ସାଇବର ଲୁଟେରାଙ୍କୁ ଚେକ୍ ଦେବାକୁ ‘ଚକ୍ଷୁ’ ପୋର୍ଟାଲ
ଏଣିକି ଆଉ ବର୍ତ୍ତି ପାରିବେନି ସାଇବର୍ ଠକ। ଲୋକଙ୍କୁ ଭୁଆଁ ବୁଲେଇ କଲ୍, ମେସେଜ୍ କିମ୍ବା ହ୍ବାଟସ୍ ଆପ୍ ମାଧ୍ୟମରେ ଠକୁଥିବା ସାଇବର ଲୁଟେରାଙ୍କୁ ଚେକ୍ ଦେବ ଟେଲିକମ୍ ବିଭାଗ।
ଫୋନ୍ କଲ୍ , SMS, ହ୍ୱାଟସ୍ ଆପ୍ ମାଧ୍ୟମରେ ଲୋଭନୀୟ ଅଫର। କାହାକୁ ଲଟେରୀ, କାହାକୁ ଗାଡ଼ି ତ ଆଉ କାହାକୁ ସହଜରେ ଋଣ କରିଦେବାକୁ ଆସୁଛି ଅଫର୍। ସାଇବର ଲୁଟେରାଙ୍କ ଟାର୍ଗେଟରେ ସାଧାରଣ ଜନତା। କିଛି ଏହାକୁ ଅଣଦେଖା କରୁଛନ୍ତି, ଆଉ କିଛି ଲୁଟେରାଙ୍କ କଥାରେ ପଡ଼ି ସର୍ବସ୍ୱାନ୍ତ ହେଉଛନ୍ତି। ନିରୀହ ଉପଭୋକ୍ତା ସାଇବର ଲୁଟର ଶିକାର ହେବା ପରେ ସାଇବର ଥାନାରେ ଦ୍ୱାରସ୍ଥ ହେଉଛନ୍ତି।