ଝିଅ, ମା,ବାପା ଘରେ ଥିଲେ: ପଡ଼ିଲା ବଜ୍ରପାତ
ବାଲିଗୁଡ଼ା,୩୦।୫:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ଅଧୀନ ଟିକାବାଲିରେ ଗୁରୁବାର ଅପରାହ୍ନରେ ଘଡଘଡ଼ି ସାଙ୍ଗକୁ ପ୍ରବଳ ବର୍ଷା ହୋଇ ବଜ୍ରପାତ ଘଟିଥିଲା। ବଜ୍ରପାତରେ ଝିଅଙ୍କ ମୃତ୍ୟୁ ଘଟିଥିବା ବେଳେ ମା, ବାପା ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ମୃତକ ହେଲେ ଟିକାବାଲି ଥାନା ଅଧୀନ ବପଲମେଣ୍ଡି(ବି) ବାହାଡ଼ା ସାହି ପଞ୍ଚାୟତ ଗୁଡାରସାହିର ବିମ୍ବାଧର ବିଷୋୟୀଙ୍କ ଦ୍ୱିତୀୟ କନ୍ୟା ରୁପାଲୀ ବିଷୋୟୀ(୨୩)। ରୁପାଲୀଙ୍କ ପରିବାର ଗୁଡ଼ାରୀ ସାହିରୁ ଆସି ଟିକାବାଲି ଆଖଣ୍ଡଳମଣି ମନ୍ଦିର ପାଖରେ […] The post ଝିଅ, ମା,ବାପା ଘରେ ଥିଲେ: ପଡ଼ିଲା ବଜ୍ରପାତ appeared first on Dharitri Odia News.
ବାଲିଗୁଡ଼ା,୩୦।୫:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ଅଧୀନ ଟିକାବାଲିରେ ଗୁରୁବାର ଅପରାହ୍ନରେ ଘଡଘଡ଼ି ସାଙ୍ଗକୁ ପ୍ରବଳ ବର୍ଷା ହୋଇ ବଜ୍ରପାତ ଘଟିଥିଲା। ବଜ୍ରପାତରେ ଝିଅଙ୍କ ମୃତ୍ୟୁ ଘଟିଥିବା ବେଳେ ମା, ବାପା ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।
ମୃତକ ହେଲେ ଟିକାବାଲି ଥାନା ଅଧୀନ ବପଲମେଣ୍ଡି(ବି) ବାହାଡ଼ା ସାହି ପଞ୍ଚାୟତ ଗୁଡାରସାହିର ବିମ୍ବାଧର ବିଷୋୟୀଙ୍କ ଦ୍ୱିତୀୟ କନ୍ୟା ରୁପାଲୀ ବିଷୋୟୀ(୨୩)। ରୁପାଲୀଙ୍କ ପରିବାର ଗୁଡ଼ାରୀ ସାହିରୁ ଆସି ଟିକାବାଲି ଆଖଣ୍ଡଳମଣି ମନ୍ଦିର ପାଖରେ ଘର ଭଡ଼ା ନେଇ ରହୁଥିଲେ।
ମିଳିଥିବା ସୂଚନା ମୁତାବକ, ହଠାତ୍ ଘଡଘଡ଼ି ସହ ବର୍ଷା ହୋଇ ଘର ଉପରେ ବଜ୍ରପାତ ଘଟିଥିଲା। ସେଥିରେ ବାପା ବିମ୍ବାଧର, ମା’ ଅତୁଳା ବିଷୋୟୀ ଆହତ ହୋଇଥିବାବେଳେ ଝିଅ ରୁପାଲୀ ଗୁରୁତର ହୋଇଥିଲେ । ସ୍ଥାନୀୟ ବାସିନ୍ଦା ସମସ୍ତଙ୍କୁ ଉଦ୍ଧାର କରି ଟିକାବାଲି ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ରୁପାଲୀଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ଟିକାବାଲି ଆଇଆଇସି କଲ୍ୟାଣୀ ମୟୀ ଷେଣ୍ଢ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଏନେଇ ଥାନାରେ ଏକ ମାମଲା(ନଂ.୪/୨୪) ରୁଜୁ ହୋଇଛି।
The post ଝିଅ, ମା,ବାପା ଘରେ ଥିଲେ: ପଡ଼ିଲା ବଜ୍ରପାତ appeared first on Dharitri Odia News.