ଏଣିକି ଏଟିଏମରୁ ଉଠାଇପାରିବେ ପିଏଫ୍‌ ଟଙ୍କା! ଜାଣନ୍ତୁ କେବେ ଠୁ ଆରମ୍ଭ ହେବ…

ନୂଆଦିଲ୍ଲୀ,୧।୧୨: ଏଣିକି ପିଏଫ ଟଙ୍କା ଉଠାଇବାକୁ ମାସ ମାସ ଅପେକ୍ଷା କରିବାକୁ ପଡ଼ିବନି । ଏବେ ଏଟିଏମରୁ ତୁରନ୍ତ ଉଠାଇପାରିବେ ପିଏଫ ଟଙ୍କା। ଯଦି ଆପଣ ମଧ୍ୟ ଏକ ବେତନ ପ୍ରାପ୍ତ ଶ୍ରେଣୀ କର୍ମଚାରୀ ଓ ପ୍ରତି ମାସରେ ଆପଣଙ୍କ ବେତନରୁ ପିଏଫ କଟୁଛି, ତେବେ ଏହି ଖବର ଆପଣଙ୍କ ପାଇଁ । କର୍ମଚାରୀଙ୍କ ସୁବିଧା ପାଇଁ ସରକାର ବଡ଼ ଘୋଷଣା କରିଛନ୍ତି। ଶ୍ରମ ମନ୍ତ୍ରଣାଳୟ PF କଣ୍ଟ୍ରିବ୍ୟଶନରେ ପରିବର୍ତ୍ତନ ପାଇଁ ପ୍ରସ୍ତୁତ ହେଉଛି। ଯାହା ଫଳରେ […] The post ଏଣିକି ଏଟିଏମରୁ ଉଠାଇପାରିବେ ପିଏଫ୍‌ ଟଙ୍କା! ଜାଣନ୍ତୁ କେବେ ଠୁ ଆରମ୍ଭ ହେବ… appeared first on Dharitri Odia News.

ଏଣିକି ଏଟିଏମରୁ ଉଠାଇପାରିବେ ପିଏଫ୍‌ ଟଙ୍କା! ଜାଣନ୍ତୁ କେବେ ଠୁ ଆରମ୍ଭ ହେବ…

ନୂଆଦିଲ୍ଲୀ,୧।୧୨: ଏଣିକି ପିଏଫ ଟଙ୍କା ଉଠାଇବାକୁ ମାସ ମାସ ଅପେକ୍ଷା କରିବାକୁ ପଡ଼ିବନି । ଏବେ ଏଟିଏମରୁ ତୁରନ୍ତ ଉଠାଇପାରିବେ ପିଏଫ ଟଙ୍କା। ଯଦି ଆପଣ ମଧ୍ୟ ଏକ ବେତନ ପ୍ରାପ୍ତ ଶ୍ରେଣୀ କର୍ମଚାରୀ ଓ ପ୍ରତି ମାସରେ ଆପଣଙ୍କ ବେତନରୁ ପିଏଫ କଟୁଛି, ତେବେ ଏହି ଖବର ଆପଣଙ୍କ ପାଇଁ । କର୍ମଚାରୀଙ୍କ ସୁବିଧା ପାଇଁ ସରକାର ବଡ଼ ଘୋଷଣା କରିଛନ୍ତି।

ଶ୍ରମ ମନ୍ତ୍ରଣାଳୟ PF କଣ୍ଟ୍ରିବ୍ୟଶନରେ ପରିବର୍ତ୍ତନ ପାଇଁ ପ୍ରସ୍ତୁତ ହେଉଛି। ଯାହା ଫଳରେ ଅବସର ପରେ କର୍ମଚାରୀଙ୍କ ପେନଶନ ବୃଦ୍ଧି ପାଇବ। ଏହା ବ୍ୟତୀତ ସରକାର EPFO 3.0 ଯୋଜନା କରୁଛନ୍ତି ବୋଲି ମଧ୍ୟ ଖବର ଆସୁଛି। ପାନ ୨.୦ ଲଞ୍ଚ ହେବାର ଅଳ୍ପ ସମୟ ପରେ କେନ୍ଦ୍ର ସରକାର ବର୍ତ୍ତମାନ EPFO 3.0 ସ୍କିମ ଆରମ୍ଭ କରିବାକୁ ପ୍ରସ୍ତୁତ ହେଉଛନ୍ତି, ଯେଉଁଥିରେ ଅନେକ ନୂଆ ଫିଚର୍ସ ସାମିଲ ହେବ ବୋଲି ଆଶା କରାଯାଉଛି । ଏଥି ସହିତ, କର୍ମଚାରୀଙ୍କ ପ୍ରୋଭିଡେଣ୍ଟ ଫଣ୍ଡ ସଂଗଠନ (ଇପିଏଫଏ) ପ୍ରୋଭିଡେଣ୍ଟ ଫଣ୍ଡ (ପିଏଫ)ରେ କର୍ମଚାରୀଙ୍କ କଣ୍ଟ୍ରିବ୍ୟୁଶନ ଉପରେ ୧୨ ପ୍ରତିଶତ ଲିମିଟକୁ ହଟାଯାଇପାରେ ।

ରିପୋର୍ଟ ଅନୁଯାୟୀ, କର୍ମଚାରୀମାନେ ଯେକୌଣସି ସମୟରେ ନିର୍ଦ୍ଧାରିତ ଲିମିଟଠାରୁ ଅଧିକ କଣ୍ଟ୍ରିବ୍ୟୁଶନ କରିବାର ସୁବିଧା ପାଇପାରିବେ, ଯାହା ଗ୍ରାହକଙ୍କୁ ଅଧିକ ଫାଇନ୍ସିଆଲ ଫ୍ଲେକ୍ସିବିଲିଟି ପ୍ରଦାନ କରିବ । ତଥାପି, କର୍ମଚାରୀଙ୍କ ଦରମା ଆଧାରରେ ନିଯୁକ୍ତିଦାତାର କଣ୍ଟ୍ରିବ୍ୟୁସନ ର୍ନିଣ୍ଣୟ କରାଯିବ, ଯେଉଁ କାରଣରୁ ନିଯୁକ୍ତିଦାତାଙ୍କ ଉପରେ କୌଣସି ଅତିରିକ୍ତ ଆର୍ଥିକ ବୋଝ ପଡ଼ିବ ନାହିଁ ।

ସରକାରଙ୍କ ଏହି ପଦକ୍ଷେପ ଫଳରେ ଗ୍ରାହକମାନେ ସିଧାସଳଖ ଏଟିଏମ ମାଧ୍ୟମରେ PF ରାଶି ଉଠାଇପାରିବେ । ଏଟିଏମ ମାଧ୍ୟମରେ PF ଟଙ୍କା ଉଠାଣକୁ ସୁଗମ କରିବା ପାଇଁ ଶ୍ରମ ମନ୍ତ୍ରଣାଳୟ ମଧ୍ୟ କାର୍ଡ ପ୍ରଦାନ ଉପରେ କାର୍ଯ୍ୟ କରୁଛି। ଏହି ସୁବିଧା ମେ-ଜୁନ ୨୦୨୫ ସୁଦ୍ଧା କାର୍ଯ୍ୟକ୍ଷମ ହେବ ବୋଲି ଆଶା କରାଯାଉଛି, ଯାହା EPFO ଗ୍ରାହକଙ୍କ ପାଇଁ ସୁବିଧାକୁ ଆହୁରି ଉନ୍ନତ କରିବ ।

କେନ୍ଦ୍ର ସରକାର କର୍ମଚାରୀଙ୍କ ପେନଶନ ସ୍କିମ ୧୯୯୫ (EPS-95) ରେ ସଂଶୋଧନ ଉପରେ ବିଚାର କରୁଛନ୍ତି। ନଭେମ୍ବର ୨୮ ରେ ଏକ ପିଟିଆଇ ରିପୋର୍ଟରେ ଦର୍ଶାଯାଇଛି ଯେ ଶ୍ରମ ମନ୍ତ୍ରଣାଳୟ କର୍ମଚାରୀମାନଙ୍କୁ ସିଧାସଳଖ EPS-95 ରେ କଣ୍ଟ୍ରିବ୍ୟୁସନ କରିବାକୁ ଅନୁମତି ଦେବା ପାଇଁ ବିକଳ୍ପ ଅନୁସନ୍ଧାନ କରୁଛି। ଏଥିସହ ସରକାର ଇପିଏଫ କଣ୍ଟ୍ରିବ୍ୟୁସନ ପାଇଁ ଦରମା ସୀମା ବୃଦ୍ଧି କରିବାକୁ ଯୋଜନା କରୁଛନ୍ତି। ୨୦୧୪ ସଂଶୋଧନ ପରେ ଏକ ଦଶନ୍ଧି ମଧ୍ୟରେ ଏହା ପ୍ରଥମ ବୃଦ୍ଧି ହେବ । ୧୦ ବର୍ଷ ପୂର୍ବେ ଏହି ସୀମା ୬,୫୦୦ ରୁ ୧୫,୦୦୦ ଟଙ୍କାକୁ ବୃଦ୍ଧି କରାଯାଇଥିଲା। ଦି ଇକୋନୋମିକ ଟାଇମ୍ସରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଏହି ନୂଆ ଲିମିଟ ୭,୦୦୦ ରୁ ୨୧,୦୦୦ ଟଙ୍କାକୁ ବୃଦ୍ଧି ପାଇପାରେ, ଯାହାଦ୍ୱାରା କର୍ମଚାରୀମାନଙ୍କ ପାଇଁ ଅବସରକାଳୀନ ସୁବିଧା ସୁନିଶ୍ଚିତ ହେବ ।

The post ଏଣିକି ଏଟିଏମରୁ ଉଠାଇପାରିବେ ପିଏଫ୍‌ ଟଙ୍କା! ଜାଣନ୍ତୁ କେବେ ଠୁ ଆରମ୍ଭ ହେବ… appeared first on Dharitri Odia News.