ରାଜନୀତିରୁ ସନ୍ନ୍ୟାସ ନେଲେ ବିଜେଡି ନେତା ରଘୁନନ୍ଦନ, ଗଣମାଧ୍ୟମ ସାମ୍ନାରେ କହିଲେ…
ଭୁବନେଶ୍ୱର,୨୧।୪: ଜଗତସିଂହପୁର ଜିଲା ବାଲିକୁଦା ଏବଂ ଏରସମାର ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ରଘୁ ନନ୍ଦନ ଦାସ ରାଜନୀତିରୁ ଅବସର ନେଇଥିବା ଗଣମାଧ୍ୟମ ଆଗରେ ସୋମବାର ପ୍ରକାଶ କରିଛନ୍ତି। ନବୀନ ନିବାସକୁ ଆସିବା ନେଇ ରଘୁ ନନ୍ଦନ ନିଜ ପ୍ରତିକ୍ରିୟାରେ କହିଛନ୍ତି, ସ୍ବାସ୍ଥ୍ୟଗତ କାରଣରୁ ବାଲିକୁଦା ରାଜନୀତିରେ ସକ୍ରିୟ ନାହିଁ। ଧରି ନିଅନ୍ତୁ ମୁଁ ରାଜନୀତିରୁ ଅବସର ନେଇଗଲି। ବିଜେଡି ପ୍ରତି ମୋର ଆନୁଗତ୍ୟ ରହିବ ବୋଲି ସେ କହିଛନ୍ତି। ଗଣାମାଧ୍ୟମର ଏକ ପ୍ରଶ୍ନରେ […] The post ରାଜନୀତିରୁ ସନ୍ନ୍ୟାସ ନେଲେ ବିଜେଡି ନେତା ରଘୁନନ୍ଦନ, ଗଣମାଧ୍ୟମ ସାମ୍ନାରେ କହିଲେ… appeared first on Dharitri Odia News.
ଭୁବନେଶ୍ୱର,୨୧।୪: ଜଗତସିଂହପୁର ଜିଲା ବାଲିକୁଦା ଏବଂ ଏରସମାର ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ରଘୁ ନନ୍ଦନ ଦାସ ରାଜନୀତିରୁ ଅବସର ନେଇଥିବା ଗଣମାଧ୍ୟମ ଆଗରେ ସୋମବାର ପ୍ରକାଶ କରିଛନ୍ତି।
ନବୀନ ନିବାସକୁ ଆସିବା ନେଇ ରଘୁ ନନ୍ଦନ ନିଜ ପ୍ରତିକ୍ରିୟାରେ କହିଛନ୍ତି, ସ୍ବାସ୍ଥ୍ୟଗତ କାରଣରୁ ବାଲିକୁଦା ରାଜନୀତିରେ ସକ୍ରିୟ ନାହିଁ। ଧରି ନିଅନ୍ତୁ ମୁଁ ରାଜନୀତିରୁ ଅବସର ନେଇଗଲି। ବିଜେଡି ପ୍ରତି ମୋର ଆନୁଗତ୍ୟ ରହିବ ବୋଲି ସେ କହିଛନ୍ତି।
ଗଣାମାଧ୍ୟମର ଏକ ପ୍ରଶ୍ନରେ ପୁଣି କହିଥିଲେ, ଟିକେଟ ମିଳିଲାନି ବୋଲି ଅସନ୍ତୋଷ ନାହିଁ। ଅସନ୍ତୋଷ ଥିଲେ ବିଦ୍ରୋହ କରିଥାନ୍ତି, ବିଜେଡି ହାରିଥାନ୍ତା ବୋଲି ସେ କହିଛନ୍ତି।
The post ରାଜନୀତିରୁ ସନ୍ନ୍ୟାସ ନେଲେ ବିଜେଡି ନେତା ରଘୁନନ୍ଦନ, ଗଣମାଧ୍ୟମ ସାମ୍ନାରେ କହିଲେ… appeared first on Dharitri Odia News.