ବିଧାୟକ, ସାଂସଦ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଲେ ପାଣ୍ଡିଆନ
ପାଟଣା,୨୧।୫(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀ ସାହାରପଡ଼ା ବ୍ଲକ ମୁଖ୍ୟାଳୟ ହାଇସ୍କୁଲ ପଡ଼ିଆରେ ମଙ୍ଗଳବାର ଅପରାହ୍ନରେ ବିଜେଡି ନେତା କାର୍ତ୍ତିକ ପାଣ୍ଡିୟାନ ପାଟଣା ବିଜେଡି ବିଧାୟକ ପ୍ରାର୍ଥୀ ଜଗନ୍ନାଥ ନାଏକ ଓ ସାଂସଦ ପ୍ରାର୍ଥୀ ଧନୁର୍ଜୟ ସିଧୁଙ୍କ ପାଇଁ ନିର୍ବାଚନ ପ୍ରଚାର କରିବା ସହ ଭୋଟ ଭିକ୍ଷା କରିଛନ୍ତି। ଏହି ଅବସରରେ କେନ୍ଦ୍ର ନେତାଙ୍କୁ ଟୁରିଷ୍ଟ ଭଳି ଓଡ଼ିଶା ଆସି ଚାଲିଯିବେ ବୋଲି ପାଣ୍ଡିଆନ କହିଛନ୍ତି। ହେଲେ ମୁଖ୍ୟମନ୍ତ୍ରୀ ଏଠି ରହିବେ ରାଜ୍ୟବାସୀଙ୍କ କଥା ଚିନ୍ତା […] The post ବିଧାୟକ, ସାଂସଦ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଲେ ପାଣ୍ଡିଆନ appeared first on Dharitri Odia News.
ପାଟଣା,୨୧।୫(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀ ସାହାରପଡ଼ା ବ୍ଲକ ମୁଖ୍ୟାଳୟ ହାଇସ୍କୁଲ ପଡ଼ିଆରେ ମଙ୍ଗଳବାର ଅପରାହ୍ନରେ ବିଜେଡି ନେତା କାର୍ତ୍ତିକ ପାଣ୍ଡିୟାନ ପାଟଣା ବିଜେଡି ବିଧାୟକ ପ୍ରାର୍ଥୀ ଜଗନ୍ନାଥ ନାଏକ ଓ ସାଂସଦ ପ୍ରାର୍ଥୀ ଧନୁର୍ଜୟ ସିଧୁଙ୍କ ପାଇଁ ନିର୍ବାଚନ ପ୍ରଚାର କରିବା ସହ ଭୋଟ ଭିକ୍ଷା କରିଛନ୍ତି। ଏହି ଅବସରରେ କେନ୍ଦ୍ର ନେତାଙ୍କୁ ଟୁରିଷ୍ଟ ଭଳି ଓଡ଼ିଶା ଆସି ଚାଲିଯିବେ ବୋଲି ପାଣ୍ଡିଆନ କହିଛନ୍ତି। ହେଲେ ମୁଖ୍ୟମନ୍ତ୍ରୀ ଏଠି ରହିବେ ରାଜ୍ୟବାସୀଙ୍କ କଥା ଚିନ୍ତା କରିବେ ବୋଲି ପାଣ୍ଡିଆନ କହିଛନ୍ତି।
୫ବର୍ଷ ପରେ ପୁଣି ସୁଯୋଗ ଆସିଛି। ନବୀନବାବୁଙ୍କୁ ଜିତାଇବା ପାଇଁ ବିଧାୟକ ଏବଂ ସାଂସଦ ପ୍ରାର୍ଥୀଙ୍କୁ ୨୫ ତାରିଖରେ ଭୋଟ ଦେବାକୁ ସେ ଜନସାଧାରଣଙ୍କୁ ନିବେଦନ କରିଥିଲେ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜୁନ ୯ରେ ଶପଥ ନେଲା ପରେ ପ୍ରଥମ ଦସ୍ତଖତରେ ସମସ୍ତ ଲୋକଙ୍କ ବିଦ୍ୟୁତ୍ ବିଲ ଛାଡ କରିବେ। ଏପରି କି ଜନସାଧାରଣଙ୍କ ପାଇଁ ବିଜୁ ସ୍ବାସ୍ଥ୍ୟ କାର୍ଡ ସହ ମିଶନ ଶକ୍ତି ମହିଳାଙ୍କ ପାଇଁ ଭତ୍ତା, ଆଦିବାସୀଙ୍କ ଜଙ୍ଗଳଜାତ ଦ୍ରବ୍ୟର ଉଚିତ ମୂଲ୍ୟରେ ବିକ୍ରି, ଛାତ୍ରୀଛାତ୍ରଙ୍କୁ ଷ୍ଟାଇପେଣ୍ଡ, ଭୀମକୁଣ୍ଡ ପର୍ଯ୍ୟଟନ କେନ୍ଦ୍ରକୁ ୨୦ କୋଟିର ଅନୁଦାନ ସହ ପାଟଣା ନିର୍ବାଚନମଣ୍ଡଳୀର ବିଭିନ୍ନ ରାସ୍ତା ଓ ପୋଲକୁ ଦିଆଯାଇଥିବା ଅନୁଦାନର ବିବରଣୀ ପଢ଼ି ଜନସାଧାରଣଙ୍କୁ ଅବଗତ କରାଇଥିଲେ। ସଭା ଆରମ୍ଭରେ ବିଧାୟକ ଏବଂ ସାଂସଦ ପ୍ରାର୍ଥୀଙ୍କୁ ଯୋଡ଼ି ଶଙ୍ଖରେ ଭୋଟଦେବାକୁ ଜନସାଧାରଣଙ୍କୁ ସେ ନିବେଦନ କରିଥିଲେ।
The post ବିଧାୟକ, ସାଂସଦ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଲେ ପାଣ୍ଡିଆନ appeared first on Dharitri Odia News.