ଢେଙ୍କାନାଳ :ବଢିଚାଲିଛି ହାତୀଙ୍କ ଉପଦ୍ରବ ବ୍ୟାପକ ଫସଲ କଲେ ନଷ୍ଟ । ବନବିଭାଗର କାର୍ଯ୍ୟକୁ ଉଠିଲା ପ୍ରଶ୍ନ

କନକବ୍ୟୁରୋ : ସନ୍ଧ୍ୟାହେଲେ ଗାଁକୁ ହାତୀ ଡର  ।  ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ ଗଦାଶିଳା ଗାଁ ଧାନ ବିଲରେ ମାତିଛନ୍ତି ହାତୀ । ପାଖାପଖି ୫୫ ଟି ହାତୀ ଦେଖିବାକୁ ମିଳିଛି  ।  ଗତ କିଛି ଦିନ ହେବ ହାତୀଙ୍କ ପ୍ରଦୃଭାବ ମାତ୍ରଧିକ ବୃଦ୍ଧି ପାଇବାରୁ ଗ୍ରାମବାସମାନେ ଆତଙ୍କିତ ଅବସ୍ଥାରେରେ ରହିଛନ୍ତି  ।  ବନ ବିଭାଗ ବାଣ ଫୁଟାଇ ହାତୀଙ୍କୁ ଘଉଡ଼ାଇବାକୁ ଯେତେ ଚେଷ୍ଟା କଲେ ମଧ୍ୟ ହାତୀପଲ ଦଳବଦ୍ଦ  ହୋଇ ରହିଛନ୍ତି  ।  ତେବେ ବନ କର୍ମଚାରୀଙ୍କ ଅନୁମାନ ଯେ କୌଣସି ମାଇ ହାତୀ ଛୁଆ ଜନ୍ମ କରିଛି  । ଫଳରେ ବାକୀ ହାତୀମାନେ ତାକୁ ସୁରକ୍ଷା ବଳୟ ଭିତରେ ରଖିଥିବାରୁ ଅନ୍ୟତ୍ର ଯାଉନାହାନ୍ତି । ଅଞ୍ଚଳରେ କିଛି ଦିନ ହେଲା ହାତୀପଲ ଧାନ ଖେତ ତଥା ବାଡ଼ି ବଗିଚା ପନି ପରିବା ନଷ୍ଟ କରୁଛନ୍ତି  । ଗତ ୧୦ ଦିନରେ ୧୦୦ ଏକର ପାଖାପାଖି ଧାନ କ୍ଷେତ ଉଜାଡ଼ି ଦେଉଥିବା ଚାଷୀ ଅଭିଯୋଗ କରିଛନ୍ତି ।       

ଢେଙ୍କାନାଳ :ବଢିଚାଲିଛି ହାତୀଙ୍କ ଉପଦ୍ରବ ବ୍ୟାପକ ଫସଲ କଲେ ନଷ୍ଟ ।  ବନବିଭାଗର କାର୍ଯ୍ୟକୁ ଉଠିଲା ପ୍ରଶ୍ନ

କନକବ୍ୟୁରୋ : ସନ୍ଧ୍ୟାହେଲେ ଗାଁକୁ ହାତୀ ଡର  ।  ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ ଗଦାଶିଳା ଗାଁ ଧାନ ବିଲରେ ମାତିଛନ୍ତି ହାତୀ । ପାଖାପଖି ୫୫ ଟି ହାତୀ ଦେଖିବାକୁ ମିଳିଛି  ।  ଗତ କିଛି ଦିନ ହେବ ହାତୀଙ୍କ ପ୍ରଦୃଭାବ ମାତ୍ରଧିକ ବୃଦ୍ଧି ପାଇବାରୁ ଗ୍ରାମବାସମାନେ ଆତଙ୍କିତ ଅବସ୍ଥାରେରେ ରହିଛନ୍ତି  । 

ବନ ବିଭାଗ ବାଣ ଫୁଟାଇ ହାତୀଙ୍କୁ ଘଉଡ଼ାଇବାକୁ ଯେତେ ଚେଷ୍ଟା କଲେ ମଧ୍ୟ ହାତୀପଲ ଦଳବଦ୍ଦ  ହୋଇ ରହିଛନ୍ତି  ।  ତେବେ ବନ କର୍ମଚାରୀଙ୍କ ଅନୁମାନ ଯେ କୌଣସି ମାଇ ହାତୀ ଛୁଆ ଜନ୍ମ କରିଛି  । ଫଳରେ ବାକୀ ହାତୀମାନେ ତାକୁ ସୁରକ୍ଷା ବଳୟ ଭିତରେ ରଖିଥିବାରୁ ଅନ୍ୟତ୍ର ଯାଉନାହାନ୍ତି ।

ଅଞ୍ଚଳରେ କିଛି ଦିନ ହେଲା ହାତୀପଲ ଧାନ ଖେତ ତଥା ବାଡ଼ି ବଗିଚା ପନି ପରିବା ନଷ୍ଟ କରୁଛନ୍ତି  । ଗତ ୧୦ ଦିନରେ ୧୦୦ ଏକର ପାଖାପାଖି ଧାନ କ୍ଷେତ ଉଜାଡ଼ି ଦେଉଥିବା ଚାଷୀ ଅଭିଯୋଗ କରିଛନ୍ତି ।