ନୋରିସଙ୍କୁ ପ୍ରଥମ ଫର୍ମୁଲା ଓ୍ବାନ ସଫଳତା
ମାୟାମି ଗାର୍ଡେନ୍ସ, ୭ା୫: ବିଶ୍ୱ ଚାମ୍ପିୟନ ତଥା ରେଡ୍ବୁଲର ମାକ୍ସ ଭର୍ଷ୍ଟାପେନ୍ଙ୍କୁ ୭ ସେକେଣ୍ଡ ପଛରେ ପକାଇ ଲାଣ୍ଡୋ ନୋରିସ ଏଠାରେ ମାୟାମି ଗ୍ରଁା ପ୍ରି ଜିତିବା ସହ ତାଙ୍କ କ୍ୟାରିୟରର ପ୍ରଥମ ଫର୍ମୁଲା ଓ୍ବାନ ଟାଇଟଲ ହାସଲ କରିଛନ୍ତି। ମ୍ୟାକଲରେନ ତରଫରୁ ଏହାଥିଲା ତାଙ୍କର ୧୧୦ତମ ରେସ୍। ଫେରାରିର ଚାଲର୍ସ ଲେକରେକ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଏଠାରେ ପୋଲ ପୋଜିଶନରୁ ରେସ୍ ଆରମ୍ଭ କରିଥିବା ଭର୍ଷ୍ଟାପେନ ଚଳିତ ସିଜନ ଓପନିଂ ୫ଟି ରେସ୍ ମଧ୍ୟରୁ […] The post ନୋରିସଙ୍କୁ ପ୍ରଥମ ଫର୍ମୁଲା ଓ୍ବାନ ସଫଳତା appeared first on Dharitri Odia News.
ମାୟାମି ଗାର୍ଡେନ୍ସ, ୭ା୫: ବିଶ୍ୱ ଚାମ୍ପିୟନ ତଥା ରେଡ୍ବୁଲର ମାକ୍ସ ଭର୍ଷ୍ଟାପେନ୍ଙ୍କୁ ୭ ସେକେଣ୍ଡ ପଛରେ ପକାଇ ଲାଣ୍ଡୋ ନୋରିସ ଏଠାରେ ମାୟାମି ଗ୍ରଁା ପ୍ରି ଜିତିବା ସହ ତାଙ୍କ କ୍ୟାରିୟରର ପ୍ରଥମ ଫର୍ମୁଲା ଓ୍ବାନ ଟାଇଟଲ ହାସଲ କରିଛନ୍ତି। ମ୍ୟାକଲରେନ ତରଫରୁ ଏହାଥିଲା ତାଙ୍କର ୧୧୦ତମ ରେସ୍। ଫେରାରିର ଚାଲର୍ସ ଲେକରେକ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଏଠାରେ ପୋଲ ପୋଜିଶନରୁ ରେସ୍ ଆରମ୍ଭ କରିଥିବା ଭର୍ଷ୍ଟାପେନ ଚଳିତ ସିଜନ ଓପନିଂ ୫ଟି ରେସ୍ ମଧ୍ୟରୁ ୪ଟିରେ ବିଜୟ ହାସଲ କରି ବିଶ୍ୱ ଚାମ୍ପିୟନଶିପ୍ ଷ୍ଟାଣ୍ଡିଂରେ ପ୍ରଥମ ସ୍ଥାନରେ ଅଛନ୍ତି। ଯଥାକ୍ରମେ ଚତୁର୍ଥରୁ ଦଶମ ସ୍ଥାନ ଅଧିକାର କରିଥିବା ଅନ୍ୟ ଡ୍ରାଇଭରମାନେ ହେଲେ ସର୍ଗିଓ ପେରେଜ (ରେଡ୍ବୁଲ୍), କାର୍ଲୋସ ସେଞ୍ଜ ଜୁନିୟର (ଫେରାରି), ଲୁଇସ ହାମିଲଟନ (ମର୍ସିଡିଜ), ୟୁକି ଟିସୁନୋଡା (ଆର୍ବି), ଜର୍ଜ ରସେଲ (ମର୍ସିଡିଜ), ଫର୍ନାଣ୍ଡୋ ଆଲେଁାସୋ (ଆଷ୍ଟନ ମାର୍ଟିନ) ଓ ଏଷ୍ଟିବାନ ଓକନ (ଅଲ୍ପାଇନ)। ଚଳିତବର୍ଷର ପରବର୍ତ୍ତୀ ଫର୍ମୁଲା ଓ୍ବାନ୍ ରେସ୍ ୧୯ ତାରିଖରେ ଇମୋଲାଠାରେ ହେବ।
The post ନୋରିସଙ୍କୁ ପ୍ରଥମ ଫର୍ମୁଲା ଓ୍ବାନ ସଫଳତା appeared first on Dharitri Odia News.