ପୁଞ୍ଜିବଜାରରେ ଟ୍ରମ୍ପ୍ ପ୍ରଭାବ:ନିବେଶକ ହରାଇଲେ ୭ ଲକ୍ଷ କୋଟି
ମୁମ୍ବାଇ,୨୨।୧(ପି.ଟି.):ଡୋନାଲ୍ଡ ଟ୍ରମ୍ପ୍ ଆମେରିକାର ରାଷ୍ଟ୍ରପତି ଭାବେ ଦ୍ୱିତୀୟ ଇନିଂସ୍ ଆରମ୍ଭ କରିବା ମାତ୍ରେ ଦୋହଲିଗଲା ଭାରତୀୟ ପୁଞ୍ଜିବଜାର। ଟ୍ରମ୍ପ୍ଙ୍କ ଟାରିଫ୍ ଘୋଷଣା ଯୋଗୁ ମଙ୍ଗଳବାର ସେସନ୍ରେ ବିଏସ୍ଇ ସେନ୍ସେକ୍ସ ୧୨୩୫ ପଏଣ୍ଟ (୧.୬୦%) ଖସି ୭୫,୮୩୮.୩୬ରେ ସ୍ଥିର ରହିଛି। ସେହିପରି ଏନ୍ଏସ୍ଇ ନିଫ୍ଟି ୩୨୦ ପଏଣ୍ଟ (୧.୩୭%) ନିମ୍ନଗାମୀ ହୋଇ ୨୩,୦୨୪.୬୫ରେ ରହିଛି। ଫଳରେ ଭାରତୀୟ ନିବେଶକମାନେ ଦିନକ ଭିତରେ ୭ ଲକ୍ଷ କୋଟିରୁ ଊର୍ଦ୍ଧ୍ୱ ଟଙ୍କା କ୍ଷତି ସହିଛନ୍ତି। ସେନ୍ସେକ୍ସର ଜମାଟୋ, ଏନ୍ଟିପିସି, ଆଦାନୀ ପୋଟର୍ସ, […] The post ପୁଞ୍ଜିବଜାରରେ ଟ୍ରମ୍ପ୍ ପ୍ରଭାବ:ନିବେଶକ ହରାଇଲେ ୭ ଲକ୍ଷ କୋଟି appeared first on Dharitri Odia News.
ମୁମ୍ବାଇ,୨୨।୧(ପି.ଟି.):ଡୋନାଲ୍ଡ ଟ୍ରମ୍ପ୍ ଆମେରିକାର ରାଷ୍ଟ୍ରପତି ଭାବେ ଦ୍ୱିତୀୟ ଇନିଂସ୍ ଆରମ୍ଭ କରିବା ମାତ୍ରେ ଦୋହଲିଗଲା ଭାରତୀୟ ପୁଞ୍ଜିବଜାର। ଟ୍ରମ୍ପ୍ଙ୍କ ଟାରିଫ୍ ଘୋଷଣା ଯୋଗୁ ମଙ୍ଗଳବାର ସେସନ୍ରେ ବିଏସ୍ଇ ସେନ୍ସେକ୍ସ ୧୨୩୫ ପଏଣ୍ଟ (୧.୬୦%) ଖସି ୭୫,୮୩୮.୩୬ରେ ସ୍ଥିର ରହିଛି। ସେହିପରି ଏନ୍ଏସ୍ଇ ନିଫ୍ଟି ୩୨୦ ପଏଣ୍ଟ (୧.୩୭%) ନିମ୍ନଗାମୀ ହୋଇ ୨୩,୦୨୪.୬୫ରେ ରହିଛି। ଫଳରେ ଭାରତୀୟ ନିବେଶକମାନେ ଦିନକ ଭିତରେ ୭ ଲକ୍ଷ କୋଟିରୁ ଊର୍ଦ୍ଧ୍ୱ ଟଙ୍କା କ୍ଷତି ସହିଛନ୍ତି। ସେନ୍ସେକ୍ସର ଜମାଟୋ, ଏନ୍ଟିପିସି, ଆଦାନୀ ପୋଟର୍ସ, ଆଇସିଆଇସିଆଇ ବ୍ୟାଙ୍କ, ଏସ୍ବିଆଇ, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଭଳି କମ୍ପାନୀ ସବୁଠୁ ଅଧିକ ତଳକୁ ଖସିଛି। ସେହିପରି ବିଏସ୍ଇ ମିଡ୍କ୍ୟାପ୍ ଏବଂ ସ୍ମଲକ୍ୟାପ୍ରେ ଅନ୍ତର୍ଭୁକ୍ତ କମ୍ପାନୀଗୁଡ଼ିକ ମଧ୍ୟ ୨% କ୍ଷତିଗ୍ରସ୍ତ ହୋଇଛି। ସବୁ ସେକ୍ଟରରେ ନିବେଶକମାନେ ଶେୟାରଗୁଡ଼ିକୁ ଶସ୍ତାରେ ବିକ୍ରି କରିଦେଇଛନ୍ତି। ଟ୍ରମ୍ପ୍ ସୋମବାର ରାଷ୍ଟ୍ରପତି ଭାବେ ଶପଥ ନେବା ପରେ ଭାରତ ସମେତ ଅନେକ ଦେଶରୁ ଆମେରିକାକୁ ଆମଦାନୀ ହେବାକୁ ଥିବା ସାମଗ୍ରୀଗୁଡ଼ିକ ଉପରେ ଉଚ୍ଚ ସୀମାଶୁଳ୍କ ବସାଇବେ ବୋଲି ଘୋଷଣା କରିଥିଲେ। ଏହି କାରଣରୁ ନିବେଶକମାନେ ଆତଙ୍କିତ ହୋଇ ସେଲ୍ଅଫ୍ରେ ପଡ଼ିଥିବା କୁହାଯାଉଛି। ଏହାବାଦ୍ ଟ୍ରମ୍ପ୍ଙ୍କ ଆପ୍ରବାସନ ନୀତି ମଧ୍ୟ ଭାରତୀୟ ଟେକ୍ ସେକ୍ଟରକୁ ପ୍ରଭାବିତ କରିପାରେ। ଟ୍ରମ୍ପ୍ ୨.୦ରେ ନୂଆ ରାଷ୍ଟ୍ରପତିଙ୍କ ଅର୍ଥନୈତିକ ନିଷ୍ପତ୍ତି କ’ଣ ରହିବ, ସେଥିରେ କୌଣସି ସ୍ପଷ୍ଟତା ନ ଥିବାରୁ ଚିନ୍ତା ବଢ଼ିଯାଇଛି। ଟ୍ରମ୍ପ୍ ଶରଣାର୍ଥୀଙ୍କ ସମ୍ପର୍କରେ ସ୍ପଷ୍ଟ ଭାବେ କହିଥିଲେ ମଧ୍ୟ ଟାରିଫ୍କୁ ନେଇ ନିର୍ଦ୍ଦିଷ୍ଟ ଭାବେ କିଛି ପ୍ରକାଶ କରିନାହାନ୍ତି। କାନାଡା ଓ ମେକ୍ସିକୋ ସାମଗ୍ରୀ ଉପରେ ୨୫% ସୀମାଶୁଳ୍କ ବସିବା ସ୍ପଷ୍ଟ ହୋଇଥିବାବେଳେ ଭାରତୀୟ ସାମଗ୍ରୀ ଉପରେ କେତେ ସୀମାଶୁଳ୍କ ଲାଗିବ ତାହା ଜଣାପଡ଼ି ନ ଥିବାରୁ ବଜାରକୁ ଏଭଳି ସ୍ଥିତି ଦେଖିବାକୁ ମିଳିଛି ବୋଲି ଜିଓଜିତ୍ ଫାଇନାନ୍ସିଆଲ ସର୍ଭିସେସ୍ର ମୁଖ୍ୟ ଇନ୍ଭେଷ୍ଟମେଣ୍ଟ ଷ୍ଟ୍ରାଟେଜିଷ୍ଟ ଭି.କେ. ବିଜୟକୁମାର ସୂଚନା ଦେଇଛନ୍ତି।
ସେହିପରି ମେହଟ୍ଟା ଇକ୍ୱିଟିଜ୍ ସିନିୟର ଭାଇସ୍ପ୍ରେସିଡେଣ୍ଟ ପ୍ରଶାନ୍ତ ତାପ୍ସେ କହିଛନ୍ତି , ଟ୍ରମ୍ପ୍ଙ୍କ ଶପଥ ଅଭିଭାଷଣକୁ ନେଇ ନିବେଶକମାନେ ଆତଙ୍କିତ। ସେ ଆମେରିକାର ସ୍ବାର୍ଥକୁ ଦୃଷ୍ଟିରେ ରଖି ଅନେକ ପଦକ୍ଷେପ ନେଇପାରନ୍ତି, ଯାହାକି ଭାରତ ସମେତ ଅନେକ ଦେଶର ଅର୍ଥନୀତିକୁ ସଙ୍କୁଚିତ କରିଦେଇପାରେ। ସେହିପରି ଆସନ୍ତା ଫେବୃଆରୀ ୧ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍ ସଂସଦରେ ଉପସ୍ଥାପନ କରିବାକୁ ଥିବା କେନ୍ଦ୍ରୀୟ ବଜେଟ-୨୦୨୫କୁ ନେଇ ମଧ୍ୟ ନିବେଶକ ଆଶା ଆଶଙ୍କାରେ ରହିଛନ୍ତି। ବିଦେଶୀ ସଂସ୍ଥାଗତ ନିବେଶକ (ଏଫ୍ଆଇଆଇ) ଭାରତୀୟ ବଜାରରୁ ମୁହଁ ଫେରାଇନେବା ଭଳି ଆଉ କିଛି କାରଣରୁ ପୁଞ୍ଜିବଜାର ମଙ୍ଗଳବାର ତଳମୁହଁା ହୋଇଥିବା ଅନୁମାନ କରାଯାଉଛି। ଦିନକରେ ଏଫ୍ଆଇଆଇ ୫,୯୨୦.୨୮ କୋଟି ଟଙ୍କା ପ୍ରତ୍ୟାହାର କରି ନେଇଥିବା ଷ୍ଟକ୍ ଏକ୍ସଚେଞ୍ଜ ଡେଟାରୁ ଜଣାପଡ଼ିଛି।
The post ପୁଞ୍ଜିବଜାରରେ ଟ୍ରମ୍ପ୍ ପ୍ରଭାବ:ନିବେଶକ ହରାଇଲେ ୭ ଲକ୍ଷ କୋଟି appeared first on Dharitri Odia News.