India GDP: ଚତୁର୍ଥ ତ୍ରୈମାସ ଜିଡିପି ୭.୪%, FY୨୫ରେ ୬.୫% ହାରରେ ବଢିଛି ଦେଶର ଅର୍ଥନୀତି
ନୂଆଦିଲ୍ଲୀ: ୨୦୨୪-୨୫ ଆର୍ଥିକ ବର୍ଷର ଚତୁର୍ଥ ତ୍ରୈମାସର ଜିଡିପି ଡାଟା ଶୁକ୍ରବାର ସରକାର ଜାରି କରିଛନ୍ତି । ଜାନୁଆରୀ-ମାର୍ଚ୍ଚ ତ୍ରୈମାସରେ ଦେଶରେ ସକଳ ଘରୋଇ ଅଭିବୃଦ୍ଧି ହାର ୭.୪ ପ୍ରତିଶତ ରହିଛି, ଯାହା ୬.୮% ଅନୁମାନଠାରୁ ଉପରେ ରହିଛି । ଏହି ଡାଟା ନିରନ୍ତର ଅଭିବୃଦ୍ଧର ସଂକେତ ଦେଉଛି । ସେହିପରି ଆର୍ଥିକ ବର୍ଷ ୨୦୨୪-୨୫ ପାଇଁ ଦେଶର ରିୟଲ୍ ଜିଡିପି ୬.୫ ପ୍ରତିଶତ ରହିଛି । ତେବେ ଏହା ଅଭିବୃଦ୍ଧି ପ୍ରତିଶତ ଗତ ୪ ବର୍ଷରରେ ସବୁଠୁ କମ । ୨୦୨୩-୨୪ ଆର୍ଥିକ ବର୍ଷରେ ଦେଶର ଜିଡିପି ହାର ୯.୨ ପ୍ରତିଶତ ଥିଲା ।ରାଷ୍ଟ୍ରୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ଡାଟା ଅନୁସାରେ ୨୦୨୪-୨୫ ଆର୍ଥିକ ବର୍ଷରେ ଦେଶର ଅର୍ଥନୀତି ୬.୫ ପ୍ରତିଶତ ହାରରେ ବଢିଛି ।ଚତୁର୍ଥ ତ୍ରୈମାସରେ ଇଣ୍ଡଷ୍ଟ୍ରିଜ୍ ଗ୍ରୋଥ୍ (YoY)କୃଷି କ୍ଷେତ୍ରରେ ଅଭିବୃଦ୍ଧି ୫.୪ ପ୍ରତିଶତ ମାଇନିଂ ସେକ୍ଟରରେ ଅଭିବୃଦ୍ଧି ୨.୫ ପ୍ରତିଶତଉତ୍ପାଦନ ସେକ୍ଟରରେ ବୃଦ୍ଧି ୪.୮ ପ୍ରତିଶତବିନିର୍ମାଣ କ୍ଷେତ୍ରରେ ଅଭିବୃଦ୍ଧି ୧୦.୮ ପ୍ରତିଶତସର୍ଭିସ୍ ସେକ୍ଟରରେ ଅଭିବୃଦ୍ଧି ୭.୩ ପ୍ରତିଶତ ରହିଛିଶେଷ ତ୍ରୈମାସରେ ଦେଶରେ ଆର୍ଥିକ ବିକାଶ ହାରରେ ଭଲ ବୃଦ୍ଧି ଦେଖିବାକୁ ମିଳିଛି । ଜାନୁଆରୀ-ମାର୍ଚ୍ଚ ଅର୍ଥାତ୍ ଚତୁର୍ଥ ତୈମାସରେ ଭାରତର ଜିଡିପି ଅଭିବୃଦ୍ଧି ୭.୪ ପ୍ରତିଶତ ରହିଛି । ଏହି ସଂଖ୍ୟା ଅନୁମାନ କରାଯାଇଥିବା ୬.୮ ପ୍ରତିଶତ ଠାରୁ ଭଲ ରହିଛି । ତେବେ ଆର୍ଥିକ ବର୍ଷ ୨୫ର ତୃତୀୟ ତ୍ରୈମା
ନୂଆଦିଲ୍ଲୀ: ୨୦୨୪-୨୫ ଆର୍ଥିକ ବର୍ଷର ଚତୁର୍ଥ ତ୍ରୈମାସର ଜିଡିପି ଡାଟା ଶୁକ୍ରବାର ସରକାର ଜାରି କରିଛନ୍ତି । ଜାନୁଆରୀ-ମାର୍ଚ୍ଚ ତ୍ରୈମାସରେ ଦେଶରେ ସକଳ ଘରୋଇ ଅଭିବୃଦ୍ଧି ହାର ୭.୪ ପ୍ରତିଶତ ରହିଛି, ଯାହା ୬.୮% ଅନୁମାନଠାରୁ ଉପରେ ରହିଛି । ଏହି ଡାଟା ନିରନ୍ତର ଅଭିବୃଦ୍ଧର ସଂକେତ ଦେଉଛି । ସେହିପରି ଆର୍ଥିକ ବର୍ଷ ୨୦୨୪-୨୫ ପାଇଁ ଦେଶର ରିୟଲ୍ ଜିଡିପି ୬.୫ ପ୍ରତିଶତ ରହିଛି । ତେବେ ଏହା ଅଭିବୃଦ୍ଧି ପ୍ରତିଶତ ଗତ ୪ ବର୍ଷରରେ ସବୁଠୁ କମ । ୨୦୨୩-୨୪ ଆର୍ଥିକ ବର୍ଷରେ ଦେଶର ଜିଡିପି ହାର ୯.୨ ପ୍ରତିଶତ ଥିଲା ।
ରାଷ୍ଟ୍ରୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ଡାଟା ଅନୁସାରେ ୨୦୨୪-୨୫ ଆର୍ଥିକ ବର୍ଷରେ ଦେଶର ଅର୍ଥନୀତି ୬.୫ ପ୍ରତିଶତ ହାରରେ ବଢିଛି ।

ଚତୁର୍ଥ ତ୍ରୈମାସରେ ଇଣ୍ଡଷ୍ଟ୍ରିଜ୍ ଗ୍ରୋଥ୍ (YoY)
କୃଷି କ୍ଷେତ୍ରରେ ଅଭିବୃଦ୍ଧି ୫.୪ ପ୍ରତିଶତ
ମାଇନିଂ ସେକ୍ଟରରେ ଅଭିବୃଦ୍ଧି ୨.୫ ପ୍ରତିଶତ
ଉତ୍ପାଦନ ସେକ୍ଟରରେ ବୃଦ୍ଧି ୪.୮ ପ୍ରତିଶତ
ବିନିର୍ମାଣ କ୍ଷେତ୍ରରେ ଅଭିବୃଦ୍ଧି ୧୦.୮ ପ୍ରତିଶତ
ସର୍ଭିସ୍ ସେକ୍ଟରରେ ଅଭିବୃଦ୍ଧି ୭.୩ ପ୍ରତିଶତ ରହିଛି

ଶେଷ ତ୍ରୈମାସରେ ଦେଶରେ ଆର୍ଥିକ ବିକାଶ ହାରରେ ଭଲ ବୃଦ୍ଧି ଦେଖିବାକୁ ମିଳିଛି । ଜାନୁଆରୀ-ମାର୍ଚ୍ଚ ଅର୍ଥାତ୍ ଚତୁର୍ଥ ତୈମାସରେ ଭାରତର ଜିଡିପି ଅଭିବୃଦ୍ଧି ୭.୪ ପ୍ରତିଶତ ରହିଛି । ଏହି ସଂଖ୍ୟା ଅନୁମାନ କରାଯାଇଥିବା ୬.୮ ପ୍ରତିଶତ ଠାରୁ ଭଲ ରହିଛି । ତେବେ ଆର୍ଥିକ ବର୍ଷ ୨୫ର ତୃତୀୟ ତ୍ରୈମାସରେ ଜିଡିପି ଅଭିବୃଦ୍ଧି ହାର ୬.୨ ପ୍ରତିଶତ ଥିଲା । ଚତୁର୍ଥ ତ୍ରୈମାସରେ ଘରୋଇ ଚାହିଦା, ନିବେଶ ଓ କୃଷି ଉତ୍ପାଦନରେ ମଜଭୁତି ଯୋଗୁ ଏହି ବୃଦ୍ଧି ଘଟିଛି ।
ପୂର୍ବ ଆର୍ଥିକ ବର୍ଷ ତୁଳନାରେ ଦେଶର ନୋମିନାଲ୍ ଜିଡିପି ୯.୮ ପ୍ରତିଶତ ବଢି ୩୩୦.୬୮ ଲକ୍ଷ କୋଟି ଟଙ୍କା ହୋଇଛି । ଅନ୍ୟପଟେ ସ୍ଥିର ମୂଲ୍ୟରେ ବାସ୍ତବିକ ଜିଡିପି ୧୮୭.୯୭ ଲକ୍ଷ କୋଟି ଟଙ୍କା ରହିଛି । କେବଳ ଚତୁର୍ଥ ତ୍ରୈମାସରେ ନୋମିନାଲ୍ ଜିଡିପି ୧୦.୮ ପ୍ରତିଶତ ବଢି ୮୮.୧୮ ଲକ୍ଷ କୋଟି ଟଙ୍କା ହୋଇଛି ।
ପରିସଂଖ୍ୟାନ ଅନୁସାରେ କନଷ୍ଟ୍ରକସନ୍ ସେକ୍ଟର ୯.୪ ପ୍ରତିଶତର ବାର୍ଷିକ ବୃଦ୍ଧି ସହ ସବୁଠୁ ଆଗରେ ରହିଛି । ଏହାପରେ ଲୋକ ପ୍ରଶାସନ, ପ୍ରତିରକ୍ଷା ଓ ଅନ୍ୟ ସେବା ୮.୯ ପ୍ରତିଶତ ଓ ଆର୍ଥିକ, ରିୟଲ ଇଷ୍ଟେଟ୍ ଓ କାରବାର ସେକ୍ଟରରେ ୭.୨ ପ୍ରତିଶତ ବୃଦ୍ଧି ହୋଇଛି । ଚତୁର୍ଥ ତ୍ରୈମାସରେ ମେନ୍ୟୁଫ୍ୟାକ୍ଚରିଂ ସେକ୍ଟରରେ ଏହି ବୃଦ୍ଧି ୧୦.୮ ପ୍ରତିଶତ ପହଞ୍ଚିଥିଲା ।