IT ନୋଟିସ ମାମଲାରେ କଂଗ୍ରେସକୁ ଆଶ୍ୱସ୍ତି, ଲୋକସଭା ନିର୍ବାଚନ ଯାଏ ହେବନି କୌଣସି କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ଆୟକର ବିଭାଗର ନୋଟିସ ମାମଲାରେ କଂଗ୍ରେସକୁ କିଛି ଦିନ ପାଇଁ ଆଶ୍ୱସ୍ତି ମିଳିଛି । ସୁପ୍ରିମକୋର୍ଟରେ ଶୁଣାଣି ବେଳେ ଆୟକର ବିଭାଗ କହିଛି ଯେ ଲୋକସଭା ନିର୍ବାଚନ ସମୟ ଚାଲିଛି, ତେଣୁ ଆମେ ଏହି ଟଙ୍କା ରିକଭରିକୁ ନେଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ ନାହିଁ । କଂଗ୍ରେସ ଏହି ମାମଲାରେ ସୁପ୍ରିମକୋର୍ଟରେ ଯାଚିକା ଦାଖଲ କରିଛି । ଜଷ୍ଟିସ୍ ବିଭି ରାଗରତ୍ନାଙ୍କ ପୀଠ ଏହି ମାମଲାରେ ଶୁଣାଣି କରିଛନ୍ତି । ଆୟକର ବିଭାଗ ପକ୍ଷରୁ ସଲିସିଟର୍ ଜେନେରାଲ ତୁଷାର ମେହେତା ପକ୍ଷ ରଖିଥିଲେ । ଜୁଲାଇ ୨୪ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ଏସଜି ତୁଷାର ମେହେତା ମାମଲାର ଶୁଣାଣି ବେଳେ କହିଛନ୍ତି, ଆମେ ୧୭୦୦ କୋଟି ଟଙ୍କାର ନୋଟିସ୍ ପଠାଇଛୁ । କିନ୍ତୁ ଲୋକସଭା ନିର୍ବାଚନ ଆସୁଛି । ଆମେ ବର୍ତ୍ତମାନ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ ନାହିଁ । ଇନକମ୍ ଟ୍ୟାକ୍ସ ବିଭାଗ କୋର୍ଟକୁ ବିଶ୍ୱାସ ଦେଇଛନ୍ତି ଯେ ଏବେ ନିର୍ବାଚନ ସମୟ ଚାଲିଛି । ତେଣୁ ଆମେ ଏହି ଟଙ୍କା ଆଦୟକୁ ନେଇ କୌଣସି ପଦକ୍ଷେପ ନେବୁ ନାହିଁ । ମାମଲାର ଶୁଣାଣି ଜୁନରେ କରାଯାଉ, ସେପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ହେବ ନାହିଁ । ପଢନ୍ତୁ:ତିହାର ଜେଲ୍‌ରେ କଣ କଣ କରିବେ CM କେଜରିଓ୍ୱାଲ? ଜାଣନ୍ତୁ କଣ କହୁଛି ଜେଲ୍ ମାନୁଆଲଏସଜି ତୁଷାର ମେହେତା କୋର୍ଟରେ ଶୁଣାଣି ବେଳେ କହିଛନ୍ତି, ୨୦୨୪ରେ ୨୦ ପ୍ରତିଶତ ପୈଠର ବିକଳ୍ପ ଦିଆଯାଇଥିଲା । ୧୩୫ କୋଟି ଟଙ୍

IT ନୋଟିସ ମାମଲାରେ କଂଗ୍ରେସକୁ ଆଶ୍ୱସ୍ତି, ଲୋକସଭା ନିର୍ବାଚନ ଯାଏ ହେବନି କୌଣସି କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ଆୟକର ବିଭାଗର ନୋଟିସ ମାମଲାରେ କଂଗ୍ରେସକୁ କିଛି ଦିନ ପାଇଁ ଆଶ୍ୱସ୍ତି ମିଳିଛି । ସୁପ୍ରିମକୋର୍ଟରେ ଶୁଣାଣି ବେଳେ ଆୟକର ବିଭାଗ କହିଛି ଯେ ଲୋକସଭା ନିର୍ବାଚନ ସମୟ ଚାଲିଛି, ତେଣୁ ଆମେ ଏହି ଟଙ୍କା ରିକଭରିକୁ ନେଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ ନାହିଁ । କଂଗ୍ରେସ ଏହି ମାମଲାରେ ସୁପ୍ରିମକୋର୍ଟରେ ଯାଚିକା ଦାଖଲ କରିଛି । ଜଷ୍ଟିସ୍ ବିଭି ରାଗରତ୍ନାଙ୍କ ପୀଠ ଏହି ମାମଲାରେ ଶୁଣାଣି କରିଛନ୍ତି । ଆୟକର ବିଭାଗ ପକ୍ଷରୁ ସଲିସିଟର୍ ଜେନେରାଲ ତୁଷାର ମେହେତା ପକ୍ଷ ରଖିଥିଲେ । ଜୁଲାଇ ୨୪ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । 

ଏସଜି ତୁଷାର ମେହେତା ମାମଲାର ଶୁଣାଣି ବେଳେ କହିଛନ୍ତି, ଆମେ ୧୭୦୦ କୋଟି ଟଙ୍କାର ନୋଟିସ୍ ପଠାଇଛୁ । କିନ୍ତୁ ଲୋକସଭା ନିର୍ବାଚନ ଆସୁଛି । ଆମେ ବର୍ତ୍ତମାନ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ ନାହିଁ । ଇନକମ୍ ଟ୍ୟାକ୍ସ ବିଭାଗ କୋର୍ଟକୁ ବିଶ୍ୱାସ ଦେଇଛନ୍ତି ଯେ ଏବେ ନିର୍ବାଚନ ସମୟ ଚାଲିଛି । ତେଣୁ ଆମେ ଏହି ଟଙ୍କା ଆଦୟକୁ ନେଇ କୌଣସି ପଦକ୍ଷେପ ନେବୁ ନାହିଁ । ମାମଲାର ଶୁଣାଣି ଜୁନରେ କରାଯାଉ, ସେପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ହେବ ନାହିଁ । 

ପଢନ୍ତୁ:ତିହାର ଜେଲ୍‌ରେ କଣ କଣ କରିବେ CM କେଜରିଓ୍ୱାଲ? ଜାଣନ୍ତୁ କଣ କହୁଛି ଜେଲ୍ ମାନୁଆଲ

ଏସଜି ତୁଷାର ମେହେତା କୋର୍ଟରେ ଶୁଣାଣି ବେଳେ କହିଛନ୍ତି, ୨୦୨୪ରେ ୨୦ ପ୍ରତିଶତ ପୈଠର ବିକଳ୍ପ ଦିଆଯାଇଥିଲା । ୧୩୫ କୋଟି ଟଙ୍କା ଆଦାୟ କରାଗଲା, ପରେ ୧୭୦୦ କୋଟି ଟଙ୍କା ଡିମାଣ୍ଡ କରାଯାଇଛି । ଏଥିପାଇଁ ମାମଲା ଏବେ ବଢି ୧୭୦୦ କୋଟି ଟଙ୍କା ହୋଇଯାଇଛି । ଏହି ପୂରା ମାମଲା ନିର୍ବାଚନ ପରେ ସ୍ଥିର ହୋଇପାରିବ । ଆମେ ସେ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନେବୁ ନାହିଁ ।

ଏହା ଉପରେ ସୁପ୍ରିମକୋର୍ଟ ପ୍ରଶ୍ନ କରିଥିଲେ-ଆପଣ ଯେଉଁ ଡିମାଣ୍ଡ କରିଛନ୍ତି, ତାହାକୁ ସ୍ଥଗିତ କରୁଛନ୍ତି କି ? ଏହା ଉପରେ ଏସଜି ଜବାବ ଦେଇ କହିଥିଲେ-ନା ଆମେ କେବଳ ଏହା କହୁଛୁ ଯେ ଆମେ ନିର୍ବାଚନ ଯାଏ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ ନାହିଁ । ମାମଲାର ଶୁଣାଣି ଜୁନର ଦ୍ୱିତୀୟ ସପ୍ତାହରେ କରାଯାଉ । 

କ’ଣ ଏହି ମାମଲା ?

ଲୋକସଭା ନିର୍ବାଚନ ଠିକ୍ ପୂର୍ବରୁ କଂଗ୍ରେସକୁ ଆୟକର ବିଭାଗରୁ ପୁଣି ଥରେ ନୂଆ ନୋଟିସ୍ ମିଳିଥିଲା । ଏଥିରେ ଆସେସମେଣ୍ଟ ବର୍ଷ ୨୦୧୪-୧୫ରୁ ୨୦୧୬-୧୭ ଯାଏ ୧,୭୪୫ କୋଟି ଟଙ୍କା ଡିମାଣ୍ଡ କରାଯାଇଛି । ସୂତ୍ର ଅନୁସାରେ ଆୟକର ବିଭାଗ ଦ୍ୱାରା କଂଗ୍ରେସକୁ ବର୍ତ୍ତମାନ ସୁଦ୍ଧା ମୋଟ ୩୫୬୭ କୋଟି ଟଙ୍କା ଡିମାଣ୍ଡ ମିଳିସାରିଛି । ସୂତ୍ର ଅନୁସାରେ ସଦ୍ୟତମ ନୋଟିସ ୨୦୧୪-୧୫ (୬୬୩ କୋଟି ଟଙ୍କା) ୨୦୧୫-୧୬ (୬୬୪ କୋଟି ଟଙ୍କା) ଏବଂ ୨୦୧୬-୧୭ (୪୧୭ କୋଟି ଟଙ୍କା) ଜଡିତ ରହିଛି ।