ଟ୍ରକ୍କୁ ପିଟିଲା ଟମାଟୋ ବୋଝେଇ ପିକ୍ଅପ୍, ୨ ଗୁରୁତର
କୋକସରା,୨୨ା୧୧(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା ଜାତୀୟ ରାଜପଥ ୨୬ କୋକସରା ଥାନା ଡଙ୍ଗରିଗୁଡ଼ା ଆପନା ଢାବା ନିକଟରେ ଏକ ଟ୍ରକ୍କୁ ଜୟପୁର ପଟୁ ବଲାଙ୍ଗୀରକୁ ଟମାଟୋ ବୋଝେଇ କରି ଦ୍ରୁତଗତିରେ ଯାଉଥିବା ପିକ୍ଅପ୍ ଓଡି ୦୩ ଏବି ୫୬୭୪ ପଛ ପଟୁ ଧକ୍କା ଦେଇଥିଲା। ପିକ୍ଅପ୍ ମଧ୍ୟରେ ଡ୍ରାଇଭର ଓ ଅନ୍ୟ ଜଣେ ଗାଡ଼ି ଭିତରେ ଚାପି ହୋଇ ରହିଥିବା ବେଳେ ସ୍ଥାନୀୟ ଢାବା ମାଲିକ ଏନେଇ ମୋଟେର ଫାଣ୍ଡି ପୋଲିସକୁ ଖବର ଦେବାପରେ ଘଟଣାସ୍ଥଳରେ […] The post ଟ୍ରକ୍କୁ ପିଟିଲା ଟମାଟୋ ବୋଝେଇ ପିକ୍ଅପ୍, ୨ ଗୁରୁତର appeared first on Dharitri Odia News.
କୋକସରା,୨୨ା୧୧(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା ଜାତୀୟ ରାଜପଥ ୨୬ କୋକସରା ଥାନା ଡଙ୍ଗରିଗୁଡ଼ା ଆପନା ଢାବା ନିକଟରେ ଏକ ଟ୍ରକ୍କୁ ଜୟପୁର ପଟୁ ବଲାଙ୍ଗୀରକୁ ଟମାଟୋ ବୋଝେଇ କରି ଦ୍ରୁତଗତିରେ ଯାଉଥିବା ପିକ୍ଅପ୍ ଓଡି ୦୩ ଏବି ୫୬୭୪ ପଛ ପଟୁ ଧକ୍କା ଦେଇଥିଲା। ପିକ୍ଅପ୍ ମଧ୍ୟରେ ଡ୍ରାଇଭର ଓ ଅନ୍ୟ ଜଣେ ଗାଡ଼ି ଭିତରେ ଚାପି ହୋଇ ରହିଥିବା ବେଳେ ସ୍ଥାନୀୟ ଢାବା ମାଲିକ ଏନେଇ ମୋଟେର ଫାଣ୍ଡି ପୋଲିସକୁ ଖବର ଦେବାପରେ ଘଟଣାସ୍ଥଳରେ ମୋଟେର ଓ କୋକସରା ପୋଲିସ ପହଞ୍ଚି କୋକସରା ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ତେବେ ଗାଡ଼ି କାଟିବା ପାଇଁ ଆବଶ୍ୟକ ମେଶିନ ନ ଥିବାରୁ ଭବାନୀପାଟଣା ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚିବା ପରେ ଦୁଇ ଗୁରୁତରଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। ଦୁଇ ଗୁରୁତର ହେଲେ ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ଅଞ୍ଚଳର ଡ୍ରାଇଭର ଭବାନୀ ଶଙ୍କର ମାଝୀ (୨୪) ଓ ପ୍ରହଲ୍ଲାଦ ମାଝୀ (୨୨)। ଦୁଇ ଗୁରୁତରଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ବେଳେ କୋକସରା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ଜିଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା।
The post ଟ୍ରକ୍କୁ ପିଟିଲା ଟମାଟୋ ବୋଝେଇ ପିକ୍ଅପ୍, ୨ ଗୁରୁତର appeared first on Dharitri Odia News.