ସୀମାନ୍ତରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ, ଜଣେ ମାଓବାଦୀ ମୃତ
ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ଜଣେ ମାଓବାଦୀ ମୃତ୍ୟୁବରଣ କରିଛି। ସୁଚନା ମୁତାବକ ବିଜାପୁର ଜିଲ୍ଲା ଭୀମଗଡ ଥାନା ଅନ୍ତର୍ଗତ କେଶକୁଟୁଲ ଜଙ୍ଗଲରେ କିଛି ମାଓବାଦୀ କ୍ୟାମ୍ପ କରିଥିବା ପୋଲିସ ବିସେଷ ସୁତ୍ରରୁସୁଚନା ପାଇଲା ପରେ ଉକ୍ତ ଅଂଚଳରେ ମାଓ ବିରୋଧୀ ଅପରେସନ କରା ଯାଇଥିଲ। ଏହି ସର୍ଚ ଅପରେସନ ସମୟରେ ପୋଲିସ ଆସୁଥିବା ଜାଣି ମାଓବାଦୀ ମାନେ ଗୁଳି ଚାଲଣା କରିଥିଲୋ […]

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ଜଣେ ମାଓବାଦୀ ମୃତ୍ୟୁବରଣ କରିଛି। ସୁଚନା ମୁତାବକ ବିଜାପୁର ଜିଲ୍ଲା ଭୀମଗଡ ଥାନା ଅନ୍ତର୍ଗତ କେଶକୁଟୁଲ ଜଙ୍ଗଲରେ କିଛି ମାଓବାଦୀ କ୍ୟାମ୍ପ କରିଥିବା ପୋଲିସ ବିସେଷ ସୁତ୍ରରୁସୁଚନା ପାଇଲା ପରେ ଉକ୍ତ ଅଂଚଳରେ ମାଓ ବିରୋଧୀ ଅପରେସନ କରା ଯାଇଥିଲ। ଏହି ସର୍ଚ ଅପରେସନ ସମୟରେ ପୋଲିସ ଆସୁଥିବା ଜାଣି ମାଓବାଦୀ ମାନେ ଗୁଳି ଚାଲଣା କରିଥିଲୋ ପାଲଟା ଜବାବରେ ପୋଲିସ ମଧ୍ୟ ଗୁଳି ଚାଲଣା କରିବା ପରେ ପୋଲିସର ଆକ୍ରମଣକୁ ସାମନା କରି ନପାରି ମାଓବାଦୀ ମାନେ ଛତ୍ରଭଙ୍ଗ ଦେଇଥିଲୋ ପରେ ତଲାସି ଅଭିଯାନ ସମୟରେ ଜଣେ ମାଓବାଦୀଙ୍କ ମୃତଦେହ ଉଦ୍ଧାର କରା ଯାଇଥିବା ବେଳେ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ କରିଥିବା ସୁଚନା ମିଳିଛିା ତେବେ ବର୍ତ୍ତମାନ ସୁଦ୍ଦା ଉକ୍ତ ଅଂଚଳରେ ସର୍ଚ ଅପରେସନ ଜାରି ରହିଥିବା ବିଜାପୁର ପୋଲିସ ସୁତ୍ରରୁ ପ୍ରକାଶା