଧିକାରୀଙ୍କୁ ୧୨୦୦ ଟଙ୍କା ମିଳିଛି। ଏପରି ଘଟଣା କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ବ୍ଲକ କୁଟିଆ କନ୍ଧ ଅଧ୍ୟୁଷିତ ବେଲଘର ପଞ୍ଚାୟତରେ ଆଜି ଗୁରୁବାର ଜଣା ପଡ଼ିଛି। ସୂଚନାନୁସାରେ, ପାଣ୍ଡା ମାସ୍କା ଗ୍ରାମର ସୁବୁନାଥ […] The post ଭତ୍ତା ଖାତାରେ ୧୪୦୦ ଟଙ୍କା, ହିତାଧିକାରୀଙ୍କୁ ମିଳିଛି ୧୨୦୦ ଟଙ୍କା, ପଚାରିବାରୁ… appeared first on Dharitri Odia News.

ଭତ୍ତା ଖାତାରେ ୧୪୦୦ ଟଙ୍କା, ହିତାଧିକାରୀଙ୍କୁ ମିଳିଛି ୧୨୦୦ ଟଙ୍କା, ପଚାରିବାରୁ…

ତୁମୁଡ଼ିବନ୍ଧ,୨୩ା୫(ଦୀପକ କୁମାର ପରାସେଠ୍‌): ଗ୍ରୀଷ୍ମ ପ୍ରଭାବରେ ଭତ୍ତା ହିତାଧିକାରୀଙ୍କ ସୁରକ୍ଷାକୁ ନେଇ ସରକାର ଚଳିତ ମାସ ଜୋତା ଓ ଛତା ପାଇଁ ୪୦୦ଟଙ୍କା ମିଶାଇ ଭତ୍ତା ବଣ୍ଟନ କରା ଯିବା ପାଇଁ ନିର୍ଦ୍ଦେଶ ରହି ଥିବାବେଳେ ଖାତାରେ ୧୪୦୦ ଟଙ୍କା ଲେଖାଯାିଛି। ମାତ୍ର ହିତାଧିକାରୀଙ୍କୁ ୧୨୦୦ ଟଙ୍କା ମିଳିଛି। ଏପରି ଘଟଣା କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ବ୍ଲକ କୁଟିଆ କନ୍ଧ ଅଧ୍ୟୁଷିତ ବେଲଘର ପଞ୍ଚାୟତରେ ଆଜି ଗୁରୁବାର ଜଣା ପଡ଼ିଛି।

ସୂଚନାନୁସାରେ, ପାଣ୍ଡା ମାସ୍କା ଗ୍ରାମର ସୁବୁନାଥ ମାଝୀ ଭତ୍ତା ଦେବା ଖବର ପାଇ ଗତ ବୁଧବାର ନିଜ ଭତ୍ତା ଖାତା ଧରି ପଞ୍ଚାୟତ କାର୍ଯ୍ୟାଳୟରେ ଭତ୍ତା ପାଇଁ ପହଞ୍ଚିଥିଲେ । ଏହା ପରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଭତ୍ତା ଖାତାରେ ୧୪୦୦ଟଙ୍କା ଲେଖି ୧୨୦୦ଟଙ୍କା ସେହି ଖାତାରେ ଭରି ତାଙ୍କୁ ବିଦାୟ କରିଦେଲେ। ନିରୀହ ସରଳ କୁଟିଆ ଆଦିବାସୀ ସୁବୁନାଥ ଟଙ୍କା ଭରା ଭତ୍ତା ଖାତା ଧରି ନିଜ ଘରକୁ ଫେରିବା ବାଟରେ ସରପଞ୍ଚ ଗୋବିନ୍ଦ ମାଝୀଙ୍କୁ ଦେଖା ହେଲା। ସରପଞ୍ଚ ସୁବୁନାଥଙ୍କୁ ଭତ୍ତା ଟଙ୍କା ପାଇଲ କି ବୋଲି ପଚାରିବାରୁ ସୁବୁନାଥ ହଁ ପାଇଲି କହି ଗଣିଲା ବେଳେ ମାତ୍ର ୧୨୦୦ଟଙ୍କା ଦିଆଯାଇଛି। ସରପଞ୍ଚ ସୁବୁନାଥଙ୍କୁ ଭଲରେ ପଚାରିଲେ ୧୪୦୦ଟଙ୍କା ଦେବାକଥା ୧୨୦୦ ଟଙ୍କା ଦେଇଛନ୍ତି କି ବୋଲି ପଚାରିବାରୁ ହଁ ଏତିକି ହିଁ ଦେଇଛନ୍ତି କହିଲେ ସୁବୁନାଥ। ଏହା ପରେ ସରପଞ୍ଚ ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ପଣ୍ଡାଙ୍କୁ କାହିଁକି ୨୦୦ଟଙ୍କା କାଟି ଭତ୍ତା ହିତାଧିକାରୀଙ୍କୁ ଦିଆଯାଉଛି ବୋଲି ପ୍ରଶ୍ନ କରି ଭତ୍ତା ବଣ୍ଟନ ରେଜିଷ୍ଟର ଛଡ଼ାଇ ନେଇ ଭତ୍ତା ବଣ୍ଟା ବନ୍ଦ କରିଥିଲେ। ଗୁରୁବାର ପଞ୍ଚାୟତ କାର୍ଯ୍ୟାଳୟରେ ଉକ୍ତ ବିଷୟକୁ ନେଇ ହୋହଲ୍ଲା ହୋଇଥିଲା। ଏହା ପରେ ଠିକ୍‌ ଭାବେ ଭତ୍ତା ବଣ୍ଟନ କରାଯାଇଥିଲା। ଏନେଇ ସରପଞ୍ଚ ଗୋବିନ୍ଦ ମାଝି କହିଛନ୍ତି ଯେ, ନିରୀହ ସରଳତାର ସୁଯୋଗ ନେଇ ୨୦୦ଟଙ୍କା କାଟି ଭତ୍ତା ହିତାଧିକାରୀଙ୍କୁ ଦିଆଯାଇଛି ଏହାକୁ ମୁଁ ିରୋଧ କରୁଛି। ତଦନ୍ତ କରାଯାଇ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରୁଛି। ତେବେ ଏହା ବାବଦରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ପଣ୍ଡାଙ୍କୁ ପଚାରିବାରୁ ଭୁଲ୍‌ରେ ହୋଇଥାଇପାରେ। ଜଣା ପଡ଼ିଲା ପରେ ଦିଆଯାଇଛି ବୋଲି କହିଛନ୍ତି।

The post ଭତ୍ତା ଖାତାରେ ୧୪୦୦ ଟଙ୍କା, ହିତାଧିକାରୀଙ୍କୁ ମିଳିଛି ୧୨୦୦ ଟଙ୍କା, ପଚାରିବାରୁ… appeared first on Dharitri Odia News.