ଭଦ୍ରକରେ ଭିକେ ପାଣ୍ଡିଆନଙ୍କ ରୋଡ ଶୋ, ପ୍ରାର୍ଥୀଙ୍କ ପାଇଁ କଲେ ଭୋଟ୍ ଭିକ୍ଷା
ଭଦ୍ରକ: ଭଦ୍ରକରେ ବିଜେଡି ଷ୍ଟାର ପ୍ରଚାରକ ତଥା 5ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କ ରୋଡ ଶୋ । ସୋମବାର ନେହେରୁ ଷ୍ଟାଡିୟମରେ ହେଲିପ୍ୟାଡରେ ପହଞ୍ଚିବା ପରେ ଭଦ୍ରକ ସହରର ମହତାବ ଛକ ନିକଟରୁ ଶୋଭଯାତ୍ରାରେ ଯୋଗ ଦେଇଥିଲେ ।ଏହି ଅବସରରେ ବିଜେଡିର ଭଦ୍ରକ ବିଧାୟକ ପ୍ରାର୍ଥୀ ପ୍ରଫୁଲ୍ଲ ସାମଲ ଓ ସାଂସଦ ପ୍ରାର୍ଥୀ ମଞ୍ଜୁଲତା ମଣ୍ଡଳଙ୍କ ପାଇଁ ପ୍ରଚାର କରିଥିଲେ । ଶଙ୍ଖ ଚିହ୍ନରେ ଭୋଟ୍ ଦେବା ପାଇଁ ନିବେଦନ କରିଥିଲେ । ମହତାବ ଛକ ନିକଟରୁ ବାଇପାସ୍ ଦେଇ ସରକାର ନଗର ପର୍ଯ୍ୟନ୍ତ ଶୋଭାଯାତ୍ରା କରିଥିଲେ ।ରାସ୍ତାର ଉଭୟ ପାର୍ଶ୍ଵରେ ହଜାର ହଜାର ସମର୍ଥକ ଭିକେ ପାଣ୍ଡିଆନଙ୍କୁ ସ୍ୱାଗତ କରିଥିଲେ । ଏମିତିକି ରାସ୍ତା ସାରା ବିଭିନ୍ନ ସଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି ଅବସରରେ ପାଣ୍ଡିଆନ କହିଛନ୍ତି ‘‘ନବୀନ ଗ୍ୟାରେଣ୍ଟି ଓଡ଼ିଶା ଓ ସମସ୍ତଙ୍କ ପାଇଁ । ସବୁ କ୍ଷେତ୍ରରେ ନବୀନ ବାବୁ ସବୁ ଓଡ଼ିଆଙ୍କୁ ଗୁରୁତ୍ୱ ଦେଇଛନ୍ତି । ଛାତ୍ରଛାତ୍ରୀଙ୍କ ପାଇଁ ମ୍ୟାଜିକ୍ କାର୍ଡ, ବିଜୁଳି ବିଲ୍ ଛାଡ଼ ଭଳି ଯୋଜନା ପ୍ରସ୍ତୁତ ଅଛି । ମୁଖ୍ୟମନ୍ତ୍ରୀ ଶପଥ ନେବା ପରେ ସବୁ ପ୍ରତିଶୃତି ପୂରଣ କରିବେ ମୁଖ୍ୟମନ୍ତ୍ରୀ ।’’
ଭଦ୍ରକ: ଭଦ୍ରକରେ ବିଜେଡି ଷ୍ଟାର ପ୍ରଚାରକ ତଥା 5ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କ ରୋଡ ଶୋ । ସୋମବାର ନେହେରୁ ଷ୍ଟାଡିୟମରେ ହେଲିପ୍ୟାଡରେ ପହଞ୍ଚିବା ପରେ ଭଦ୍ରକ ସହରର ମହତାବ ଛକ ନିକଟରୁ ଶୋଭଯାତ୍ରାରେ ଯୋଗ ଦେଇଥିଲେ ।
ଏହି ଅବସରରେ ବିଜେଡିର ଭଦ୍ରକ ବିଧାୟକ ପ୍ରାର୍ଥୀ ପ୍ରଫୁଲ୍ଲ ସାମଲ ଓ ସାଂସଦ ପ୍ରାର୍ଥୀ ମଞ୍ଜୁଲତା ମଣ୍ଡଳଙ୍କ ପାଇଁ ପ୍ରଚାର କରିଥିଲେ । ଶଙ୍ଖ ଚିହ୍ନରେ ଭୋଟ୍ ଦେବା ପାଇଁ ନିବେଦନ କରିଥିଲେ । ମହତାବ ଛକ ନିକଟରୁ ବାଇପାସ୍ ଦେଇ ସରକାର ନଗର ପର୍ଯ୍ୟନ୍ତ ଶୋଭାଯାତ୍ରା କରିଥିଲେ ।
ରାସ୍ତାର ଉଭୟ ପାର୍ଶ୍ଵରେ ହଜାର ହଜାର ସମର୍ଥକ ଭିକେ ପାଣ୍ଡିଆନଙ୍କୁ ସ୍ୱାଗତ କରିଥିଲେ । ଏମିତିକି ରାସ୍ତା ସାରା ବିଭିନ୍ନ ସଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି ଅବସରରେ ପାଣ୍ଡିଆନ କହିଛନ୍ତି ‘‘ନବୀନ ଗ୍ୟାରେଣ୍ଟି ଓଡ଼ିଶା ଓ ସମସ୍ତଙ୍କ ପାଇଁ । ସବୁ କ୍ଷେତ୍ରରେ ନବୀନ ବାବୁ ସବୁ ଓଡ଼ିଆଙ୍କୁ ଗୁରୁତ୍ୱ ଦେଇଛନ୍ତି । ଛାତ୍ରଛାତ୍ରୀଙ୍କ ପାଇଁ ମ୍ୟାଜିକ୍ କାର୍ଡ, ବିଜୁଳି ବିଲ୍ ଛାଡ଼ ଭଳି ଯୋଜନା ପ୍ରସ୍ତୁତ ଅଛି । ମୁଖ୍ୟମନ୍ତ୍ରୀ ଶପଥ ନେବା ପରେ ସବୁ ପ୍ରତିଶୃତି ପୂରଣ କରିବେ ମୁଖ୍ୟମନ୍ତ୍ରୀ ।’’