ଜଳପ୍ରଳୟ, ରାସ୍ତାରେ ଲହଡ଼ି ଭାଙ୍ଗୁଛି ବର୍ଷା ପାଣି
ବେଙ୍ଗାଲୁରୁ ,୧୯।୫: ଦୁଇ ଦିନର ଲଗାଣ ବର୍ଷାରେ ବେହାଲ ହୋଇପଡିଛି ବେଙ୍ଗାଲୁରୁ ସହର । ଅନେକ ତଳିଆ ଅଞ୍ଚଳ ଜଳମଗ୍ନ ହୋଇ ରହିଛି। ଫଳରେ ସହରର ବିଭିନ୍ନ ସ୍ଥାନରେ ଟ୍ରାଫିକ ସମସ୍ୟା ଦେଖାଦେଇଛି। ଏପରିକି ରାସ୍ତାରେ ଲହଡି ଭାଙ୍ଗୁଛି ବର୍ଷା ପାଣି । ଯେଉଁ ରାସ୍ତାରେ ଯାନବାହନ ଚାଳାଚଳ କରୁଥିଲା ସେହି ରାସ୍ତାରେ ଚାଲୁଛି ଲାଇଭ ବୋଟ । ଏପରିକି ବର୍ଷା ପ୍ରଭାବିତ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ତେବେ ଡ୍ରେନେଜ ସମସ୍ୟା ପାଇଁ […] The post ଜଳପ୍ରଳୟ, ରାସ୍ତାରେ ଲହଡ଼ି ଭାଙ୍ଗୁଛି ବର୍ଷା ପାଣି appeared first on Dharitri Odia News.
ବେଙ୍ଗାଲୁରୁ ,୧୯।୫: ଦୁଇ ଦିନର ଲଗାଣ ବର୍ଷାରେ ବେହାଲ ହୋଇପଡିଛି ବେଙ୍ଗାଲୁରୁ ସହର । ଅନେକ ତଳିଆ ଅଞ୍ଚଳ ଜଳମଗ୍ନ ହୋଇ ରହିଛି। ଫଳରେ ସହରର ବିଭିନ୍ନ ସ୍ଥାନରେ ଟ୍ରାଫିକ ସମସ୍ୟା ଦେଖାଦେଇଛି। ଏପରିକି ରାସ୍ତାରେ ଲହଡି ଭାଙ୍ଗୁଛି ବର୍ଷା ପାଣି । ଯେଉଁ ରାସ୍ତାରେ ଯାନବାହନ ଚାଳାଚଳ କରୁଥିଲା ସେହି ରାସ୍ତାରେ ଚାଲୁଛି ଲାଇଭ ବୋଟ ।
ଏପରିକି ବର୍ଷା ପ୍ରଭାବିତ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ତେବେ ଡ୍ରେନେଜ ସମସ୍ୟା ପାଇଁ ଏଭଳି ଜଳବନ୍ଦୀ ସମସ୍ୟା ଉପୁଜିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ବେଙ୍ଗାଲୁରୁର କେଙ୍ଗରୀରେ ସର୍ବାଧିକ ୧୩୨ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ବେଳେ ବେଙ୍ଗାଳୁରୁର ଉତ୍ତରାଞ୍ଚଳରେ ୧୩୧.୫ ମିଲିମିଟର ବ:ା ହୋଇଛି। ସେହିପରି କିଛି ଅଞ୍ଚଳରେ ରାତି ସାରା ବର୍ଷା ହୋଇଛି।
The post ଜଳପ୍ରଳୟ, ରାସ୍ତାରେ ଲହଡ଼ି ଭାଙ୍ଗୁଛି ବର୍ଷା ପାଣି appeared first on Dharitri Odia News.