ଯୋଗାଣ ମନ୍ତ୍ରୀଙ୍କ ଘୋଷଣା, ନୂଆବର୍ଷରୁ ହିତାଧିକାରୀଙ୍କୁ ମିଳିବ ନୂଆ ରାସନ କାର୍ଡ

ଭୁବନେଶ୍ୱର ୧୩।୧୧ : ହିତାଧିକାରୀଙ୍କ ପାଇଁ ଖୁସିର ଖବର । ନୂଆବର୍ଷରୁ ମିଳିବ ନୂଆ ରାସନ କାର୍ଡ । ଖାଦ୍ୟ ଓ ଯୋଗାଣା ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଏନେଇ ଘୋଷଣା କରିଛନ୍ତି । ମନ୍ତ୍ରୀଙ୍କ ଅନୁସାରେ, ଜୁଲାଇରୁ ଆରମ୍ଭ ହୋଇଥିଲା ଇ-କେଓ୍ୱାଇସି ଯାଞ୍ଚ । ଯାହାକି ନଭେମ୍ବର ମାସରେ ସରିଯିବ । ଏହି ଇ-କେଓ୍ୱାଇସି ଯାଞ୍ଚ ଦ୍ୱାରା ୧୬ ଲକ୍ଷରୁ ଅଧିକ ଅଯୋଗ୍ୟ ହିତାଧିକାରୀ ଚିହ୍ନଟ ହୋଇଛନ୍ତି । ତେଣୁ ପୁରୁଣା ରାସନ କାର୍ଡର ଯାଞ୍ଚ ସରିଛି । ଏବେ ଆସନ୍ତା ମାସରୁ ନୂଆ ରାସନ କାର୍ଡ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ । ସମସ୍ତ କାର୍ଯ୍ୟ ଶେଷ ହେବା ପରେ ନୂଆ ରାସନ କାର୍ଡ ମିଳିବ । ୨୦୨୫ ଜାନୁଆରୀରେ ସମସ୍ତଙ୍କୁ ନୂଆ ରାସନ କାର୍ଡ ମିଳିବାକୁ ଟାର୍ଗେଟ ରଖିଛନ୍ତି ରାଜ୍ୟ ସରକାର । ନୂଆ ରାସନ କାର୍ଡ ପାଇଁ ୧୦ ଲକ୍ଷରୁ ଉର୍ଦ୍ଧ୍ବ ଆବେଦନ, ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ କାର୍ଡ

ଯୋଗାଣ ମନ୍ତ୍ରୀଙ୍କ ଘୋଷଣା, ନୂଆବର୍ଷରୁ ହିତାଧିକାରୀଙ୍କୁ ମିଳିବ ନୂଆ ରାସନ କାର୍ଡ

ଭୁବନେଶ୍ୱର ୧୩।୧୧ : ହିତାଧିକାରୀଙ୍କ ପାଇଁ ଖୁସିର ଖବର । ନୂଆବର୍ଷରୁ ମିଳିବ ନୂଆ ରାସନ କାର୍ଡ । ଖାଦ୍ୟ ଓ ଯୋଗାଣା ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଏନେଇ ଘୋଷଣା କରିଛନ୍ତି । 

ମନ୍ତ୍ରୀଙ୍କ ଅନୁସାରେ, ଜୁଲାଇରୁ ଆରମ୍ଭ ହୋଇଥିଲା ଇ-କେଓ୍ୱାଇସି ଯାଞ୍ଚ । ଯାହାକି ନଭେମ୍ବର ମାସରେ ସରିଯିବ । ଏହି ଇ-କେଓ୍ୱାଇସି ଯାଞ୍ଚ ଦ୍ୱାରା ୧୬ ଲକ୍ଷରୁ ଅଧିକ ଅଯୋଗ୍ୟ ହିତାଧିକାରୀ ଚିହ୍ନଟ ହୋଇଛନ୍ତି । ତେଣୁ ପୁରୁଣା ରାସନ କାର୍ଡର ଯାଞ୍ଚ ସରିଛି । ଏବେ ଆସନ୍ତା ମାସରୁ ନୂଆ ରାସନ କାର୍ଡ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ । ସମସ୍ତ କାର୍ଯ୍ୟ ଶେଷ ହେବା ପରେ ନୂଆ ରାସନ କାର୍ଡ ମିଳିବ । ୨୦୨୫ ଜାନୁଆରୀରେ ସମସ୍ତଙ୍କୁ ନୂଆ ରାସନ କାର୍ଡ ମିଳିବାକୁ ଟାର୍ଗେଟ ରଖିଛନ୍ତି ରାଜ୍ୟ ସରକାର । 

ନୂଆ ରାସନ କାର୍ଡ ପାଇଁ ୧୦ ଲକ୍ଷରୁ ଉର୍ଦ୍ଧ୍ବ ଆବେଦନ, ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ କାର୍ଡ