ରୋମାଞ୍ଚକ ମ୍ୟାଚରେ ପଞ୍ଜାବ ବିଜୟୀ, ମାତ୍ର ୯୫ ସ୍କୋରରେ କୋଲକାତା ଅଲଆଉଟ୍‌

ଚଣ୍ଡିଗଡ଼,୧୫ା୪: ଚଳିତ ଆଇପିଏଲ୍‌ରେ ମଙ୍ଗଳବାର ଖେଳାଯାଇଥିବା ଏକ ରୋମାଞ୍ଚକ ମ୍ୟାଚରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ) ୧୬ ରନରେ କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌)କୁ ପରାସ୍ତ କରିଛି। ପଞ୍ଜାବ ପକ୍ଷରୁ ୧୧୨ ରନର ବିଜୟ ଲକ୍ଷ୍ୟ ଆଗରେ କେକେଆର ମାତ୍ର ୯୫ ରନ କରିବାକୁ ସକ୍ଷମ ହୋଇଥିଲା। ଏହା ପଞ୍ଜାବର ଚତୁର୍ଥ ବିଜୟ ହୋଇଥିବା ବେଳେ କୋଲକାତା ଲାଗି ଏହା ଚତୁର୍ଥ ପରାଜୟ। ଜିତି ବ୍ୟାଟିଂ କରିଥିବା ପଞ୍ଜାବ ୧୫.୩ ଓଭରରେ ୧୧୧ ରନ କରି ଅଲଆଉଟ୍‌ ହୋଇଯାଇଥିଲା। କୋଲକାତା […] The post ରୋମାଞ୍ଚକ ମ୍ୟାଚରେ ପଞ୍ଜାବ ବିଜୟୀ, ମାତ୍ର ୯୫ ସ୍କୋରରେ କୋଲକାତା ଅଲଆଉଟ୍‌ appeared first on Dharitri Odia News.

ରୋମାଞ୍ଚକ ମ୍ୟାଚରେ ପଞ୍ଜାବ ବିଜୟୀ, ମାତ୍ର ୯୫ ସ୍କୋରରେ କୋଲକାତା ଅଲଆଉଟ୍‌

ଚଣ୍ଡିଗଡ଼,୧୫ା୪: ଚଳିତ ଆଇପିଏଲ୍‌ରେ ମଙ୍ଗଳବାର ଖେଳାଯାଇଥିବା ଏକ ରୋମାଞ୍ଚକ ମ୍ୟାଚରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ) ୧୬ ରନରେ କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌)କୁ ପରାସ୍ତ କରିଛି। ପଞ୍ଜାବ ପକ୍ଷରୁ ୧୧୨ ରନର ବିଜୟ ଲକ୍ଷ୍ୟ ଆଗରେ କେକେଆର ମାତ୍ର ୯୫ ରନ କରିବାକୁ ସକ୍ଷମ ହୋଇଥିଲା। ଏହା ପଞ୍ଜାବର ଚତୁର୍ଥ ବିଜୟ ହୋଇଥିବା ବେଳେ କୋଲକାତା ଲାଗି ଏହା ଚତୁର୍ଥ ପରାଜୟ।

ଜିତି ବ୍ୟାଟିଂ କରିଥିବା ପଞ୍ଜାବ ୧୫.୩ ଓଭରରେ ୧୧୧ ରନ କରି ଅଲଆଉଟ୍‌ ହୋଇଯାଇଥିଲା। କୋଲକାତା ପକ୍ଷରୁ ହର୍ଷିତ ରାଣା ସର୍ବାଧିକ ୩ ଉଇକେଟ ନେଇଥିବା ବେଳେ ବରୁଣ ଚକ୍ରବର୍ତ୍ତୀ ଓ ସୁନୀଲ ନାରିନ ଦୁଇଟି ଲେଖାଏ ଉଇକେଟ ହାତେଇଥିଲେ। ଛୋଟିଆ ଲକ୍ଷ୍ୟ ନେଇ ଓହ୍ଲାଇଥିବା କୋଲକାତା ମଧ୍ୟ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଫଳରେ ଦଳ ୧୫.୧ ଓଭରରେ ୯୫ ରନ କରି ଅଲଆଉଟ୍‌ ହୋଇଯାଇଥିଲା।  ପଞ୍ଜାବ ଲାଗି ୟୁଜବେନ୍ଦ୍ର ଚହଲ ସର୍ବାଧିକ ୪ ଓ ମାର୍କୋ ଜାନସେନ ୩ଟି ଉଇକେଟ ନେଇଥିଲେ।

The post ରୋମାଞ୍ଚକ ମ୍ୟାଚରେ ପଞ୍ଜାବ ବିଜୟୀ, ମାତ୍ର ୯୫ ସ୍କୋରରେ କୋଲକାତା ଅଲଆଉଟ୍‌ appeared first on Dharitri Odia News.