ଦିନ ରାତି ଜଳି ରହୁଛି ବିଭିନ୍ନ କାର୍ଯ୍ୟାଳୟର ଷ୍ଟ୍ରିଟ୍ ଲାଇଟ୍
ଥୁଆମୂଳ ରାମପୁର,୮।୯(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ ମୁଖ୍ୟାଳୟର ତହସିଲ କାର୍ଯ୍ୟାଳୟ ଠାରୁ ଆରମ୍ଭ ହୋଇ ଦୈନିକ ମାର୍କେଟ ପର୍ଯ୍ୟନ୍ତ ଲାଗିଥିବା ଷ୍ଟ୍ରିଟଲାଇଟ୍ ଦୀର୍ଘ ବର୍ଷ ଧରି ଅଚଳ ହୋଇ ପଡ଼ି ରହିଥିବା ବେଳେ ଦିନ ରାତିସାରା ଜଳୁଛି ବିଭିନ୍ନ କାର୍ଯ୍ୟାଳୟର ଷ୍ଟ୍ରିଟ୍ ଲାଇଟ୍ । ଏପରିକି ଏଠି ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ନୁହେଁ ଯାହାକି ଥୁଆମୂଳ ରାମପୁର ବ୍ଲକର ଏକାଧିକ କାର୍ଯ୍ୟାଳୟ ମାନଙ୍କରେ ମଧ୍ୟରେ ଜଳି ରହୁଛି ଷ୍ଟ୍ରିଟଲାଇଟ୍। ଏବେ ଅନ୍ୟପଟେ […] The post ଦିନ ରାତି ଜଳି ରହୁଛି ବିଭିନ୍ନ କାର୍ଯ୍ୟାଳୟର ଷ୍ଟ୍ରିଟ୍ ଲାଇଟ୍ appeared first on Dharitri Odia News.
ଥୁଆମୂଳ ରାମପୁର,୮।୯(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ ମୁଖ୍ୟାଳୟର ତହସିଲ କାର୍ଯ୍ୟାଳୟ ଠାରୁ ଆରମ୍ଭ ହୋଇ ଦୈନିକ ମାର୍କେଟ ପର୍ଯ୍ୟନ୍ତ ଲାଗିଥିବା ଷ୍ଟ୍ରିଟଲାଇଟ୍ ଦୀର୍ଘ ବର୍ଷ ଧରି ଅଚଳ ହୋଇ ପଡ଼ି ରହିଥିବା ବେଳେ ଦିନ ରାତିସାରା ଜଳୁଛି ବିଭିନ୍ନ କାର୍ଯ୍ୟାଳୟର ଷ୍ଟ୍ରିଟ୍ ଲାଇଟ୍ । ଏପରିକି ଏଠି ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ନୁହେଁ ଯାହାକି ଥୁଆମୂଳ ରାମପୁର ବ୍ଲକର ଏକାଧିକ କାର୍ଯ୍ୟାଳୟ ମାନଙ୍କରେ ମଧ୍ୟରେ ଜଳି ରହୁଛି ଷ୍ଟ୍ରିଟଲାଇଟ୍।
ଏବେ ଅନ୍ୟପଟେ ପଟେ ଦିନକୁ ଦିନ ବିଜୁଳି ବୋଝ ବଢ଼ିବାରେ ଲାଗିଥିବା ବେଳେ ଏହିଭଳି ବିଜୁଳି ଅପବ୍ୟବହାର ଯୋଗୁଁ ସାଧାରଣରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ମନର ଏଠାରେ ଏକ କୌତୁହଳ ଜାତ ହୁଏ ଯେ, କେଉଁଠି ଲାଇଟି ଦିନରେ ଜଳୁଥିବା ବେଳେ ରାତିରେ ଆଉ ଲାଇଟ୍ ଜଳୁନାହିଁ, ଏପରି ସ୍ଥଳେ ଅନେକ ସ୍ଥାନରେ ଦିନରାତି ଜଳିଶରହୁଛି ଲାଇଟ୍। ଏଥିପ୍ରତି ବିଭାଗୀୟ ଅଧିକାରୀଙ୍କ ନଜର ପଡିପାରୁ ନାହିଁ।
ସୂଚନା ମୁତାବକ ଥୁଆମୂଳ ରାମପୁର ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖା, ବ୍ଲକ୍ ଅଫିସ୍ ପରିସର ସମେତ ବ୍ଲକ୍ ର ଏଇଇ, ଜେଇଙ୍କ କ୍ୱାଟର ସାମ୍ନାରେ ଲାଗିଥିବା ଲାଇଟ୍ ଏବଂ ବ୍ଲକ୍ ମିଶନ ଶକ୍ତି କାର୍ଯ୍ୟାଳୟରେ ଦିନରାତି ଲାଇଟ୍ ଜଳୁଛି। ଉକ୍ତ ସ୍ଥାନ ମାନଙ୍କରେ ପ୍ରାୟ ଦିନ ଏମିତିଆ ଲାଇଟ୍ ଜଳି ରହୁଛି ତଥାପି କର୍ମଚାରୀ ମାନେ ଲାଇଟ୍ ଲିଭାଇବା ପାଇଁ ଭୁଲି ଯିବା କେତେ ଯୁକ୍ତିଯୁକ୍ତ। ଏହାଛଡା ବାବା ଖଣ୍ଡୁଆଲ ଖେଳ ପଡ଼ିଆରେ ମଧ୍ୟ ଲାଗିଥିବା ଏକ ହାଇମାଷ୍ଟ ଲାଇଟ୍ ଦୀର୍ଘ ଦିନ ହେବ ଦିନରେ ଜଳି ରହୁଥିବା ଦେଖିବାକୁ ମିଳୁଛି। ଏଥିପ୍ରତି ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି ।
The post ଦିନ ରାତି ଜଳି ରହୁଛି ବିଭିନ୍ନ କାର୍ଯ୍ୟାଳୟର ଷ୍ଟ୍ରିଟ୍ ଲାଇଟ୍ appeared first on Dharitri Odia News.