ଆଧାର କାର୍ଡକୁ ନେଇ ଆସିଲା ବଡ଼ ଖବର: ୧୦ ବର୍ଷ ଭିତରେ ଅପ୍‌ଡେଟ୍‌ କରି ନ ଥିଲେ…

ଭୁବନେଶ୍ୱର,୫ା୯: ଆଧାର କାର୍ଡ ସବୁଥିରେ ଆବଶ୍ୟକ ପଡୁଥିବାରୁ ଏହାର ଅପ୍‌ଡେଟ୍‌ ଜରୁରୀ। ୧୦ ବର୍ଷ କିମ୍ବା ଏହା ପୂର୍ବରୁ ଆଧାର କାର୍ଡ ଯଦି ଆଧାର ଅପଡେଟ୍‌ କରିନାହାନ୍ତି ତେବେ ଏହାକୁ ତୁରନ୍ତ ଅପ୍‌ଡେଟ୍‌ କରିନିଅନ୍ତୁ। କାରଣ ଏଥିପାଇଁ ପରଚୟ ପ୍ରମାଣ ଓ ଠିକଣାର ଦସ୍ତାବିଜ ଦାଖଲ କରିବାକୁ ପଡ଼ିବ । ମାଗଣାରେ ଆଧାର ଅପଡେଟ୍‌ ପାଇଁ ୟୁନିକ୍‌ ଆଇଡେଣ୍ଟିଫିକେସନ ଅଥରିଟି ଅଫ୍‌ ଇଣ୍ଡିଆ ବା ୟୁଆଇଡିଏଆଇ ପକ୍ଷରୁ ଚଳିତମାସ ୧୪ ତାରିଖ ପର୍ଯ୍ୟନ୍ତ ଅବଧି ରଖାଯାଇଛି। ନିର୍ଦ୍ଧାରିତ […] The post ଆଧାର କାର୍ଡକୁ ନେଇ ଆସିଲା ବଡ଼ ଖବର: ୧୦ ବର୍ଷ ଭିତରେ ଅପ୍‌ଡେଟ୍‌ କରି ନ ଥିଲେ… appeared first on Dharitri Odia News.

ଆଧାର କାର୍ଡକୁ ନେଇ ଆସିଲା ବଡ଼ ଖବର: ୧୦ ବର୍ଷ ଭିତରେ ଅପ୍‌ଡେଟ୍‌ କରି ନ ଥିଲେ…

ଭୁବନେଶ୍ୱର,୫ା୯: ଆଧାର କାର୍ଡ ସବୁଥିରେ ଆବଶ୍ୟକ ପଡୁଥିବାରୁ ଏହାର ଅପ୍‌ଡେଟ୍‌ ଜରୁରୀ। ୧୦ ବର୍ଷ କିମ୍ବା ଏହା ପୂର୍ବରୁ ଆଧାର କାର୍ଡ ଯଦି ଆଧାର ଅପଡେଟ୍‌ କରିନାହାନ୍ତି ତେବେ ଏହାକୁ ତୁରନ୍ତ ଅପ୍‌ଡେଟ୍‌ କରିନିଅନ୍ତୁ। କାରଣ ଏଥିପାଇଁ ପରଚୟ ପ୍ରମାଣ ଓ ଠିକଣାର ଦସ୍ତାବିଜ ଦାଖଲ କରିବାକୁ ପଡ଼ିବ ।

ମାଗଣାରେ ଆଧାର ଅପଡେଟ୍‌ ପାଇଁ ୟୁନିକ୍‌ ଆଇଡେଣ୍ଟିଫିକେସନ ଅଥରିଟି ଅଫ୍‌ ଇଣ୍ଡିଆ ବା ୟୁଆଇଡିଏଆଇ ପକ୍ଷରୁ ଚଳିତମାସ ୧୪ ତାରିଖ ପର୍ଯ୍ୟନ୍ତ ଅବଧି ରଖାଯାଇଛି। ନିର୍ଦ୍ଧାରିତ ସମୟ ସରିବା ପରେ ୟୁଆଇଡିଏଆଇ ପକ୍ଷରୁ ଆଧାର ଅପଡେଟ୍‌ କରିବା ପାଇଁ ୫୦ ଟଙ୍କା ଦେୟ ଦେବାକୁ ପଡ଼ିବ।

ଅନ୍ୟପକ୍ଷରେ ବୁଧବାରଠାରୁ ସୁଭଦ୍ରା ଯୋଜନା ପାଇଁ ଅପଲୋଡ୍‌ ପ୍ରକ୍ରିୟା ଆରମ୍ଭ ହୋଇଛି। ଏନେଇ ବହୁ ମହିଳା ସେମାନଙ୍କ ଆଧାର କାର୍ଡ ସହ ବ୍ୟାଙ୍କ ଲିଙ୍କ୍‌ ପାଇଁ ଭିଡ଼ ଜମାଉଛନ୍ତି। କେତେକ ସ୍ଥାନରେ ଏହାକୁ ନେଇ ଗଣ୍ଡଗୋଳ ପରିସ୍ଥିତି ମଧ୍ୟ ସୃଷ୍ଟି ହେଉଛି। କେତେକ ସ୍ଥାନରେ ଭିଡ଼ ନିୟନ୍ତ୍ରଣ ପାଇଁ ପୋଲିସ ମୁତୟନ ରହିଛି।

ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବୁଧବାର ସୁଭଦ୍ରା କଲ୍‌ ସେଣ୍ଟର ଉଦ୍‌ଘାଟନ କରି ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି, ସୁଭଦ୍ରା ଫର୍ମ ଦାଖଲର କୌଣସି ଶେଷ ତାରିଖ ନାହିଁ। ଶେଷ ଯୋଗ୍ୟ ହିତାଧିକାରୀ ଦାଖଲ କରିବା ଯାଏ ଫର୍ମ ଗ୍ରହଣ ହେବ ବୋଲି ଆଜି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ତା’ ପରେ ବି ଯିଏ ଆବେଦନ କରିବେ ତାଙ୍କୁ ବି ପ୍ରଥମ କିସ୍ତି ମିଳିବ।  ୧୭ ତାରିଖ ପରେ ବି ରେଜିଷ୍ଟ୍ରେସନ କଲେ ଟଙ୍କା ମିଳିବ।

 

The post ଆଧାର କାର୍ଡକୁ ନେଇ ଆସିଲା ବଡ଼ ଖବର: ୧୦ ବର୍ଷ ଭିତରେ ଅପ୍‌ଡେଟ୍‌ କରି ନ ଥିଲେ… appeared first on Dharitri Odia News.