ପ୍ରଶାନ୍ତ ଜଗଦ୍ଦେବଙ୍କ ଗିରଫଦାରି ଏକ ଷଡ଼ଯନ୍ତ୍ର : ପୀତାମ୍ବର

ଖୋର୍ଦ୍ଧା,୧ା୬(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ବିଧାନସଭା ଆସନର ଭାଜପା ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବଙ୍କ ଗିରଫଦାରି ଏକ ଷଡ଼ଯନ୍ତ୍ର। ଜଗଦ୍ଦେବ ବର୍ତ୍ତମାନ ଚିଲିକାର ବିଧାୟକ ଅଛନ୍ତି। ଏହି ଗିରଫଦାରି ସମ୍ପୂର୍ଣ୍ଣଭାବେ ବେଆଇନ। ପୋଲିସ ତରବରିଆଭାବେ ଜଣେ ସିଟିଙ୍ଗ ଏମ୍‌ଏଲଏଙ୍କୁ ଅପରାଧୀଭାବେ ଗୋଡାଇ ଗାଡିରୁ ଓହ୍ଲାଇ ରାସ୍ତାରୁ ଗିରଫ କଲା। ଥାନାରେ ବସିବାକୁ ଦେଲେ ନାହିଁ। ତଳେ ବସାଇ ଦିଆଗଲା, ଖାଦ୍ୟ କି ପାଣି ମଧ୍ୟ ଦେଇ ନ ଥିଲେ। ରାତିଅଧିଆ ଜେଲ ପଠାଇବା ସମ୍ପୂର୍ଣ୍ଣଭାବେ ବେଆଇନ। ପ୍ରିଜାଇଡିଂ ଅଫିସରଙ୍କୁ ଉପରୁ […] The post ପ୍ରଶାନ୍ତ ଜଗଦ୍ଦେବଙ୍କ ଗିରଫଦାରି ଏକ ଷଡ଼ଯନ୍ତ୍ର : ପୀତାମ୍ବର appeared first on Dharitri Odia News.

ପ୍ରଶାନ୍ତ ଜଗଦ୍ଦେବଙ୍କ ଗିରଫଦାରି ଏକ ଷଡ଼ଯନ୍ତ୍ର : ପୀତାମ୍ବର

ଖୋର୍ଦ୍ଧା,୧ା୬(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ବିଧାନସଭା ଆସନର ଭାଜପା ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବଙ୍କ ଗିରଫଦାରି ଏକ ଷଡ଼ଯନ୍ତ୍ର। ଜଗଦ୍ଦେବ ବର୍ତ୍ତମାନ ଚିଲିକାର ବିଧାୟକ ଅଛନ୍ତି। ଏହି ଗିରଫଦାରି ସମ୍ପୂର୍ଣ୍ଣଭାବେ ବେଆଇନ। ପୋଲିସ ତରବରିଆଭାବେ ଜଣେ ସିଟିଙ୍ଗ ଏମ୍‌ଏଲଏଙ୍କୁ ଅପରାଧୀଭାବେ ଗୋଡାଇ ଗାଡିରୁ ଓହ୍ଲାଇ ରାସ୍ତାରୁ ଗିରଫ କଲା। ଥାନାରେ ବସିବାକୁ ଦେଲେ ନାହିଁ। ତଳେ ବସାଇ ଦିଆଗଲା, ଖାଦ୍ୟ କି ପାଣି ମଧ୍ୟ ଦେଇ ନ ଥିଲେ। ରାତିଅଧିଆ ଜେଲ ପଠାଇବା ସମ୍ପୂର୍ଣ୍ଣଭାବେ ବେଆଇନ। ପ୍ରିଜାଇଡିଂ ଅଫିସରଙ୍କୁ ଉପରୁ ଚାପ ପକାଇ ମିଥ୍ୟା ଅଭିଯୋଗ କରିବାକୁ ବାଧ୍ୟ କରାଯାଇ ଏଭଳି ନାଟକ ରଚନା କରାଯାଇଛି। ରାତି ସାଢ଼େ ୧୨ଟାରେ ଜଜ୍‌ଙ୍କୁ ଉଠାଇ ଜଗଦ୍ଦେବଙ୍କୁ ହାଜର କରାଇ, ପକ୍ଷ ରଖିବାକୁ ସୁଯୋଗ ନ ଦେଇ ମିଛ ମାମଲାରେ ଫସାଇ ତାଙ୍କୁ ଜେଲ ପଠାଇଦେଲେ। ସିଆର୍‌ପିସି ପୋଲିସ ବିଧିବ୍ୟବସ୍ଥା ଅନୁସାରେ ଜଗଦ୍ଦେବଙ୍କୁ ସେକ୍ସନ ୪୧ରେ ଥାନାରୁ ଜାମିନ ଦିଆଯାଇପାରିଥାନ୍ତା। ତାହାକୁ କାର୍ଯ୍ୟକାରୀ କରାଯାଇନାହିଁ। ତାଙ୍କ ଗିରଫକୁ ନେଇ ସଦର ଏସ୍‌ଡିପିଓ ଦିଲୀପ ଦାସଙ୍କ ସ୍ବଚ୍ଛତା ଉପରେ ପ୍ରଶ୍ନ ଉଠାଇଛନ୍ତି ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ। ଜଗଦ୍ଦେବଙ୍କ ଗିରଫଦାରିକୁ ଏକ ଚକ୍ରାନ୍ତ ବୋଲି ଜାମିନ ଆବେଦନ ଶୁଣାଣି ମାମଲାରେ ବରିଷ୍ଠ ଆଇନଜୀବୀ ପୀତାମ୍ବର ଅତିରିକ୍ତ ଜିଲା ଦୌରାଜଜ୍‌-୨ଙ୍କ ନିକଟରେ ଯୁକ୍ତି ବାଢ଼ିବା ସହ କୋର୍ଟ ବାହାରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି।
ଆହୁରି କହିଥିଲେ, ଘଟଣା ଦିନ ବରିଷ୍ଠ ଆଇପିଏସ୍‌ ଅଫିସର ଡି.ଏସ୍‌ କୁଟ୍ଟେ ଏବଂ ଆଶିଷ ସିଂଙ୍କ ନିର୍ଦ୍ଦେଶକ୍ରମେ ଖୋର୍ଦ୍ଧା ସଦର ଏସ୍‌ଡିପିଓ ଦିଲୀପ ଦାସ, ଜଣେ ମହିଳା ଆଇଆଇସିଙ୍କ ମାଧ୍ୟମରେ ଏହାକୁ କାର୍ଯ୍ୟକାରୀ କରାଯାଇଛି। ଜଗଦ୍ଦେବଙ୍କୁ ମିଥ୍ୟା ମାମଲାରେ ଛନ୍ଦି ଜେଲ ପଠାଯିବ, ତାହାର ବ୍ୟବସ୍ଥା କରିଥିଲେ। ସେଥିଲାଗି ଭାରତୀୟ ନିର୍ବାଚନ ଆୟୋଗ(ଇସିଆଇ)ଙ୍କୁ ଏଥିରେ ହସ୍ତକ୍ଷେପ କରିବାକୁ ପଡିଲା। ଜଗଦ୍ଦେବଙ୍କ ତଦନ୍ତକୁ ନିରପେକ୍ଷ ଭାବେ ତ୍ୱରାନ୍ବିତ କରିବାକୁ ନିର୍ଦ୍ଦେଶ ଦେବା ସହ ନିର୍ବାଚନ ପ୍ରକ୍ରିୟାରେ ଅଯଥା ହସ୍ତକ୍ଷେପ ଲାଗି ମୁଖ୍ୟ ଚକ୍ରାନ୍ତକାରୀ ଆଇପିଏସ୍‌ ଅଧିକାରୀ ଡି.ଏସ୍‌ କୁଟ୍ଟେ ଏବଂ ଆଶିଷ ସିଂଙ୍କ ବିରୋଧରେ ଇସିଆଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। କୁଟ୍ଟେଙ୍କୁ ନିଲମ୍ବିତ କରିଥିବା ବେଳେ ଆଶିଷ ସିଂଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ ପାଇଁ ଇସିଆଇ ଭୁବନେଶ୍ୱର ଏମ୍ସ ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଆଶିଷ ଗତ ୪ତାରିଖରୁ ସ୍ବାସ୍ଥ୍ୟ ଖରାପ ଥିବା ଦର୍ଶାଇ ବିଜେଡି ପାଇଁ କାମ କରୁଥିଲେ। ତେବେ ଛୁଟିରେ ରହି ନିର୍ବାଚନ ପ୍ରକ୍ରିୟାରେ ହସ୍ତକ୍ଷେପ କରୁଥିବା ନେଇ ଅଭିଯୋଗ ପରେ ଇସିଆଇ ପଦକ୍ଷେପ ନେଇଛନ୍ତି। ନିର୍ବାଚନ ପ୍ରକ୍ରିୟା ଚାଲିଥିବା ବେଳେ ବିଜୁ ଜନତା ଦଳ ପରାଜୟ ଭୟରେ ରାଜ୍ୟରେ ବ୍ୟାପକ ହିଂସାକାଣ୍ଡ ଘଟାଇଛି। ଖଲ୍ଲିକୋଟ ଏବଂ ବରଗଡ଼ରେ ୨ ଭାଜପା କର୍ମୀଙ୍କୁ ହତ୍ୟା କରାଗଲା। ଭାଜପା ରାଜ୍ୟ ଯୁବମୋର୍ଚ୍ଚା ସଭାପତିଙ୍କ ମୁଣ୍ଡ ଫଟାଇ ଦେଲେ। ହେଲେ ପୋଲିସ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଗଲା ନାହିଁ। ଜୁନ୍‌ ୧୦ରେ ଭାଜପା ରାଜ୍ୟରେ ସରକାର ଗଢ଼ିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିସାରିଛନ୍ତି ବୋଲି ପୀତାମ୍ବର କହିଛନ୍ତି।

The post ପ୍ରଶାନ୍ତ ଜଗଦ୍ଦେବଙ୍କ ଗିରଫଦାରି ଏକ ଷଡ଼ଯନ୍ତ୍ର : ପୀତାମ୍ବର appeared first on Dharitri Odia News.