ବଜେଟକୁ ନେଇ ଭାଜପାକୁ ଟାର୍ଗେଟ

ଭୁବନେଶ୍ୱର,୩ା୨(ସୁନିତ୍‌ ମିଶ୍ର): କେନ୍ଦ୍ର ବଜେଟରେ ଓଡ଼ିଶାକୁ ଅବହେଳା କରାଯାଇଥିବା ବିଜେଡି ଓ କଂଗ୍ରେସ ଅଭିଯୋଗ କରିଛନ୍ତି। ଆଗକୁ ନିର୍ବାଚନ ଥିବାରୁ ବିହାରକୁ ଫୋକସ୍‌ରେ ରଖାଯାଇଥିବା ବେଳେ ଓଡ଼ିଶାକୁ ଅବହେଳା କରାଯାଇଥିବା ବିରୋଧୀ ଅଭିଯୋଗ କରିଛନ୍ତି। ରାଜ୍ୟ ଭାଜପାର ଯୁକ୍ତି କିନ୍ତୁ ପୂର୍ବ ଅପେକ୍ଷା ଓଡ଼ିଶାକୁ ଢେର୍‌ ଅଧିକ ଅର୍ଥ ମିଳିଛି। ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ବଜେଟରେ ଓଡ଼ିଶା ପୁଣି ଅବହେଳିତ ହୋଇଛି। ରାଜନୈତିକ ସ୍ବାର୍ଥକୁ ଆଖି ଆଗରେ ରଖି ବଜେଟରେ ବ୍ୟବସ୍ଥା କରାଯାଇଛି। ବିହାରରେ ନିର୍ବାଚନ […] The post ବଜେଟକୁ ନେଇ ଭାଜପାକୁ ଟାର୍ଗେଟ appeared first on Dharitri Odia News.

ବଜେଟକୁ ନେଇ ଭାଜପାକୁ ଟାର୍ଗେଟ

ଭୁବନେଶ୍ୱର,୩ା୨(ସୁନିତ୍‌ ମିଶ୍ର): କେନ୍ଦ୍ର ବଜେଟରେ ଓଡ଼ିଶାକୁ ଅବହେଳା କରାଯାଇଥିବା ବିଜେଡି ଓ କଂଗ୍ରେସ ଅଭିଯୋଗ କରିଛନ୍ତି। ଆଗକୁ ନିର୍ବାଚନ ଥିବାରୁ ବିହାରକୁ ଫୋକସ୍‌ରେ ରଖାଯାଇଥିବା ବେଳେ ଓଡ଼ିଶାକୁ ଅବହେଳା କରାଯାଇଥିବା ବିରୋଧୀ ଅଭିଯୋଗ କରିଛନ୍ତି। ରାଜ୍ୟ ଭାଜପାର ଯୁକ୍ତି କିନ୍ତୁ ପୂର୍ବ ଅପେକ୍ଷା ଓଡ଼ିଶାକୁ ଢେର୍‌ ଅଧିକ ଅର୍ଥ ମିଳିଛି।
ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ବଜେଟରେ ଓଡ଼ିଶା ପୁଣି ଅବହେଳିତ ହୋଇଛି। ରାଜନୈତିକ ସ୍ବାର୍ଥକୁ ଆଖି ଆଗରେ ରଖି ବଜେଟରେ ବ୍ୟବସ୍ଥା କରାଯାଇଛି। ବିହାରରେ ନିର୍ବାଚନ ଅଛି, ସେଥିପାଇଁ ବିହାର ଜ୍ୱାଇଁ ପୁଅ ହୋଇଗଲା। ଓଡ଼ିଶା ପ୍ରତି କାହିଁକି ଏଭଳି ବୈମାତୃକ ମନୋଭାବ ବୋଲି ସେ ପ୍ରଶ୍ନ କରିଛନ୍ତି।
କଂଗ୍ରେସ ନେତା ପଞ୍ଚାନନ କାନୁନଗୋ କହିଛନ୍ତି, କେନ୍ଦ୍ରୀୟ ବଜେଟରେ ଓଡ଼ିଶାକୁ ଡବଲ ଇଞ୍ଜିନ ସରକାର ନିରାଶ କରିଛି। ଓଡ଼ିଶା ପାଇଁ କିଛି ସ୍ବତନ୍ତ୍ର ବ୍ୟବସ୍ଥା ହୋଇନାହିଁ କି ଦୀର୍ଘଦିନ ଧରି ଦାବି ହେଉଥିବା ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମିଳିଲାନି। ବିପର୍ଯ୍ୟୟପ୍ରବଣ ରାଜ୍ୟ ଭାବେ ଏହାକୁ ମୁକାବିଲା ପାଇଁ ସ୍ବତନ୍ତ୍ର ପାଣ୍ଠି ମଧ୍ୟ ମିଳିଲାନି ବୋଲି ପଞ୍ଚାନନ କହିଛନ୍ତି।
ସାଧାରଣ ସମ୍ପାଦକ ଯତୀନ ମହାନ୍ତି କହିଛନ୍ତି, ପାର୍ଲାମେଣ୍ଟରେ ଶନିବାର ଏକ ଐତିହାସିକ, ଜନକଲ୍ୟାଣକାରୀ ଓ ବିକାଶମୁଖୀ ବଜେଟ ଆଗତ କରାଯାଇଛି। ଏହି ବଜେଟକୁ ଅଭୂତପୂର୍ବ ଜନସମର୍ଥନ ମିଳିଛି। ଏନେଇ ବିଜେଡି ବ୍ୟସ୍ତବିବ୍ରତ ହୋଇପଡିଛି। ଏହି ଜନକଲ୍ୟାଣକାରୀ ବଜେଟ ଓଡ଼ିଶା ବିକାଶକୁ ତ୍ୱରାନ୍ବିତ କରିବ। ଦେଶର ସବୁବର୍ଗର ଲୋକେ ସବୁଦିଗରୁ ଏହି ବଜେଟ ଦ୍ୱାରା ଲାଭାନ୍ବିତ ହେବେ। ପ୍ରଧାନମନ୍ତ୍ରୀ ସବୁବେଳେ ଓଡ଼ିଶା ଉପରେ ପ୍ରାଧାନ୍ୟ ଦେଉଥିଲେ ମଧ୍ୟ ରାଜ୍ୟରେ ବିଜେଡି ସରକାରରେ ଥିଲାବେଳେ ବେପରୁଆ ମନୋଭାବ ପ୍ରଦର୍ଶନ କରି ମହିଳା ବିକାଶଠାରୁ ଆରମ୍ଭ କରି ପୋଷଣ, ସ୍ବାସ୍ଥ୍ୟ ଓ ଅନ୍ୟାନ୍ୟ କ୍ଷେତ୍ରରେ ଦୁଇଦଶନ୍ଧି ଧରି ଅବହେଳିତ କରିଥିଲା। ମାତ୍ର ଏବେ ଓଡ଼ିଶାରେ ଭାଜପା ସରକାର ଥିବାରୁ ଏସବୁ ଅସୁବିଧା ଦୂର କରି ରାଜ୍ୟକୁ ବିକାଶ ପଥରେ ଆଗେଇ ନେବାରେ ଲାଗିଛି ବୋଲି ସେ କହିଛନ୍ତି।

The post ବଜେଟକୁ ନେଇ ଭାଜପାକୁ ଟାର୍ଗେଟ appeared first on Dharitri Odia News.