ଗର୍ଭବତୀ ଥିବା ସତ୍ତ୍ୱେ ଯୌତୁକ ପାଇଁ ମୋନାଲିସାଙ୍କୁ ହତ୍ୟା, ଅଭିଯୋଗ ପରେ ବନ୍ଧା ହେଲେ ସ୍ବାମୀ

ତିହିଡ,୧୫।୬(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡି଼ ଥାନା ଅଧୀନ ତାଳପଦା ଗ୍ରାମରେ ଶନିବାର ରାତିରେ ମୋନାଲିସା ଜେନା (୨୬)ନାମ୍ନୀ ଜଣେ ମହିଳାଙ୍କୁ ଯୌତୁକ ପାଇଁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି l ତିହିଡି଼ ପୋଲିସ ଏହି ଘଟଣାରେ ଏକ ମକଦ୍ଦମା (ନଂ ୨୧୧/୨୫)ରୁଜୁ କରି ମହିଳାଙ୍କ ସ୍ବାମୀ ଶଙ୍କର୍ଷଣ ଜେନାକୁ ରବିବାର ଗିରଫ କରିଛି l ମୋନାଲିସାଙ୍କ ବାପା ତାଳପଦା ଗ୍ରାମର ପଞ୍ଚାନନ ଜେନା ଅଭିଯୋଗରେ ଦର୍ଶାଇଛନ୍ତି ଯେ ତାଙ୍କ ଗ୍ରାମର ଟେରା ଜେନାଙ୍କ ପୁଅ ଶଙ୍କର୍ଷଣ […] The post ଗର୍ଭବତୀ ଥିବା ସତ୍ତ୍ୱେ ଯୌତୁକ ପାଇଁ ମୋନାଲିସାଙ୍କୁ ହତ୍ୟା, ଅଭିଯୋଗ ପରେ ବନ୍ଧା ହେଲେ ସ୍ବାମୀ appeared first on Dharitri Odia News.

ଗର୍ଭବତୀ ଥିବା ସତ୍ତ୍ୱେ ଯୌତୁକ ପାଇଁ ମୋନାଲିସାଙ୍କୁ ହତ୍ୟା, ଅଭିଯୋଗ ପରେ ବନ୍ଧା ହେଲେ ସ୍ବାମୀ

ତିହିଡ,୧୫।୬(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡି଼ ଥାନା ଅଧୀନ ତାଳପଦା ଗ୍ରାମରେ ଶନିବାର ରାତିରେ ମୋନାଲିସା ଜେନା (୨୬)ନାମ୍ନୀ ଜଣେ ମହିଳାଙ୍କୁ ଯୌତୁକ ପାଇଁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି l ତିହିଡି଼ ପୋଲିସ ଏହି ଘଟଣାରେ ଏକ ମକଦ୍ଦମା (ନଂ ୨୧୧/୨୫)ରୁଜୁ କରି ମହିଳାଙ୍କ ସ୍ବାମୀ ଶଙ୍କର୍ଷଣ ଜେନାକୁ ରବିବାର ଗିରଫ କରିଛି l

ମୋନାଲିସାଙ୍କ ବାପା ତାଳପଦା ଗ୍ରାମର ପଞ୍ଚାନନ ଜେନା ଅଭିଯୋଗରେ ଦର୍ଶାଇଛନ୍ତି ଯେ ତାଙ୍କ ଗ୍ରାମର ଟେରା ଜେନାଙ୍କ ପୁଅ ଶଙ୍କର୍ଷଣ ୫ବର୍ଷ ପୂର୍ବେ ତାଙ୍କ ଝିଅକୁ ବିବାହ କରିଥିଲେ l ବିବାହ ପରେ ଅଧିକ ଯୌତୁକ ଦାବି କରି ମୋନାଲିସାଙ୍କୁ ତାଙ୍କ ସ୍ବାମୀ ଓ ଶାଶୁଘର ଲୋକେ ନିର୍ଯାତନା ଦେଉଥିଲେ l ମୋନାଲିସା ଗର୍ଭବତୀ ଥିବା ବେଳେ ଶନିବାର ରାତିରେ ତାଙ୍କ ଶଙ୍କର୍ଷଣ ଓ ଅନ୍ୟମାନେ ତାଙ୍କୁ ମାଡ଼ ମାରିବା ସହ ଗର୍ଭ ନଷ୍ଟ କରିବା ଉଦ୍ଦେଶ୍ୟରେ ପେଟକୁ ଗୋଇଠା ମାରିଥିଲେl ଏଥିରେ ମୋନାଲିସା ଗୁରୁତର ଆହତ ହେବାପରେ ତାଙ୍କୁ ଚିକିତ୍ସା ନିମନ୍ତେ ତିହିଡି଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା l ସେଠାରୁ ମୋନାଲିସାଙ୍କୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା l ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିବା ଜଣାପଡ଼ିଛି।

The post ଗର୍ଭବତୀ ଥିବା ସତ୍ତ୍ୱେ ଯୌତୁକ ପାଇଁ ମୋନାଲିସାଙ୍କୁ ହତ୍ୟା, ଅଭିଯୋଗ ପରେ ବନ୍ଧା ହେଲେ ସ୍ବାମୀ appeared first on Dharitri Odia News.