‘ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନିମନ୍ତ୍ରଣ କରିବାକୁ ଆସିଥିଲି’

ନୂଆଦିଲ୍ଲୀ,୨୬।୧୧: ପୁଣି ଥରେ ଝାଡ଼ଖଣ୍ଡରେ ସରକାର ଗଠନ କରିବାକୁ ଯାଉଛନ୍ତି ହେମନ୍ତ ସୋରେନ। ନଭେମ୍ବର ୨୮ରେ ସେ ମୁଖ୍ୟମନ୍ତ୍ରୀ ପଦର ଶପଥ ନେବେ। ଏହା ପୂର୍ବରୁ ମଙ୍ଗଳବାର ସେ ଦିଲ୍ଲୀ ପହଞ୍ଚି ମେଣ୍ଟର ନେତାମାନଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି। ପ୍ରଧାନମନ୍ତ୍ରୀଙ୍କୁ ସେ ଶପଥ ଗ୍ରହଣ ସମାରୋହରେ ସାମିଲ ହେବା ଲାଗି ନିମନ୍ତ୍ରଣ ଦେଇଛନ୍ତି। ଏହାପରେ ସେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ସହ ଖବରଦାତା ସମ୍ମିଳନୀ କରିଥିଲେ। ଏଥିରେ ପଚରାଯିବାରେ ଆମେ ସବୁ କେଜ୍‌ରିଓ୍ବାଲଙ୍କ […] The post ‘ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନିମନ୍ତ୍ରଣ କରିବାକୁ ଆସିଥିଲି’ appeared first on Dharitri Odia News.

‘ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନିମନ୍ତ୍ରଣ କରିବାକୁ ଆସିଥିଲି’

ନୂଆଦିଲ୍ଲୀ,୨୬।୧୧: ପୁଣି ଥରେ ଝାଡ଼ଖଣ୍ଡରେ ସରକାର ଗଠନ କରିବାକୁ ଯାଉଛନ୍ତି ହେମନ୍ତ ସୋରେନ। ନଭେମ୍ବର ୨୮ରେ ସେ ମୁଖ୍ୟମନ୍ତ୍ରୀ ପଦର ଶପଥ ନେବେ। ଏହା ପୂର୍ବରୁ ମଙ୍ଗଳବାର ସେ ଦିଲ୍ଲୀ ପହଞ୍ଚି ମେଣ୍ଟର ନେତାମାନଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି। ପ୍ରଧାନମନ୍ତ୍ରୀଙ୍କୁ ସେ ଶପଥ ଗ୍ରହଣ ସମାରୋହରେ ସାମିଲ ହେବା ଲାଗି ନିମନ୍ତ୍ରଣ ଦେଇଛନ୍ତି। ଏହାପରେ ସେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ସହ ଖବରଦାତା ସମ୍ମିଳନୀ କରିଥିଲେ। ଏଥିରେ ପଚରାଯିବାରେ ଆମେ ସବୁ କେଜ୍‌ରିଓ୍ବାଲଙ୍କ ଆବାସରେ ଅଛୁ। ଝାଡ଼ଖଣ୍ଡରେ ସରକାର ଗଠନ ହେବାକୁଯାଉଛି। ଏଥିଲାଗି ଦିଲ୍ଲୀ ଗସ୍ତରେ ଆସିଥିବା ସେ କହିଛନ୍ତି।

ଏହାଛଡ଼ା ଶପଥ ଗ୍ରହଣ ସମାରୋହରେ ସାମିଲ ହେବା ଲାଗି ମୁଁ ଇଣ୍ଡିଆ ମେଣ୍ଟର ନେତାମାନଙ୍କୁ ନିମନ୍ତ୍ରଣ ଦେଇଛି। ଦେଶର ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀ ମଧ୍ୟ ଶପଥ ଗ୍ରହଣ ସମାରୋହରେ ସାମିଲ ହେବାକୁ ଇଚ୍ଛା ପ୍ରକାଶ କରିଛୁ। ଏହା ପରେ ମୁଁ ଫେରିଯିବି। ମୋଦିଙ୍କୁ ସାକ୍ଷାତ କେବଳ ସୌଜନ୍ୟମୂଳକ ଥିଲା। ମୁଁ ଶପଥ ଗ୍ରହଣ ସମାରୋହର ନିମନ୍ତ୍ରଣ ଦେବାକୁ ଆସିଥିଲି ବୋଲି ହେମନ୍ତ ସୋରେନ କହିଛନ୍ତି।

କହିରଖୁଛୁ, ଝାଡ଼ଖଣ୍ଡରେ ଜେଜେଏମ୍‌ ଭାଜପା ଉପରେ ବଡ଼ ବିଜୟ ହାସଲ କରିଛି। ଫଳରେ ହେମନ୍ତ ସୋରେନ ନଭେମ୍ବର ୨୮ରେ ମୁଖ୍ୟମନ୍ତ୍ରୀ ପଦ ଲାଗି ଶପଥ ଗ୍ରହଣ କରିବେ।

The post ‘ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନିମନ୍ତ୍ରଣ କରିବାକୁ ଆସିଥିଲି’ appeared first on Dharitri Odia News.