ବିଳାସପୂର୍ଣ୍ଣ ବଙ୍ଗଳା କିଣିଲେ ସୂର୍ଯ୍ୟକୁମାର ଯାଦବ: ଦାମ ଜାଣିଲେ ଉଡ଼ିଯିବ ହୋଶ୍‌

ନୂଆଦିଲ୍ଲୀ,୨୬।୩: ସୂର୍ଯ୍ୟକୁମାର ଯାଦବ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଅନେକ ଥର ବିସ୍ଫୋରକ ବ୍ୟାଟିଂ କରିଛନ୍ତି। କିନ୍ତୁ ସେ IPL 2025 ର ତାଙ୍କର ପ୍ରଥମ ମ୍ୟାଚରେ କିଛି ବିଶେଷ କରିପାରି ନ ଥିଲେ। ସୂର୍ଯ୍ୟକୁମାର ଏବଂ ତାଙ୍କ ପତ୍ନୀ ଦେବୀଶା ଶେଟ୍ଟୀ ମୁମ୍ବାଇରେ ଦୁଇଟି ନୂତନ ଘର କିଣିଛନ୍ତି। ଏଗୁଡ଼ିକର ମୂଲ୍ୟ କୋଟି କୋଟି ଟଙ୍କା। ସୂର୍ଯ୍ୟକୁମାର ଯାଦବ ଦେଓନାରର ଗୋଦରେଜ ସ୍କାଏ ଟେରାସ୍‌ରେ ଦୁଇଟି ନୂତନ ଆପାର୍ଟମେଣ୍ଟ କିଣିଛନ୍ତି। ଏହାର ମୋଟ କାର୍ପେଟ କ୍ଷେତ୍ରଫଳ ପ୍ରାୟ […] The post ବିଳାସପୂର୍ଣ୍ଣ ବଙ୍ଗଳା କିଣିଲେ ସୂର୍ଯ୍ୟକୁମାର ଯାଦବ: ଦାମ ଜାଣିଲେ ଉଡ଼ିଯିବ ହୋଶ୍‌ appeared first on Dharitri Odia News.

ବିଳାସପୂର୍ଣ୍ଣ ବଙ୍ଗଳା କିଣିଲେ ସୂର୍ଯ୍ୟକୁମାର ଯାଦବ: ଦାମ ଜାଣିଲେ ଉଡ଼ିଯିବ ହୋଶ୍‌

ନୂଆଦିଲ୍ଲୀ,୨୬।୩: ସୂର୍ଯ୍ୟକୁମାର ଯାଦବ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଅନେକ ଥର ବିସ୍ଫୋରକ ବ୍ୟାଟିଂ କରିଛନ୍ତି। କିନ୍ତୁ ସେ IPL 2025 ର ତାଙ୍କର ପ୍ରଥମ ମ୍ୟାଚରେ କିଛି ବିଶେଷ କରିପାରି ନ ଥିଲେ। ସୂର୍ଯ୍ୟକୁମାର ଏବଂ ତାଙ୍କ ପତ୍ନୀ ଦେବୀଶା ଶେଟ୍ଟୀ ମୁମ୍ବାଇରେ ଦୁଇଟି ନୂତନ ଘର କିଣିଛନ୍ତି। ଏଗୁଡ଼ିକର ମୂଲ୍ୟ କୋଟି କୋଟି ଟଙ୍କା।

ସୂର୍ଯ୍ୟକୁମାର ଯାଦବ ଦେଓନାରର ଗୋଦରେଜ ସ୍କାଏ ଟେରାସ୍‌ରେ ଦୁଇଟି ନୂତନ ଆପାର୍ଟମେଣ୍ଟ କିଣିଛନ୍ତି। ଏହାର ମୋଟ କାର୍ପେଟ କ୍ଷେତ୍ରଫଳ ପ୍ରାୟ ୪୨୨୨.୭୬ ବର୍ଗଫୁଟ।

ସୂର୍ଯ୍ୟଙ୍କ ନୂତନ ଫ୍ଲାଟର ମୂଲ୍ୟ ପ୍ରାୟ ୨୧.୧୧ କୋଟି ଟଙ୍କା। ଫ୍ଲାଟ କିଣିବା ଉପରେ ୧.୨୬ କୋଟି ଟଙ୍କାର ଷ୍ଟାମ୍ପ ଡ୍ୟୁଟି ମଧ୍ୟ ପୈଠ କରାଯାଇଛି।

ସୂର୍ଯ୍ୟଙ୍କ ନୂତନ ଫ୍ଲାଟର ଭିତର ଫଟୋ ଏପର୍ଯ୍ୟନ୍ତ ପ୍ରକାଶିତ ହୋଇନାହିଁ। ସୂର୍ଯ୍ୟ ଆଇପିଏଲରେ ବ୍ୟସ୍ତ ଅଛନ୍ତି। ସେ ସିଜିନର ପ୍ରଥମ ମ୍ୟାଚ୍‌ରେ ମୁମ୍ବାଇର ଅଧିନାୟକତ୍ୱ ମଧ୍ୟ କରିଥିଲେ।

ସିଜିନର ମୁମ୍ବାଇର ପ୍ରଥମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗସ ବିପକ୍ଷରେ ଥିଲା। ଏଥିରେ ମୁମ୍ବାଇ ୪ ଉଇକେଟରେ ପରାଜୟର ସାମ୍ନା କରିଥିଲା।

The post ବିଳାସପୂର୍ଣ୍ଣ ବଙ୍ଗଳା କିଣିଲେ ସୂର୍ଯ୍ୟକୁମାର ଯାଦବ: ଦାମ ଜାଣିଲେ ଉଡ଼ିଯିବ ହୋଶ୍‌ appeared first on Dharitri Odia News.