ଜହ୍ନରୁ ଆସିବ ମାଟି: ଖୁସି ଖବର ଦେଲେ ଇସ୍ରୋ ମୁଖ୍ୟ

ନୂଆଦିଲ୍ଲୀ,୧୦।୪: ଏବେ ଭାରତର୍‌ ମୁନ୍‌ ମିଶନ୍‌ ଧୀରେ ଧୀରେ ସଫଳତାର ପାହାଚ ଚଢୁଛି। ଜହ୍ନରୁ ମାଟି ଆଣିବା ପାଇଁ ଯେଉଁ ଚର୍ଚ୍ଚା ହେଉଥିଲା, ତାହା ଏବେ ସତ ହେବାକୁ ଯାଉଛି। ଭାରତର ଚତୁର୍ଥ ମୁନ ମିଶନରେ ଜହ୍ନରୁ ମାଟି ଓ ପଥର ନମୁନା ସଂଗ୍ରହ କରି ଇସ୍ରୋ ପୃଥିବୀକୁ ଆଣିବ ବୋଲି ଜଣାପଡିଛି। ଇସ୍ରୋ ଅଧ୍ୟକ୍ଷ ଏସ ସୋମନାଥ ଏନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି, ୨୦୪୦ ମସିହାରେ ଭାରତୀୟ ମହାକାଶଚାରୀ ଚନ୍ଦ୍ରପୃଷ୍ଠରେ ଓହ୍ଲାଇବେ ବୋଲି ପ୍ରଧାନମନ୍ତ୍ରୀ […] The post ଜହ୍ନରୁ ଆସିବ ମାଟି: ଖୁସି ଖବର ଦେଲେ ଇସ୍ରୋ ମୁଖ୍ୟ appeared first on Dharitri Odia News.

ଜହ୍ନରୁ ଆସିବ ମାଟି: ଖୁସି ଖବର ଦେଲେ ଇସ୍ରୋ ମୁଖ୍ୟ

ନୂଆଦିଲ୍ଲୀ,୧୦।୪: ଏବେ ଭାରତର୍‌ ମୁନ୍‌ ମିଶନ୍‌ ଧୀରେ ଧୀରେ ସଫଳତାର ପାହାଚ ଚଢୁଛି। ଜହ୍ନରୁ ମାଟି ଆଣିବା ପାଇଁ ଯେଉଁ ଚର୍ଚ୍ଚା ହେଉଥିଲା, ତାହା ଏବେ ସତ ହେବାକୁ ଯାଉଛି। ଭାରତର ଚତୁର୍ଥ ମୁନ ମିଶନରେ ଜହ୍ନରୁ ମାଟି ଓ ପଥର ନମୁନା ସଂଗ୍ରହ କରି ଇସ୍ରୋ ପୃଥିବୀକୁ ଆଣିବ ବୋଲି ଜଣାପଡିଛି। ଇସ୍ରୋ ଅଧ୍ୟକ୍ଷ ଏସ ସୋମନାଥ ଏନେଇ ସୂଚନା ଦେଇଛନ୍ତି।
ସେ କହିଛନ୍ତି, ୨୦୪୦ ମସିହାରେ ଭାରତୀୟ ମହାକାଶଚାରୀ ଚନ୍ଦ୍ରପୃଷ୍ଠରେ ଓହ୍ଲାଇବେ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି। ଏହାକୁ ସଫଳ କରିବା ପାଇଁ ହେଲେ, ଆମକୁ ନିରନ୍ତର ବିଭିନ୍ନ ଧରଣର ଅଭିଯାନ କରିବାକୁ ପଡିବ ସେ ଦିଗରେ ପ୍ରଥମ ପଦକ୍ଷେପ ହେବ ଚନ୍ଦ୍ରଯାନ-୪। ଏଥିରେ ମହାକାଶଯାନକୁ ଚନ୍ଦ୍ରକୁ ପଠାଯିବ ଏବଂ ସେଠାରୁ ନମୁନା ସଂଗ୍ରହ କରି ପୃଥିବୀକୁ ଅଣାଯିବ। ଏନେଇ ଏବେ ଗବେଷଣା ଚାଲିଛି।

The post ଜହ୍ନରୁ ଆସିବ ମାଟି: ଖୁସି ଖବର ଦେଲେ ଇସ୍ରୋ ମୁଖ୍ୟ appeared first on Dharitri Odia News.