ସୁନା ମହଙ୍ଗା ହେବା ଯୋଗୁ ହ୍ରାସ ହେଉଛି ଆଭୂଷଣର ଚାହିଦା, ଜାଣନ୍ତୁ ବଜାରରେ ଏବେ ସୁନାଦର କେତେ?
ନୂଆଦିଲ୍ଲୀ ୧୨।୪: ଦେଶରେ ସୁନା ଦର ଏବେ ସବୁଦିନ ନୂଆ ରେକର୍ଡ କରୁଛି। ଏହି କ୍ରମରେ ୧୨ ଏପ୍ରିଲ ଶୁକ୍ରବାର ଦିଲ୍ଲୀ ଏନସିଆର ଅନ୍ତର୍ଗତ ସ୍ୱର୍ଣ୍ଣାଭୂଷଣ ବଜାରରେ ୧୦ ଗ୍ରାମ ସୁନା ଦର ୭୩,୩୫୦ ଟଙ୍କାର ସର୍ବକାଳୀନ ଉଚ୍ଚତମ ସ୍ତରକୁ ଛୁଇଁଛି। ତେବେ କେବଳ ସୁନା ନୁହେଁ ରୂପା ଦର ମଧ୍ୟ ବଢିବାରେ ଲାଗିଛି। ରୂପା ଦରରେ ୧୪୦୦ ଟଙ୍କା ବୃଦ୍ଧି ସହ ପ୍ରତି କେଜି ଦର ୮୬,୩୦୦ ଟଙ୍କାକୁ ପହଞ୍ଚିଛି। ଘରୋଇ ବଜାରରେ ସୁନା ଓ ରୂପା ଦରରେ ଏପରି ବୃଦ୍ଧି ପାଇଁ ଅନ୍ତର୍ଜାତୀୟ ବଜାର ଦାୟି। ଯେଉଁଠି ସୁନା ଦର ସବୁଦିନ ନୂଆନୂଆ ସ୍ତରକୁ ପହଞ୍ଚୁଛି। ଅନ୍ତର୍ଜାତୀୟ ବଜାର କମେକ୍ସରେ ସୁନା ପ୍ରତି ଆଉନ୍ସ ଦର ଏବେ ୨,୩୮୮ ଡଲାରରେ କାରବାର ହେଉଛି। ଯାହା ପିଛିଲା କାରବାର ବନ୍ଦ ସମୟର ଦରଠାରୁ ପାଖାପାଖି ୪୮ ଡଲାର ଅଧିକ। ଏଥିରେ ଏଚଡିଏଫସି ରିସର୍ଚ୍ଚ ଆନାଲିଷ୍ଟ ସୌମିଲ ଗାନ୍ଧି କହିଛନ୍ତି ଯେ ବିଦେଶ ବଜାରମାନଙ୍କରେ ମଜଭୁତିର ସଂକେତ ମିଳୁଥିବାରୁ ଦିଲ୍ଲୀ ବଜାରରେ ୨୪ କ୍ୟାରେଟ ସୁନା ପ୍ରତି ୧୦ ଗ୍ରାମ ଦର ୭୩,୩୫୦ ଟଙ୍କାକୁ ପହଞ୍ଚିଛି। ଯାହା ପିଛିଲା କାରବାର ବନ୍ଦ ସମୟର ଦରଠାରୁ ପାଖାପାଖି ୧,୦୫୦ ଟଙ୍କା ଅଧିକ। ଗୋଟିଏ ପଟେ ସୁନା ଦର ଦିନକୁ ଦୁଇଗୁଣା ରାତିକୁ ୪ ଗୁଣା ହାରରେ ବଢୁଥିବା ବେଳେ ଅପରପଟେ ସ୍ୱର୍ଣ୍ଣାଳଙ୍କାରର ଚାହିଦା ହ୍ରାସ ହୋଇଛି। ରିଟେଲ ଜ୍ୱେଲରୀ କମ୍ପାନୀ ସେନକୋ ଗୋଲ୍ଡ ଲିମିଟେଡ କହିଛନ୍ତି ଯେ ଭୂ-ରାଜନୈତିକ କାରଣରୁ ହେଉଥିବା ମୂଲ୍ୟ
ନୂଆଦିଲ୍ଲୀ ୧୨।୪: ଦେଶରେ ସୁନା ଦର ଏବେ ସବୁଦିନ ନୂଆ ରେକର୍ଡ କରୁଛି। ଏହି କ୍ରମରେ ୧୨ ଏପ୍ରିଲ ଶୁକ୍ରବାର ଦିଲ୍ଲୀ ଏନସିଆର ଅନ୍ତର୍ଗତ ସ୍ୱର୍ଣ୍ଣାଭୂଷଣ ବଜାରରେ ୧୦ ଗ୍ରାମ ସୁନା ଦର ୭୩,୩୫୦ ଟଙ୍କାର ସର୍ବକାଳୀନ ଉଚ୍ଚତମ ସ୍ତରକୁ ଛୁଇଁଛି। ତେବେ କେବଳ ସୁନା ନୁହେଁ ରୂପା ଦର ମଧ୍ୟ ବଢିବାରେ ଲାଗିଛି। ରୂପା ଦରରେ ୧୪୦୦ ଟଙ୍କା ବୃଦ୍ଧି ସହ ପ୍ରତି କେଜି ଦର ୮୬,୩୦୦ ଟଙ୍କାକୁ ପହଞ୍ଚିଛି। ଘରୋଇ ବଜାରରେ ସୁନା ଓ ରୂପା ଦରରେ ଏପରି ବୃଦ୍ଧି ପାଇଁ ଅନ୍ତର୍ଜାତୀୟ ବଜାର ଦାୟି। ଯେଉଁଠି ସୁନା ଦର ସବୁଦିନ ନୂଆନୂଆ ସ୍ତରକୁ ପହଞ୍ଚୁଛି।
ଅନ୍ତର୍ଜାତୀୟ ବଜାର କମେକ୍ସରେ ସୁନା ପ୍ରତି ଆଉନ୍ସ ଦର ଏବେ ୨,୩୮୮ ଡଲାରରେ କାରବାର ହେଉଛି। ଯାହା ପିଛିଲା କାରବାର ବନ୍ଦ ସମୟର ଦରଠାରୁ ପାଖାପାଖି ୪୮ ଡଲାର ଅଧିକ। ଏଥିରେ ଏଚଡିଏଫସି ରିସର୍ଚ୍ଚ ଆନାଲିଷ୍ଟ ସୌମିଲ ଗାନ୍ଧି କହିଛନ୍ତି ଯେ ବିଦେଶ ବଜାରମାନଙ୍କରେ ମଜଭୁତିର ସଂକେତ ମିଳୁଥିବାରୁ ଦିଲ୍ଲୀ ବଜାରରେ ୨୪ କ୍ୟାରେଟ ସୁନା ପ୍ରତି ୧୦ ଗ୍ରାମ ଦର ୭୩,୩୫୦ ଟଙ୍କାକୁ ପହଞ୍ଚିଛି। ଯାହା ପିଛିଲା କାରବାର ବନ୍ଦ ସମୟର ଦରଠାରୁ ପାଖାପାଖି ୧,୦୫୦ ଟଙ୍କା ଅଧିକ।

ଗୋଟିଏ ପଟେ ସୁନା ଦର ଦିନକୁ ଦୁଇଗୁଣା ରାତିକୁ ୪ ଗୁଣା ହାରରେ ବଢୁଥିବା ବେଳେ ଅପରପଟେ ସ୍ୱର୍ଣ୍ଣାଳଙ୍କାରର ଚାହିଦା ହ୍ରାସ ହୋଇଛି। ରିଟେଲ ଜ୍ୱେଲରୀ କମ୍ପାନୀ ସେନକୋ ଗୋଲ୍ଡ ଲିମିଟେଡ କହିଛନ୍ତି ଯେ ଭୂ-ରାଜନୈତିକ କାରଣରୁ ହେଉଥିବା ମୂଲ୍ୟ ବୃଦ୍ଧି ସ୍ୱର୍ଣ୍ଣାଳଙ୍କାରର ଚାହିଦା ହ୍ରାସ କରିଛି। କମ୍ପାନୀ କହିଛି ଯେ ଜ୍ୱେଲରୀ ଇଣ୍ଡିଷ୍ଟ୍ରିରେ ବର୍ଷର ପ୍ରଥମ ତ୍ରୈମାସିକର ପ୍ରଦର୍ଶନ ଉତ୍ସବ ଓ ନୂଆ ବର୍ଷ ଅବସରରେ ଲୋକଙ୍କ କିଣାକିଣି ଉପରେ ନିର୍ଭର କରେ। ହେଲେ ଏ ବର୍ଷ ବଜାର ପରିସ୍ଥିତି ସେଭଳି ନାହିଁ।
କମ୍ପାନୀ ପକ୍ଷରୁ କୁହାଯାଇଛି ଯେ ସେ ହୀରା ଜଡିତ ସ୍ୱର୍ଣ୍ଣ ଆଭୂଷଣ ଓ ଗ୍ରାହକଙ୍କୁ ଧ୍ୟାନରେ ରଖି ଆରମ୍ଭ କରିଥିବା ଯୋଜନାଗୁଡିକ ଦ୍ୱାରା ଚାହିଦାରେ ଉପୁଜିଥିବା ପରିସ୍ଥିତିର ମୁକାବିଲା ନିମନ୍ତେ ଅନେକ ଉପାୟ କରିଥିଲେ। ହେଲେ ଏହି ଉପାୟ ମାର୍ଚ୍ଚ ଓ ଏପ୍ରିଲ ମାସରେ ସ୍ୱର୍ଣ୍ଣଳଙ୍କାର ବଜାରରେ ଉପୁଜିଥିବା ୧୫-୨୦ ପ୍ରତିଶତ ହ୍ରାସକୁ ମଧ୍ୟ ଏବେ ପୂରଣ କରିପାରୁ ନାହିଁ। ଗତ ୩୦ ଦିନରେ ସୁନା ଦରରେ ୧୦ ପ୍ରତିଶତ ବୃଦ୍ଧି ହୋଇଛି ଓ ଗତ ୬ ମାସରେ ୨୩ରୁ ୨୫ ପ୍ରତିଶତ ମହଙ୍ଗା ହୋଇଯାଇଛି। ଯାହାଦ୍ୱାରା ଖୁଚୁରା ଜ୍ୱେଲରୀ କାରବାର ପ୍ରଭାବିତ ହୋଇଛି।