ଅଖାରେ ଭର୍ତ୍ତି ମହିଳାଙ୍କ ଗଳିତ ମୃତଦେହ ମିଳିଲା: ହତ୍ୟା କରି ଫିଙ୍ଗି ଦିଆଯାଇଥିବା ସନ୍ଦେହ
ଜଳେଶ୍ୱର,୯।୨(ନବୀନ ସାହୁ): ବାଲେଶ୍ୱର ଜିଲା ଜଳେଶ୍ବର ଥାନା ଅଧୀନ ୬୦ ନମ୍ବର ଜାତୀୟ ରାଜପଥ ଜମାଳପୁର ବାଇପାସ୍ ନିକଟରେ ଥିବା ଏକ ପୋଖରୀ ହୁଡାରୁ ଅଖାରେ ଭର୍ତ୍ତି ହୋଇଥିବା ଜଣେ ମହିଳାଙ୍କ ଗଳିତ ମୃତଦେହ ଶୁକ୍ରବାର ଉଦ୍ଧାର ହୋଇଛି। ମିଳିଥିବା ସୂଚନା ମୁତାବକ, ସ୍ଥାନୀୟ କିଛି ଲୋକ ଚାଷକାର୍ଯ୍ୟ ପାଇଁ ବିଲକୁ ଯାଉଥିବା ବେଳେ ଦୁର୍ଗନ୍ଧ ହେବାରୁ ପୋଖରୀ ପାଖକୁ ଯାଇଥିଲେ। ସେତିକିବେଳେ ସେମାନେ ଏକ ଅଖା ବସ୍ତାରେ ମୃତଦେହ ଭର୍ତ୍ତି ଥିବା ସନ୍ଦେହ କରି ପୋଲିସକୁ […] The post ଅଖାରେ ଭର୍ତ୍ତି ମହିଳାଙ୍କ ଗଳିତ ମୃତଦେହ ମିଳିଲା: ହତ୍ୟା କରି ଫିଙ୍ଗି ଦିଆଯାଇଥିବା ସନ୍ଦେହ appeared first on Dharitri Odia News.
ଜଳେଶ୍ୱର,୯।୨(ନବୀନ ସାହୁ): ବାଲେଶ୍ୱର ଜିଲା ଜଳେଶ୍ବର ଥାନା ଅଧୀନ ୬୦ ନମ୍ବର ଜାତୀୟ ରାଜପଥ ଜମାଳପୁର ବାଇପାସ୍ ନିକଟରେ ଥିବା ଏକ ପୋଖରୀ ହୁଡାରୁ ଅଖାରେ ଭର୍ତ୍ତି ହୋଇଥିବା ଜଣେ ମହିଳାଙ୍କ ଗଳିତ ମୃତଦେହ ଶୁକ୍ରବାର ଉଦ୍ଧାର ହୋଇଛି।
ମିଳିଥିବା ସୂଚନା ମୁତାବକ, ସ୍ଥାନୀୟ କିଛି ଲୋକ ଚାଷକାର୍ଯ୍ୟ ପାଇଁ ବିଲକୁ ଯାଉଥିବା ବେଳେ ଦୁର୍ଗନ୍ଧ ହେବାରୁ ପୋଖରୀ ପାଖକୁ ଯାଇଥିଲେ। ସେତିକିବେଳେ ସେମାନେ ଏକ ଅଖା ବସ୍ତାରେ ମୃତଦେହ ଭର୍ତ୍ତି ଥିବା ସନ୍ଦେହ କରି ପୋଲିସକୁ ଖବର ଦେଇଥିଲେ। ଖବର ପାଇ ଜଳେଶ୍ବର ପୋଲିସ ଏବଂ ଅଗ୍ନିଶମ ବିଭାଗ ପହଞ୍ଚି ଅଖାରୁ ଜଣେ ମହିଳାଙ୍କ ମୃତଦେହ ଜବତ କରିଥିଲେ। କେତେକ ଦୁର୍ବୃତ୍ତ ୨ରୁ ୩ଦିନ ପୂର୍ବରୁ ମହିଳାଙ୍କୁ ହତ୍ୟା କରି ଅଖାରେ ପୁରାଇ ଫିଙ୍ଗି ଦେଇଥିବା ଅନୁମାନ କରାଯାଉଛି। ମୃତଦେହ ସମ୍ପୂର୍ଣ୍ଣ ପଚି ଯାଇଥିବାରୁ ଚିହ୍ନଟ କରାଯାଇ ନାହିଁ। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
The post ଅଖାରେ ଭର୍ତ୍ତି ମହିଳାଙ୍କ ଗଳିତ ମୃତଦେହ ମିଳିଲା: ହତ୍ୟା କରି ଫିଙ୍ଗି ଦିଆଯାଇଥିବା ସନ୍ଦେହ appeared first on Dharitri Odia News.