ଭାଜପା ପକ୍ଷରୁ ସମ୍ବିଧାନ ପ୍ରଣେତାଙ୍କ ଜୟନ୍ତୀ
ପାଟଣା,୧୪ା୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍ ଭାଜପା ତରଫରୁ ବ୍ଲକ୍ସ୍ତରୀୟ ସମ୍ବିଧାନ ପ୍ରଣେତା ବାବା ସାହେବ ଆମ୍ବେଦକର ଜୟନ୍ତୀ ଡୁମୁରିଆ ପଞ୍ଚାୟତ ନୂଆଗାଁରେ ପାଳିତ ହୋଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ ଯୋଗଦେଇ ଭାରତୀୟ ସମ୍ବିଧାନ ଓ ସ୍ବାଧୀନତା ସଂଗ୍ରାମରେ ବାବା ସାହେବଙ୍କ ଯୋଗଦାନ ଉପରେ ଆଲୋକପାତ କରିଥିଲେ। ପାଟଣା ବିଧାୟକଙ୍କ ବ୍ଲକ୍ ପ୍ରତିନିଧି କମଳା କାନ୍ତ ଦାଶ, ବରିଷ୍ଠ ଆଇନଜୀବୀ ରାଧାକାନ୍ତ ମହାନ୍ତ, ନାରୀ ନେତ୍ରୀ ସୋମବାରୀ […] The post ଭାଜପା ପକ୍ଷରୁ ସମ୍ବିଧାନ ପ୍ରଣେତାଙ୍କ ଜୟନ୍ତୀ appeared first on Dharitri Odia News.
ପାଟଣା,୧୪ା୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍ ଭାଜପା ତରଫରୁ ବ୍ଲକ୍ସ୍ତରୀୟ ସମ୍ବିଧାନ ପ୍ରଣେତା ବାବା ସାହେବ ଆମ୍ବେଦକର ଜୟନ୍ତୀ ଡୁମୁରିଆ ପଞ୍ଚାୟତ ନୂଆଗାଁରେ ପାଳିତ ହୋଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ ଯୋଗଦେଇ ଭାରତୀୟ ସମ୍ବିଧାନ ଓ ସ୍ବାଧୀନତା ସଂଗ୍ରାମରେ ବାବା ସାହେବଙ୍କ ଯୋଗଦାନ ଉପରେ ଆଲୋକପାତ କରିଥିଲେ। ପାଟଣା ବିଧାୟକଙ୍କ ବ୍ଲକ୍ ପ୍ରତିନିଧି କମଳା କାନ୍ତ ଦାଶ, ବରିଷ୍ଠ ଆଇନଜୀବୀ ରାଧାକାନ୍ତ ମହାନ୍ତ, ନାରୀ ନେତ୍ରୀ ସୋମବାରୀ ମୁଣ୍ଡା, ବରିଷ୍ଠ ନେତା ସୁବ୍ରତ କୁମାର ଦ୍ୱିବେଦୀ, ନିରଞ୍ଜନ ମହାନ୍ତ, ଉମାକାନ୍ତ ମହାନ୍ତ, ଅନୁରୋଧ ମହାନ୍ତ ପ୍ରମୁଖ ସାମିଲ ହୋଇଥିଲେ।
The post ଭାଜପା ପକ୍ଷରୁ ସମ୍ବିଧାନ ପ୍ରଣେତାଙ୍କ ଜୟନ୍ତୀ appeared first on Dharitri Odia News.