ଅନାସ୍ଥା ପ୍ରସ୍ତାବ ପରେ ସାଂଘାତିକ ଅଭିଯୋଗ ଆଣିଲେ ପୌର ପରିଷଦ ଅଧ୍ୟକ୍ଷା: ସାଙ୍ଗେସାଙ୍ଗେ ଦୀପାଳୀଙ୍କୁ…
ଭୁବନେଶ୍ୱର,୧୫।୧: ବ୍ରଜରାଜନଗର ପୌର ପରିଷଦ ଅଧ୍ୟକ୍ଷା ଯାଜ୍ଞସେନୀ ଓରାମଙ୍କ ବିରୋଧରେ ଅନାସ୍ଥା ଆସିଥିବା ବେଳେ ନବୀନ ନିବାସରୁ ବିଜେଡି ନେତ୍ରୀ ଦୀପାଳି ଦାସଙ୍କୁ ଡାକରା ଆସିଥିବା ଚର୍ଚ୍ଚା ହେଉଛି । ବୁଧବାର ଦଳୀୟ ସୁପ୍ରିମୋଙ୍କ ଉଦ୍ଦେଶ୍ୟରେ ଭିଡିଓ ଜାରି କରି ଯାଜ୍ଞସେନୀ କହିଥିଲେ, ବିଜେଡି ଲୋକ ଏଠାରେ ବିଜେତି ନେତାଙ୍କ ବିରୋଧରେ କାମ କରୁଛନ୍ତି । ଏମିତି ହେଲେ ଝାରସୁଗୁଡାରେ ବିଜେଡି ଭାଙ୍ଗିଯିବ । ଆଦିବାସୀ ମହିଳା ହୋଇଥିବାରୁ ହଇରାଣ କରାଯାଉଥିବା ମଧ୍ୟ ଯାଜ୍ଞସେନୀ କହିଥିଲେ ॥ […] The post ଅନାସ୍ଥା ପ୍ରସ୍ତାବ ପରେ ସାଂଘାତିକ ଅଭିଯୋଗ ଆଣିଲେ ପୌର ପରିଷଦ ଅଧ୍ୟକ୍ଷା: ସାଙ୍ଗେସାଙ୍ଗେ ଦୀପାଳୀଙ୍କୁ… appeared first on Dharitri Odia News.
ଭୁବନେଶ୍ୱର,୧୫।୧: ବ୍ରଜରାଜନଗର ପୌର ପରିଷଦ ଅଧ୍ୟକ୍ଷା ଯାଜ୍ଞସେନୀ ଓରାମଙ୍କ ବିରୋଧରେ ଅନାସ୍ଥା ଆସିଥିବା ବେଳେ ନବୀନ ନିବାସରୁ ବିଜେଡି ନେତ୍ରୀ ଦୀପାଳି ଦାସଙ୍କୁ ଡାକରା ଆସିଥିବା ଚର୍ଚ୍ଚା ହେଉଛି । ବୁଧବାର ଦଳୀୟ ସୁପ୍ରିମୋଙ୍କ ଉଦ୍ଦେଶ୍ୟରେ ଭିଡିଓ ଜାରି କରି ଯାଜ୍ଞସେନୀ କହିଥିଲେ, ବିଜେଡି ଲୋକ ଏଠାରେ ବିଜେତି ନେତାଙ୍କ ବିରୋଧରେ କାମ କରୁଛନ୍ତି । ଏମିତି ହେଲେ ଝାରସୁଗୁଡାରେ ବିଜେଡି ଭାଙ୍ଗିଯିବ । ଆଦିବାସୀ ମହିଳା ହୋଇଥିବାରୁ ହଇରାଣ କରାଯାଉଥିବା ମଧ୍ୟ ଯାଜ୍ଞସେନୀ କହିଥିଲେ ॥
ଅନାସ୍ଥା ପଛରେ ଦୀପାଳିଙ୍କର ହାତ ଥିବା ଅଭିଯୋଗ ପରେ ନବୀନ ନିବାସରୁ ଡାକରା ଆସିଥିବା ଚର୍ଚ୍ଚା ହେଉଛି । ନବୀନ ନିବାସରେ ସୁପ୍ରିମୋଙ୍କ ଉପସ୍ଥିତିରେ ଦୀପାଳିଙ୍କୁ ବୁଝାଇବାକୁ ଉଦ୍ୟମ ହେଉଥିବା କୁହାଯାଉଛି । ତେବେ ନବୀନ ନିବାସରେ ବ୍ରଜରାଜନଗର କଳି ପହଞ୍ଚିଥିବା ବେଳେ ଏହାର ସମାଧାନ ହେଉଛି କି ନାହିଁ ତାହାକୁ ନେଇ ଅପେକ୍ଷ।
ସେପଟେ ଝାରସୁଗୁଡାରେ ଭାଙ୍ଗିଯିବ ବିଜେଡି। ଏକଥା ଆଉ କେହି ନୁହେଁ ବରଂ ଦଳୀୟ ନେତ୍ରୀ କହିଛନ୍ତି। ବ୍ରଜରାଜନଗର ପୌର ପରିଷଦର ଅଧ୍ୟକ୍ଷା ଯାଜ୍ଞସେନୀ ଓରାମ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଭିଡିଓ ମେସେଜ ଶେୟାର କରିଛନ୍ତି। ଆଉ କହିଛନ୍ତି, ଦଳରେ ଆଦିବାସୀ ମହିଳାଙ୍କୁ ଜାଣିଶୁଣି ହଇରାଣ କରାଯାଉଛି ।
The post ଅନାସ୍ଥା ପ୍ରସ୍ତାବ ପରେ ସାଂଘାତିକ ଅଭିଯୋଗ ଆଣିଲେ ପୌର ପରିଷଦ ଅଧ୍ୟକ୍ଷା: ସାଙ୍ଗେସାଙ୍ଗେ ଦୀପାଳୀଙ୍କୁ… appeared first on Dharitri Odia News.