ବିଜେଡି ଛାଡ଼ିଲେ ପୂର୍ବତନ ଉପ ବାଚସ୍ପତି ରାମଚନ୍ଦ୍ର ପଣ୍ଡା
୨୦୧୯ ନିର୍ବାଚନର ଏକ ସପ୍ତାହ ପୂର୍ବରୁ ମୋତେ ବାଦ୍ ଦେଇ ଅନ୍ୟଜଣେ ନବାଗତକଙ୍କୁ ପ୍ରାର୍ଥୀ କରିବା ପାଇଁ ଘୋଷଣା କରାଗଲା। ତଥାପି ମୁଁ ଶୃଙ୍ଖଳାର ସହିତ ଦଳ ପାଇଁ କାମ କରିଥିଲି।
ବିଜେଡି ଛାଡ଼ିଲେ ବରିଷ୍ଠ ନେତା ତଥା ପୂର୍ବତନ ଉପ ବାଚସ୍ପତି ରାମଚନ୍ଦ୍ର ପଣ୍ଡା। ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ବିଜେଡିରୁ ଇସ୍ତଫା ଦେବା ପରେ ଦଳରେ ଗଣତନ୍ତ୍ର ନଥିବା କହି ରାମଚନ୍ଦ୍ର ଦଳ ଉପରେ ବର୍ଷିଛନ୍ତି। ସେ କହିଛନ୍ତି, ଦଳ ନୀତି ଆଦର୍ଶ ଭୁଲି ଯାଇଛି। ଦୀର୍ଘ ଦିନ ଧରି ଦଳରେ ଥିଲେ ବି ଦୁଇ ଘଣ୍ଟା ପୂର୍ବରୁ ଦଳରେ ଯୋଗ ଦେବା ବ୍ୟକ୍ତିଙ୍କୁ ଟିକେଟ ଦିଆଯାଉଛି। ୨୦୧୯ ନିର୍ବାଚନର ଏକ ସପ୍ତାହ ପୂର୍ବରୁ ମୋତେ ବାଦ୍ ଦେଇ ଅନ୍ୟଜଣେ ନବାଗତକଙ୍କୁ ପ୍ରାର୍ଥୀ କରିବା ପାଇଁ ଘୋଷଣା କରାଗଲା। ତଥାପି ମୁଁ ଶୃଙ୍ଖଳାର ସହିତ ଦଳ ପାଇଁ କାମ କରିଥିଲି।