କେତେ ବଢିଛି ପ୍ରଧାନମନ୍ତ୍ରୀଙ୍କ ସମ୍ପତ୍ତି? କେତେ ଦେଉଛନ୍ତି ଟ୍ୟାକ୍ସ?, ସାମ୍ନାକୁ ଆସିଲା ସମ୍ପତ୍ତି ସୂଚୀ
ବାରଣାସୀ ୧୪।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତୃତୀୟବାର ବାରଣାସୀ ଲୋକସଭା ଆସନରୁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ମୋଦି ୪ ପ୍ରସ୍ତାବକ ଓ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥଙ୍କ ଉପସ୍ଥିତିରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଏଥିରେ ପ୍ରଧାନମନ୍ତ୍ରୀ ଦାଖଲ କରିଥିବା ଆଫିଡେଭିଟରେ ୨୦୧୪ରୁ ୧୯ ମଧ୍ୟରେ ତାଙ୍କ ସମ୍ପତ୍ତିରେ ମୋଟ ୫୨ ପ୍ରତିଶତ ବୃଦ୍ଧି ହୋଇଥିବା ଦର୍ଶାଇଛନ୍ତି। ତାଙ୍କ ଚଳନ୍ତି ସମ୍ପତ୍ତି ଭାରତୀୟ ଷ୍ଟେଟ୍ ବ୍ୟାଙ୍କରେ ସ୍ଥାୟୀ ଜମା ରୂପେ ରହିଛି। ଯାହାର ପରିମାଣ ୧.୨୭ କୋଟି ଟଙ୍କା ବୋଲି ହିସାବ ଦିଆଯାଇଛି। ଆଫିଡେଭିଟରେ ମୋଦି ପ୍ରତିବର୍ଷ କେତେ ଆୟକର ଦେଉଛନ୍ତି ତାର ବିବରଣୀ ମଧ୍ୟ ଦେଇଛନ୍ତି। ଆଫିଡେଭିଟ ଅନୁସାରେ ମୋଦିଙ୍କ ଆୟର ପ୍ରାଇମେରି ସୋର୍ସ ସରକାରୀ ବେତନ ଓ ସଞ୍ଚୟରୁ ମିଳୁଥିବା ସୁଧ ବୋଲି ଦର୍ଶାଇଛନ୍ତି। ୨୦୨୪ର ଆଫିଡେଭିଟ ଅନୁସାରେ ମୋଦି ୨୦୨୩-୨୪ଆର୍ଥିକ ବର୍ଷରେ ୩ଲକ୍ଷ ୩୩ହଜାର ୧୭୯ ଟଙ୍କା ଆୟକର ରୂପେ ପୈଠ କରିଛନ୍ତି। ମୋଦି ତାଙ୍କ ଆଫିଡେଭିଟରେ ଗତ ୫ ବର୍ଷରେ ତାଙ୍କ ଆୟର ବିବରଣୀ ମଧ୍ୟ ଦେଇଛନ୍ତି। ଏଥିରୁ ୨୦୧୮-୧୯ରେ ତାଙ୍କର ଆୟ ୧୧ଲକ୍ଷ ୧୪ ହଜାର ୨୩୦ ଟଙ୍କା ଥିଲା ବୋଲି ସୂଚିତ କରିଛନ୍ତି। ସେହିପରି ୨୦୧୯-୨୦ରେ ତାଙ୍କର ଆୟ ୧୭ଲକ୍ଷ ୨୦ହଜାର ୭୬୦ ଟଙ୍କା ଥିବା ବେଳେ ୨୦୨୦-୨୧ରେ ୧୭ଲକ୍ଷ ୭ ହଜାର ୯୩୦ ଟଙ୍କା ଥିଲା। ସେହିପରି ୨୦୨୧-୨୨ରେ ତାଙ୍କ ଆୟ ୧୫,୪୧,୮୭୦ ଟଙ୍କା ଥିବା ବେଳେ ୨୦୨୨-
ବାରଣାସୀ ୧୪।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତୃତୀୟବାର ବାରଣାସୀ ଲୋକସଭା ଆସନରୁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ମୋଦି ୪ ପ୍ରସ୍ତାବକ ଓ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥଙ୍କ ଉପସ୍ଥିତିରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଏଥିରେ ପ୍ରଧାନମନ୍ତ୍ରୀ ଦାଖଲ କରିଥିବା ଆଫିଡେଭିଟରେ ୨୦୧୪ରୁ ୧୯ ମଧ୍ୟରେ ତାଙ୍କ ସମ୍ପତ୍ତିରେ ମୋଟ ୫୨ ପ୍ରତିଶତ ବୃଦ୍ଧି ହୋଇଥିବା ଦର୍ଶାଇଛନ୍ତି। ତାଙ୍କ ଚଳନ୍ତି ସମ୍ପତ୍ତି ଭାରତୀୟ ଷ୍ଟେଟ୍ ବ୍ୟାଙ୍କରେ ସ୍ଥାୟୀ ଜମା ରୂପେ ରହିଛି। ଯାହାର ପରିମାଣ ୧.୨୭ କୋଟି ଟଙ୍କା ବୋଲି ହିସାବ ଦିଆଯାଇଛି।
ଆଫିଡେଭିଟରେ ମୋଦି ପ୍ରତିବର୍ଷ କେତେ ଆୟକର ଦେଉଛନ୍ତି ତାର ବିବରଣୀ ମଧ୍ୟ ଦେଇଛନ୍ତି। ଆଫିଡେଭିଟ ଅନୁସାରେ ମୋଦିଙ୍କ ଆୟର ପ୍ରାଇମେରି ସୋର୍ସ ସରକାରୀ ବେତନ ଓ ସଞ୍ଚୟରୁ ମିଳୁଥିବା ସୁଧ ବୋଲି ଦର୍ଶାଇଛନ୍ତି। ୨୦୨୪ର ଆଫିଡେଭିଟ ଅନୁସାରେ ମୋଦି ୨୦୨୩-୨୪ଆର୍ଥିକ ବର୍ଷରେ ୩ଲକ୍ଷ ୩୩ହଜାର ୧୭୯ ଟଙ୍କା ଆୟକର ରୂପେ ପୈଠ କରିଛନ୍ତି। ମୋଦି ତାଙ୍କ ଆଫିଡେଭିଟରେ ଗତ ୫ ବର୍ଷରେ ତାଙ୍କ ଆୟର ବିବରଣୀ ମଧ୍ୟ ଦେଇଛନ୍ତି। ଏଥିରୁ ୨୦୧୮-୧୯ରେ ତାଙ୍କର ଆୟ ୧୧ଲକ୍ଷ ୧୪ ହଜାର ୨୩୦ ଟଙ୍କା ଥିଲା ବୋଲି ସୂଚିତ କରିଛନ୍ତି।

ସେହିପରି ୨୦୧୯-୨୦ରେ ତାଙ୍କର ଆୟ ୧୭ଲକ୍ଷ ୨୦ହଜାର ୭୬୦ ଟଙ୍କା ଥିବା ବେଳେ ୨୦୨୦-୨୧ରେ ୧୭ଲକ୍ଷ ୭ ହଜାର ୯୩୦ ଟଙ୍କା ଥିଲା। ସେହିପରି ୨୦୨୧-୨୨ରେ ତାଙ୍କ ଆୟ ୧୫,୪୧,୮୭୦ ଟଙ୍କା ଥିବା ବେଳେ ୨୦୨୨-୨୩ରେ ୨୩,୫୬,୦୮୦ଟଙ୍କା ଆୟ ଘୋଷଣା କରିଛନ୍ତି। ଆଫିଡେଭିଟ ଅନୁସାରେ ମୋଦିଙ୍କର ନିଜର ଘର ନଥିବା ବେଳେ ଦୁଇ ଅଥବା ୪ ଚକିଆ ଗାଡ଼ି ମଧ୍ୟ ନାହିଁ। ତେବେ ତାଙ୍କର ୪ଟି ସୁନା ମୁଦି ଅଛି ଯାହାର ମୂଲ୍ୟ ପାଖାପାଖି ୨ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରିଛନ୍ତି।
ସେହିପରି ଶୈଖିକ ଯୋଗ୍ୟତା ଭାବେ ସେ ଗୁଜରାଟ ବିଶ୍ୱବିଦ୍ୟାଳୟରୁ କଳାରେ ସ୍ନାତକୋତ୍ତର ଉତୀର୍ଣ୍ଣ ହୋଇଥିବା ଆଫିଡେଭିଟରେ ସୂଚିତ କରିଛନ୍ତି। ସେହିପରି ତାଙ୍କର ନିଜର କୌଣସି ଋଣ ଉଧାର ନଥିବା ବେଳେ କୌଣସି ଠାରେ କୌଣସି ମାମଲା ତାଙ୍କ ବିରୋଧରେ ବିଚାରଧୀନ ନଥିବା ସୂଚିତ କରିଛନ୍ତି।