ପଦ୍ମପୁର ବନ୍ଦ ଡାକରା ସ୍ଥଗିତ: ଶୀତଳଷଷ୍ଠୀ ପାଇଁ ନିଆଗଲା ନିଷ୍ପତ୍ତି, କିନ୍ତୁ…

ପଦ୍ମପୁର,୨୯।୫ (ପ୍ରଦୀପ୍ତ ଦାଶ): ସିବିଏସଇ ପରୀକ୍ଷା ଫଳ ବିବାଦ ପ୍ରତିବାଦରେ ଅଭିଭାବକ ସଂଘ ତରଫରୁ ଗତକାଲି ପଦ୍ମପୁର ଉପଖଣ୍ଡ ବନ୍ଦ ବୋଲି ନିଷ୍ପତ୍ତି ନିଆଯାଇଥିଲା। ମାତ୍ର ପଦ୍ମପୁରରେ ଚାଲୁଥିବା ଶୀତଳଷଷ୍ଠୀ ଯାତ୍ରାକୁ ଆଖି ଆଗରେ ରଖି କେତେକ ଅନୁଷ୍ଠାନ ବନ୍ଦ ପାଳନ ନ କରିବା ପାଇଁ ମିଳିତ ଅଭିଭାବକ ସଂଘକୁ ଅନୁରୋଧ କରିଥିଲେ। ଆଜି ପୁଣି ଅଭିଭାବକ ସଂଘ ଶୀତଳଷଷ୍ଠୀ କମିଟି ଓ ପଦ୍ମପୁର ବଣିକ ସଂଘ ଆଲୋଚନା କରି ଆସନ୍ତା ବନ୍ଦ ପାଳନକୁ ସ୍ଥଗିତ କରିବା […] The post ପଦ୍ମପୁର ବନ୍ଦ ଡାକରା ସ୍ଥଗିତ: ଶୀତଳଷଷ୍ଠୀ ପାଇଁ ନିଆଗଲା ନିଷ୍ପତ୍ତି, କିନ୍ତୁ… appeared first on Dharitri Odia News.

ପଦ୍ମପୁର ବନ୍ଦ ଡାକରା ସ୍ଥଗିତ: ଶୀତଳଷଷ୍ଠୀ ପାଇଁ ନିଆଗଲା ନିଷ୍ପତ୍ତି, କିନ୍ତୁ…

ପଦ୍ମପୁର,୨୯।୫ (ପ୍ରଦୀପ୍ତ ଦାଶ): ସିବିଏସଇ ପରୀକ୍ଷା ଫଳ ବିବାଦ ପ୍ରତିବାଦରେ ଅଭିଭାବକ ସଂଘ ତରଫରୁ ଗତକାଲି ପଦ୍ମପୁର ଉପଖଣ୍ଡ ବନ୍ଦ ବୋଲି ନିଷ୍ପତ୍ତି ନିଆଯାଇଥିଲା। ମାତ୍ର ପଦ୍ମପୁରରେ ଚାଲୁଥିବା ଶୀତଳଷଷ୍ଠୀ ଯାତ୍ରାକୁ ଆଖି ଆଗରେ ରଖି କେତେକ ଅନୁଷ୍ଠାନ ବନ୍ଦ ପାଳନ ନ କରିବା ପାଇଁ ମିଳିତ ଅଭିଭାବକ ସଂଘକୁ ଅନୁରୋଧ କରିଥିଲେ। ଆଜି ପୁଣି ଅଭିଭାବକ ସଂଘ ଶୀତଳଷଷ୍ଠୀ କମିଟି ଓ ପଦ୍ମପୁର ବଣିକ ସଂଘ ଆଲୋଚନା କରି ଆସନ୍ତା ବନ୍ଦ ପାଳନକୁ ସ୍ଥଗିତ କରିବା ସହିତ ୩୦ ତାରିଖ ସକାଳ ୮ରେ ପଦ୍ମପୁର ଆରଏମସି ପ୍ରାଙ୍ଗଣରୁ ଏକ ପ୍ରତିବାଦ ରାଲି ବାହାରି ଉପଜିଲାପାଳ ପଦ୍ମପୁରକୁ ଦାବିପତ୍ର ପ୍ରଦାନ କରାଯିବ ବୋଲି ଅଭିଭାବକ ସଂଘ କହିଛି।

The post ପଦ୍ମପୁର ବନ୍ଦ ଡାକରା ସ୍ଥଗିତ: ଶୀତଳଷଷ୍ଠୀ ପାଇଁ ନିଆଗଲା ନିଷ୍ପତ୍ତି, କିନ୍ତୁ… appeared first on Dharitri Odia News.