ସମୁଦ୍ରରେ ବୁଡିଯିବ ଜାପାନର ଲୋକପ୍ରିୟ କାନସାଇ ଏୟାରପୋର୍ଟ, ବୋଝ ସାଜୁଛି ମନୁଷ୍ୟକୃତ ବିପଦ

ଅଟାଓ୍ବା,୫।୧: ଜାପାନ ୨୦ଅରବ ଡଲାର ମୋଟା ଅଙ୍କର ଟଙ୍କା ଖର୍ଚ୍ଚ କରି ଯେଉଁ ଏୟାରପୋର୍ଟ ତିଆରି କରିଥିଲା ତାହା ଏବେ ସମୁଦ୍ରରେ ବୁଡିବାକୁ ଯାଉଛି। ଦେଶର ଗ୍ରେଟର ଓସାକାସ୍ଥିତ କାନସାଇ ଇଣ୍ଟରନ୍ୟାଶନାଲ ଏୟାରପୋର୍ଟ ମଣିଷ ଦ୍ୱାରା ନିର୍ମିତ ଦ୍ୱୀପରେ ଅବସ୍ଥିତ। ତେବେ କୁହାଯାଉଛି ଏହା ବଡ ବଡ କୋଠାର ବୋଝରେ ଦ୍ୱୀପଟି ଦବି ଯାଉଛି। ଏଥିସହ ଏୟାରପୋର୍ଟରେ ହେଉଥିବା ଟ୍ରାଫିକ ଜାମ ଯୋଗୁ ଏପରି ହେଉଥିବା ଅନୁମାନ କରାଯାଉଛି। ସୂଚନାଥାଉ କି, ଏହି ଏୟାରପୋର୍ଟଟି ୧୯୯୪ ସେପ୍ଟେମ୍ବର […] The post ସମୁଦ୍ରରେ ବୁଡିଯିବ ଜାପାନର ଲୋକପ୍ରିୟ କାନସାଇ ଏୟାରପୋର୍ଟ, ବୋଝ ସାଜୁଛି ମନୁଷ୍ୟକୃତ ବିପଦ appeared first on Dharitri Odia News.

ସମୁଦ୍ରରେ ବୁଡିଯିବ ଜାପାନର ଲୋକପ୍ରିୟ କାନସାଇ ଏୟାରପୋର୍ଟ, ବୋଝ ସାଜୁଛି ମନୁଷ୍ୟକୃତ ବିପଦ

ଅଟାଓ୍ବା,୫।୧: ଜାପାନ ୨୦ଅରବ ଡଲାର ମୋଟା ଅଙ୍କର ଟଙ୍କା ଖର୍ଚ୍ଚ କରି ଯେଉଁ ଏୟାରପୋର୍ଟ ତିଆରି କରିଥିଲା ତାହା ଏବେ ସମୁଦ୍ରରେ ବୁଡିବାକୁ ଯାଉଛି। ଦେଶର ଗ୍ରେଟର ଓସାକାସ୍ଥିତ କାନସାଇ ଇଣ୍ଟରନ୍ୟାଶନାଲ ଏୟାରପୋର୍ଟ ମଣିଷ ଦ୍ୱାରା ନିର୍ମିତ ଦ୍ୱୀପରେ ଅବସ୍ଥିତ। ତେବେ କୁହାଯାଉଛି ଏହା ବଡ ବଡ କୋଠାର ବୋଝରେ ଦ୍ୱୀପଟି ଦବି ଯାଉଛି। ଏଥିସହ ଏୟାରପୋର୍ଟରେ ହେଉଥିବା ଟ୍ରାଫିକ ଜାମ ଯୋଗୁ ଏପରି ହେଉଥିବା ଅନୁମାନ କରାଯାଉଛି।
ସୂଚନାଥାଉ କି, ଏହି ଏୟାରପୋର୍ଟଟି ୧୯୯୪ ସେପ୍ଟେମ୍ବର ୪ରେ ଉଦ୍‌ଘାଟନ କରାଯାଇଥିଲା। ଓସାକା ଦ୍ୱୀପରେ ନିର୍ମିତ ଏହି ଏୟାରପୋର୍ଟ ଦେଶ ତଥା ଦେଶ ବାହାରର ସବୁ ଦ୍ୱୀପକୁ ଯୋଡିଥାଏ। ୨୦୧୬ରୁ ଏହାକୁ ଏସିଆ ମହାଦେଶର ସୁବଠାରୁ ବ୍ୟସ୍ତବହୁଳ ଓ ଜାପାନର ୩ୟ ବ୍ୟସ୍ତବହୁଳ ଏୟାରପୋର୍ଟ ଭାବେ ପରିଚିତ।
ଏନେଇ ପରିବେଶବିତ୍‌ କହିଛନ୍ତି, ଆଗାମୀ କିଛି ବର୍ଷ ମଧ୍ୟରେ ଏହି ଏୟାରପୋର୍ଟ ସମ୍ପୂର୍ଣ୍ଣ ଭାବେ ପାଣିରେ ବିଲୀନ ହୋଇଯିବ। ଓସାକା ବାଦ୍‌ କ୍ୟାଟା ଓ କୋବୋର ଲୋକଙ୍କ ଯାତାୟତ ପାଇଁ ଏହି ଏୟାରପୋର୍ଟ ବଡ ମାଧ୍ୟମ ଅଟେ। ଏହାର ରନଓ୍ବେ ୪ହଜାର ମିଟର ଲମ୍ବା ଅଟେ। ଦ୍ୱୀପରେ ଥିବା ଏହି ଏୟାରପୋର୍ଟ ସବୁଦ୍ର ତଟ ଠାରୁ ୨ମାଇଲ ଦୂରରେ ରହିଛି।
ଏହି ଏୟାପୋର୍ଟ ତିଆରି ସମୟରେ ଲକ୍ଷ ଲକ୍ଷ ଲିଟର ପାଣି କଢାଯାଇଥିଲା। ଏହି ପଥରର ସୁରକ୍ଷା ପାଇଁ ହଜାର ହଜାର ପଥର ଦିଆଯାଇଛି। କିନ୍ତୁ ସମୁଦ୍ରର ଜଳସ୍ତର ବଢିବା ଯୋଗୁ ଆଉ କିଛିବର୍ଷ ମଧ୍ୟରେ ଜଳସମାଧି ନେଇଯିବ।

The post ସମୁଦ୍ରରେ ବୁଡିଯିବ ଜାପାନର ଲୋକପ୍ରିୟ କାନସାଇ ଏୟାରପୋର୍ଟ, ବୋଝ ସାଜୁଛି ମନୁଷ୍ୟକୃତ ବିପଦ appeared first on Dharitri Odia News.