ବାଇକ୍କୁ ଧକ୍କା ଦେଲା ଟ୍ରକ, ସ୍ପଟରେ ହିଁ ଚାଲିଗଲା ଆରୋହୀଙ୍କ ଜୀବନ
ଅନୁଗୋଳ ୧୨।୦୩ : ୫୫ ନମ୍ବର ଜାତୀୟ ରାଜପଥ ଅନୁଗୋଳ ହାଇସ୍କୁଲ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ଏକ ଟ୍ରକ ଧକ୍କାରେ ଜଣେ ବ୍ୟବସାୟୀଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ହୁଲୁରିସିଂହ ଗାଁର ବିଶ୍ୱଜିତ୍ ନନ୍ଦ ବୋଲି ଜଣାପଡିଛି । ଅନୁଗୋଳ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ଖବର ଅନୁଯାୟୀ, ସୋମବାର ବିଳମ୍ବିତ ରାତିରେ ନିଜ ବାଇକ୍ ଯୋଗେ ଘରକୁ ଫେରୁଥିଲେ ବିଶ୍ୱଜିତ୍ । ଏହି ସମୟରେ ତାଙ୍କୁ ଏକ ଟ୍ରକ ଆସି ଧକ୍କା ଦେଇଥିଲା । ଯାହାଫଳରେ ବିଶ୍ୱଜିତ୍ଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା । ସେପଟେ ବିଶ୍ୱଜିତ୍ଙ୍କ ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳରେ ଦେଖାଦେଇଥିଲେ ଉତ୍ତେଜନା । ଦୁର୍ଘଟଣା ଘଟାଇଥିବା ଟ୍ରକରେ ନିଆଁ ଲଗାଇ ଦେଇଥିଲେ ସ୍ଥାନୀୟ ଲୋକେ । ଏହାପରେ ତୁରନ୍ତ ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ପହଞ୍ଚି ନିଆଁକୁ ଆୟତ୍ତ କରିଛି । ସେପଟେ ମୃତଦେହକୁ ଅନୁଗୋଳ ମେଡିକାଲରେ ବ୍ୟବଚ୍ଛେଦ ପାଇଁ ରଖାଯାଇଛି । ଜାତୀୟ ରାଜପଥ ୫୫ରେ ବାରମ୍ବାର ଏହି ଦୁର୍ଘଟଣା ଘଟୁଥିବାରୁ ସ୍ଥାନୀୟ ଲୋକେ ଅସନ୍ତୁଷ୍ଟ ପ୍ରକାସ କରିଛନ୍ତି । ଅନୁଗୋଳ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଜାରି ରଖିଛି ।
ଅନୁଗୋଳ ୧୨।୦୩ : ୫୫ ନମ୍ବର ଜାତୀୟ ରାଜପଥ ଅନୁଗୋଳ ହାଇସ୍କୁଲ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ଏକ ଟ୍ରକ ଧକ୍କାରେ ଜଣେ ବ୍ୟବସାୟୀଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ହୁଲୁରିସିଂହ ଗାଁର ବିଶ୍ୱଜିତ୍ ନନ୍ଦ ବୋଲି ଜଣାପଡିଛି । ଅନୁଗୋଳ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।
ଖବର ଅନୁଯାୟୀ, ସୋମବାର ବିଳମ୍ବିତ ରାତିରେ ନିଜ ବାଇକ୍ ଯୋଗେ ଘରକୁ ଫେରୁଥିଲେ ବିଶ୍ୱଜିତ୍ । ଏହି ସମୟରେ ତାଙ୍କୁ ଏକ ଟ୍ରକ ଆସି ଧକ୍କା ଦେଇଥିଲା । ଯାହାଫଳରେ ବିଶ୍ୱଜିତ୍ଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା । ସେପଟେ ବିଶ୍ୱଜିତ୍ଙ୍କ ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳରେ ଦେଖାଦେଇଥିଲେ ଉତ୍ତେଜନା । ଦୁର୍ଘଟଣା ଘଟାଇଥିବା ଟ୍ରକରେ ନିଆଁ ଲଗାଇ ଦେଇଥିଲେ ସ୍ଥାନୀୟ ଲୋକେ । ଏହାପରେ ତୁରନ୍ତ ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ପହଞ୍ଚି ନିଆଁକୁ ଆୟତ୍ତ କରିଛି ।
ସେପଟେ ମୃତଦେହକୁ ଅନୁଗୋଳ ମେଡିକାଲରେ ବ୍ୟବଚ୍ଛେଦ ପାଇଁ ରଖାଯାଇଛି । ଜାତୀୟ ରାଜପଥ ୫୫ରେ ବାରମ୍ବାର ଏହି ଦୁର୍ଘଟଣା ଘଟୁଥିବାରୁ ସ୍ଥାନୀୟ ଲୋକେ ଅସନ୍ତୁଷ୍ଟ ପ୍ରକାସ କରିଛନ୍ତି । ଅନୁଗୋଳ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଜାରି ରଖିଛି ।