କାହିଁକି ପଡିଗଲେ ବଡ଼ ଠାକୁର ବଳଭଦ୍ର, ଜଗନ୍ନାଥଙ୍କ ବାଡଗ୍ରାହୀ କହିଦେଲେ…

ଭୁବନେଶ୍ୱର,୧୦।୭: ଗତକାଲି ପୁରୀରେ ଘଟି ଯାଇଛି ବଡ଼ ଅଘଟଣ। ଆଡପ ପହଣ୍ଡିବେଳେ ଚାରମାଳ ଉପରେ ମୁହଁ ମାଡି ଖସି ପଡିଛନ୍ତି ବଡ଼ ଠାକୁର ବଳଭଦ୍ର। ଯାହାକୁ ନେଇ ଭକ୍ତମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଏହାକୁ ନେଇ ଭିନ୍ନ ଭିନ୍ନ ଆଡୁ ମତ ପ୍ରକାଶ ପାଉଥିବାବେଳେ ଏହାକୁ ନେଇ ସାଂଘାତିକ କଥା କହିଛନ୍ତି ଜଗନ୍ନାଥଙ୍କ ବାଡଗ୍ରାହୀ ଜଗନ୍ନାଥ ସ୍ବାଇଁ ମହାପାତ୍ର। ଜଗନ୍ନାଥ ମହାପାତ୍ର କହିଛନ୍ତି, ରଥ ଉପରକୁ ଯଦି ମୋବାଇଲ ବନ୍ଦ ହୋଇ ଆଇକାର୍ଡ ଲାଗୁ ହେବ ସେବାୟତ […] The post କାହିଁକି ପଡିଗଲେ ବଡ଼ ଠାକୁର ବଳଭଦ୍ର, ଜଗନ୍ନାଥଙ୍କ ବାଡଗ୍ରାହୀ କହିଦେଲେ… appeared first on Dharitri Odia News.

କାହିଁକି ପଡିଗଲେ ବଡ଼ ଠାକୁର ବଳଭଦ୍ର, ଜଗନ୍ନାଥଙ୍କ ବାଡଗ୍ରାହୀ କହିଦେଲେ…

ଭୁବନେଶ୍ୱର,୧୦।୭: ଗତକାଲି ପୁରୀରେ ଘଟି ଯାଇଛି ବଡ଼ ଅଘଟଣ। ଆଡପ ପହଣ୍ଡିବେଳେ ଚାରମାଳ ଉପରେ ମୁହଁ ମାଡି ଖସି ପଡିଛନ୍ତି ବଡ଼ ଠାକୁର ବଳଭଦ୍ର। ଯାହାକୁ ନେଇ ଭକ୍ତମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଏହାକୁ ନେଇ ଭିନ୍ନ ଭିନ୍ନ ଆଡୁ ମତ ପ୍ରକାଶ ପାଉଥିବାବେଳେ ଏହାକୁ ନେଇ ସାଂଘାତିକ କଥା କହିଛନ୍ତି ଜଗନ୍ନାଥଙ୍କ ବାଡଗ୍ରାହୀ ଜଗନ୍ନାଥ ସ୍ବାଇଁ ମହାପାତ୍ର।

ଜଗନ୍ନାଥ ମହାପାତ୍ର କହିଛନ୍ତି, ରଥ ଉପରକୁ ଯଦି ମୋବାଇଲ ବନ୍ଦ ହୋଇ ଆଇକାର୍ଡ ଲାଗୁ ହେବ ସେବାୟତ କଣ୍ଟ୍ରୋଲକୁ ଆସିବେ । ରଥରେ ମୋବାଇଲ ଧରି ଯାହା କରୁଛନ୍ତି ଦେଖିହେବନି । ପ୍ରଭୁ ପଡ଼ିନାହାନ୍ତି, ସେବାୟତଙ୍କ ଉପରେ ପଡ଼ିଗଲେ। ଆଜିକାଲିର ଯୁବପିଢି ବଡ଼ସାନ ବୋଲି ମାନୁନାହାନ୍ତି ବେପରୁଆ ହେଉଛନ୍ତି। ଅଣ ସେବାୟତମାନେ ଆସି ରଥ ଉପରେ ଭିଡ ଜମାଉଛନ୍ତି। ୫୦ଜଣ ଯାଗାରେ ୫୦୦ଜଣ ରହୁଛନ୍ତି। ଗୋଟିଏ ଗୋଟିଏ ମୋବାଇଲ ଧରି ଫଟୋ ଉଠାଇବାରେ ଲାଗି ପଡୁଛନ୍ତି। ମହାପ୍ରଭୁ ଫଟୋ ଉଠାଇ ରିଲ୍ସ କରି ବାହାର ଲୋକଙ୍କୁ ଦେଖାଉଛନ୍ତି। ଯାହା ଅଶୋଭନୀୟ।

The post କାହିଁକି ପଡିଗଲେ ବଡ଼ ଠାକୁର ବଳଭଦ୍ର, ଜଗନ୍ନାଥଙ୍କ ବାଡଗ୍ରାହୀ କହିଦେଲେ… appeared first on Dharitri Odia News.