ଚିନ୍ତାରେ ସାନିଆ: ଛାଡ଼ପତ୍ର ପରେ ସ୍କୁଲରେ ପୁଅ ଇଜହାନଙ୍କୁ କରାଯାଉଛି ର଼୍ୟାଗିଂ

ନୂଆଦିଲ୍ଲୀ,୩।୨: ଭାରତୀୟ ଟେନିସ ତାରକା ସାନିଆ ମିର୍ଜା ସ୍ବାମୀ ତଥା ପାକିସ୍ତାନୀ କ୍ରିକେଟର ଶୋଏବ ମଲିକଙ୍କଠାରୁ ଅଲଗା ହୋଇଛନ୍ତି। ନିକଟରେ ଶୋଏବ ତୃତୀୟ ବିବାହ କରିବା ପରେ ଏନେଇ ସ୍ପଷ୍ଟ ହୋଇଛି। ଏସବୁ ମଧ୍ୟରେ ସାନିଆଙ୍କ ପୁଅ ଇଜହାନ୍‌ଙ୍କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ବାପାଙ୍କ ବିବାହକୁ ନେଇ ତାଙ୍କୁ ସ୍କୁଲରେ ର଼୍ୟାଗିଂ କରାଯାଉଥିବା ଜଣାପଡ଼ିଛି। ୨୦୧୮ରେ ସାନିଆ ପୁଅ ଇଜହାନଙ୍କୁ ଜନ୍ମ ଦେଇଥିଲେ। ଏବେ ଛାଡ଼ପତ୍ର ପରେ ସେ ପୁଅଙ୍କ ସହ ରହୁଛନ୍ତି। କିଛି […] The post ଚିନ୍ତାରେ ସାନିଆ: ଛାଡ଼ପତ୍ର ପରେ ସ୍କୁଲରେ ପୁଅ ଇଜହାନଙ୍କୁ କରାଯାଉଛି ର଼୍ୟାଗିଂ appeared first on Dharitri Odia News.

ଚିନ୍ତାରେ ସାନିଆ: ଛାଡ଼ପତ୍ର ପରେ ସ୍କୁଲରେ ପୁଅ ଇଜହାନଙ୍କୁ କରାଯାଉଛି ର଼୍ୟାଗିଂ

ନୂଆଦିଲ୍ଲୀ,୩।୨: ଭାରତୀୟ ଟେନିସ ତାରକା ସାନିଆ ମିର୍ଜା ସ୍ବାମୀ ତଥା ପାକିସ୍ତାନୀ କ୍ରିକେଟର ଶୋଏବ ମଲିକଙ୍କଠାରୁ ଅଲଗା ହୋଇଛନ୍ତି। ନିକଟରେ ଶୋଏବ ତୃତୀୟ ବିବାହ କରିବା ପରେ ଏନେଇ ସ୍ପଷ୍ଟ ହୋଇଛି। ଏସବୁ ମଧ୍ୟରେ ସାନିଆଙ୍କ ପୁଅ ଇଜହାନ୍‌ଙ୍କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ବାପାଙ୍କ ବିବାହକୁ ନେଇ ତାଙ୍କୁ ସ୍କୁଲରେ ର଼୍ୟାଗିଂ କରାଯାଉଥିବା ଜଣାପଡ଼ିଛି।

୨୦୧୮ରେ ସାନିଆ ପୁଅ ଇଜହାନଙ୍କୁ ଜନ୍ମ ଦେଇଥିଲେ। ଏବେ ଛାଡ଼ପତ୍ର ପରେ ସେ ପୁଅଙ୍କ ସହ ରହୁଛନ୍ତି। କିଛି ଦିନ ତଳେ ଶୋଏବଙ୍କ ବିବାହ ନେଇ ଖବର ସାମ୍ନାକୁ ଆସିବା ପରେ ଅନ୍ୟ ପିଲାମାନେ ତାଙ୍କ ସହ ଭଲ ବ୍ୟବହାର କରୁନାହାନ୍ତି। ର଼୍ୟାଗିଂ ଯୋଗୁ ତାଙ୍କ ମାନସିକ ସ୍ବାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଢ଼ୁଥିବା ଖବର ସାମ୍ନାକୁ ଆସିଛି।

ପାକିସ୍ତାନୀ ଖବରଦାତା ନଇସ ହାନିଫ କହିଛନ୍ତି ଯେ, ସାକ୍ଷାତକାରରେ ସାନିଆ ତାଙ୍କୁ କହିଥିଲେ ଯେ ଇଜହାନଙ୍କ ଉପରେ ଖରାପ ପ୍ରଭାବ ପଡ଼ୁଛି। ସେ ପୁଅଙ୍କୁ ସମ୍ଭାଳିବା ଲାଗି ପୁରା ଚେଷ୍ଟା କରୁଛନ୍ତି। ହେଲେ ସ୍କୁଲରେ ପିଲାମାନେ ଶୋଏବଙ୍କ ତୃତୀୟ ବିବାହକୁ ନେଇ ତାଙ୍କୁ ର଼୍ୟାଗିଂ କରୁଛନ୍ତି।

The post ଚିନ୍ତାରେ ସାନିଆ: ଛାଡ଼ପତ୍ର ପରେ ସ୍କୁଲରେ ପୁଅ ଇଜହାନଙ୍କୁ କରାଯାଉଛି ର଼୍ୟାଗିଂ appeared first on Dharitri Odia News.