ହିନ୍ଦୁ ରୀତିନୀତି ଅନୁସାରେ ବିଲାତ ଯୁବକଙ୍କ ହାତ ଧରିଲେ ବାଲେଶ୍ଵର ଯୁବତୀ

ବାଲେଶ୍ଵର: ବାଜୁଛି ଶାହାନାଇ । ଫୁଟୁଛି ବାଣ । ଆଉ ଡିଜେର ତାଳେ ତାଳେ ନାଚୁଛନ୍ତି ବରଯାତ୍ରୀ । ତେଲିଙ୍ଗି ବାଜା ଆଉ ସାହନାଇ ଯେତେ ଜୋରରେ ବାଜୁଛି ସେତିକି ଆନମନା ହୋଇ ଯାଉଛି ବର ମନ । କାହିଁକି ନାଁ ସୁଦୂର ବିଲାତରୁ ବର ଆସିଛି ବାଲେଶ୍ଵରରେ ବାହାହେବା ପାଇଁ । ଆଖିରେ କଳା ଚଷମା ସାଙ୍ଗକୁ ବିଲାତି ବାବୁ ବ୍ୟାଣ୍ଡ ବାଜା । ଡିଜେ ସାଙ୍ଗକୁ ବାଣ ରୋଷଣୀରେ ମନର ମାନସୀ ନତାସା ଙ୍କୁ […] The post ହିନ୍ଦୁ ରୀତିନୀତି ଅନୁସାରେ ବିଲାତ ଯୁବକଙ୍କ ହାତ ଧରିଲେ ବାଲେଶ୍ଵର ଯୁବତୀ appeared first on KNews Odisha.

ହିନ୍ଦୁ ରୀତିନୀତି ଅନୁସାରେ ବିଲାତ ଯୁବକଙ୍କ ହାତ ଧରିଲେ ବାଲେଶ୍ଵର ଯୁବତୀ

ବାଲେଶ୍ଵର: ବାଜୁଛି ଶାହାନାଇ । ଫୁଟୁଛି ବାଣ । ଆଉ ଡିଜେର ତାଳେ ତାଳେ ନାଚୁଛନ୍ତି ବରଯାତ୍ରୀ । ତେଲିଙ୍ଗି ବାଜା ଆଉ ସାହନାଇ ଯେତେ ଜୋରରେ ବାଜୁଛି ସେତିକି ଆନମନା ହୋଇ ଯାଉଛି ବର ମନ । କାହିଁକି ନାଁ ସୁଦୂର ବିଲାତରୁ ବର ଆସିଛି ବାଲେଶ୍ଵରରେ ବାହାହେବା ପାଇଁ । ଆଖିରେ କଳା ଚଷମା ସାଙ୍ଗକୁ ବିଲାତି ବାବୁ ବ୍ୟାଣ୍ଡ ବାଜା । ଡିଜେ ସାଙ୍ଗକୁ ବାଣ ରୋଷଣୀରେ ମନର ମାନସୀ ନତାସା ଙ୍କୁ ବିବାହ ବନ୍ଧନରେ ବାନ୍ଧି ହେବାକୁ ନାଚି ନାଚି ଆସୁଛି ବର । ଏପଟେ କନ୍ୟା ଘରେ ଚାହିଁ ବସିଛି ନିଜ ମନର ମଣିଷ ଲୁକ୍ ଙ୍କୁ । ଏ ଦୃଶ୍ୟ ହେଉଛି  ବାଲେଶ୍ବର ଅଞ୍ଚଳର । ଲଣ୍ଡନରେ ଚାକିରି କରୁଥିବା ବେଳେ ଯୁବକଙ୍କ ସହ କଫି ସପ୍ ରୁ ପ୍ରଥମେ ଦେଖାଚାହଁ ଆଉ ତା ପରେ ପ୍ରେମ । ଉଭୟଙ୍କ ପ୍ରେମରେ ଏତେ ଗଭୀରତା ଥିଲା ଯେ ବିଲାତି ବରଙ୍କ ମନ ଲଣ୍ଡନ ରୁ ବିବାହ ପାଇଁ ଟାଣି ଆଣିଲା ଭାରତକୁ । ଆଜି ଶେଷରେ ଉଭୟେ ହିନ୍ଦୁ ରୀତିନୀତି ଅନୁସାରେ ଯୁବତୀଙ୍କ ବାସଭବନରେ ମହା ଆଡ଼ମ୍ବରରେ ବିବାହ ହୋଇଛି ।

ୱେଷ୍ଟ ଲଣ୍ଡନରେ ଏକ ଟେଲିକମ କମ୍ପାନୀରେ କମର୍ସିଆଲ ଡାଇରେକ୍ଟର ଭାବରେ କାର୍ଯ୍ୟରତ ଯୁବକ ଲୁକ୍ ଡେ ଙ୍କ ବିବାହ ବାଲେଶ୍ଵର ସୋଭାରମପୁର ନିବାସୀ କମଳାକାନ୍ତ ଦାଶଙ୍କ ଝିଅ ନତାଶାଙ୍କ ସହ ଆଜି ଅନୁଷ୍ଠିତ ହୋଇଛି । ଆଜି ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ଦୁଇ ପ୍ରେମୀ ଯୁଗଳ ନତାସା ଓ ଲୁକ୍ । ଥାଟ ପାଟରେ ହିନ୍ଦୁ ରିତୀନିତୀ ଅନୁସାରେ ଲୁକ୍‌ ବରଯାତ୍ରୀଙ୍କୁ ଧରି ଶୋଭାଯାତ୍ରାରେ ପହଞ୍ଚିଥିଲେ ନତାଶାଙ୍କ ଘର ଆଗରେ । ଆଉ ପରମ୍ପରା ଅନୁସାରେ ବରକୁ ବନ୍ଦାପନାକରି ସ୍ବାଗତ କରୁଛନ୍ତି ନତାଶାଙ୍କ ବାପା କମଳାକାନ୍ତ ଦାସ । ତା’ପରେ ହାତଗଣ୍ଠି ପଡ଼ିବା, ଖଇ ପୋଡ଼ିବା, କନ୍ୟା ମୁଣ୍ଡରେ ସିନ୍ଦୁର ଦେଇ ସ୍ତ୍ରୀ ରୂପରେ ସ୍ବିକାର କରିବା ଭଳି ସମସ୍ତ ହିନ୍ଦୁ ରିତୀନିତୀ ପାଳନ କରାଯାଇଛି ।

ସାତବର୍ଷ ତଳେ ବାଲେଶ୍ଵର ରୁ ଲଣ୍ଡନରେ ଏମ ବି ଏ ପଢ଼ିବା ପାଇଁ ଯାଇଥିଲେ ନାତାଶା ଦାସ । ପାଠ ପଢା ପରେ ସେଠାରେ IGH (ଆଇ ଜି ଏଚ୍ଚ) ହୋଟେଲ ରେ ମ୍ୟାନେଜର ଭାବରେ ଚାକିରି ଜୀବନ ଆରମ୍ଭ କରିଥିଲେ । ହେଲେ ହଠାତ ଏକ କଫି ସପ ରେ ଲୁକ ଙ୍କ ସହ ତାଙ୍କର ପ୍ରଥମ ଥର ଦେଖା ହୋଇଥିଲା । ସେଇ ପ୍ରଥମ ଦେଖାରେ ଲୁକ୍ ଙ୍କ ମନର ମାନସୀ ପାଲଟି ଯାଇଥିଲେ ନତାସା। ଆଉ ସେ ପ୍ରଥମ ଦେଖା ପରେ ପରେ ନତାସାଙ୍କୁ ବାରମ୍ବାର ଦେଖିବା ପାଇଁ ସୁଯୋଗ ଖୋଜୁଥିଲେ ଲୁକ୍। ଏଭଳି ଦେଖା ଚାହାଁ ଭିତରେ ଉଭୟେ ଉଭୟେ ଙ୍କୁ ମନରେ ଗ୍ରହଣ କରି ସାରିଥିଲେ । ତାପରେ ନତାସା କୁ ମୁଦି ପିନ୍ଧାଇ ପ୍ରେମ ନିବେଦନ କରିଥିଲେ । ଆଉ ଆଜି ସେଇ ପ୍ରେମ ଉଭୟଙ୍କୁ ବିବାହ ବନ୍ଧନରେ ବାନ୍ଧି ଦେଇଛି ।

ଲୁକ୍ ଲଣ୍ଡନ ନିବାସୀ ହୋଇଥିଲେ ମଧ୍ୟ ଭାରତ ପ୍ରତି ତାଙ୍କର ଅହେତୁକ ଦୁର୍ବଳତା ରହିଥିଲା । ୱେଷ୍ଟ ଲଣ୍ଡନର ଅଣ୍ଟୋନୀ ଡେ ଓ ଗାରାଲଡ଼ାଇନ୍ ଡେ ଙ୍କ ପୁଅ ଲୁକ୍ ଡେ । ଲୁକ୍ ଙ୍କ ଜେଜେଙ୍କ ଜେଜେ ତୃତୀୟ ପିଢ଼ି ଆରିଲ୍ୟାଣ୍ଡ କଲଚର ମୂଳତଃ ଭାରତ ନିବାସୀ । ପୂର୍ବରୁ ସେ ଲଣ୍ଡନ ର ଜଣେ ଯୁବତୀଙ୍କ ସହ ବିବାହ କରି ଲଣ୍ଡନ ପଳେଇ ଯାଇ ନାଗରିକତ୍ବ ଗ୍ରହଣ କରିଥିଲେ । ହେଲେ ପୁଣି ଲୁକ୍ ନତାସା କୁ ବିବାହ କରି ଭାରତୀୟ ସଂସ୍କୃତି , ପରମ୍ପରା ଓ ସନାତନ ଧର୍ମ କୁ ଗ୍ରହଣ କରି ପୁଣି ସେଇ ସମ୍ପର୍କ କୁ ପୁନର୍ଜୀବିତ କରିଛନ୍ତି ।

 

The post ହିନ୍ଦୁ ରୀତିନୀତି ଅନୁସାରେ ବିଲାତ ଯୁବକଙ୍କ ହାତ ଧରିଲେ ବାଲେଶ୍ଵର ଯୁବତୀ appeared first on KNews Odisha.