ନଦୀରେ ବୁଡ଼ିଯାଉଥିଲେ ସରକାରୀ ଅଧିକାରୀ, ଉଦ୍ଧାରକାରୀ କହିଲେ ବଞ୍ଚାଇବାକୁ ଦିଅ ୧୦ ହଜାର ଟଙ୍କା
ଲକ୍ଷ୍ନୌ: ଉତ୍ତରପ୍ରଦେଶ କାନପୁରରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଏଠାରେ ଗଙ୍ଗା ନଦୀର ନାନାମାଉ ଘାଟରୁ ଭାସିଯାଇଛନ୍ତି ଉତ୍ତରପ୍ରଦେଶ ସ୍ବାସ୍ଥ୍ୟ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଆଦିତ୍ୟବର୍ଦ୍ଧନ ସିଂହ।ହେଲେ ତାଙ୍କ ବନ୍ଧୁ ଏଥିପାଇଁ ଦାୟୀ କରିଛନ୍ତି ଜଣେ ଉଦ୍ଧାରକାରୀଙ୍କୁ। ସେ ଅଭିଯୋଗ କରିଛନ୍ତି, ଉଦ୍ଧାରକାରୀ ଜଣକ ଆଦିତ୍ୟଙ୍କୁ ବଞ୍ଚାଇବାକୁ ୧୦ ହଜାର ଟଙ୍କା ମାଗିଥିଲେ। ଆଉ ଟଙ୍କା ଦେଲେ ହିଁ ସେ ଉଦ୍ଧାର କରିବେ ବୋଲି କହିଥିଲେ।କିନ୍ତୁ ଅନଲାଇନରେ ଟଙ୍କା ଦେବାରେ ବିଳମ୍ବ ହୋଇଥିଲା । ହେଲେ ସେତବେଳେକୁ ଆଦିତ୍ୟବର୍ଦ୍ଧନ ନଦୀର ପ୍ରଖର ସ୍ରୋତରେ କେଉଁ ଆଡ଼େ ଭାସିଯାଇଥିଲେ।ସୂଚନା ଅନୁଯାୟୀ, ଶନିବାର ଆଦିତ୍ୟବର୍ଦ୍ଧନ ସିଂହ ନିଜ ବନ୍ଧୁଙ୍କ ସହ କାନପୁର ଗଙ୍ଗା ନଦୀର ନାନାମାଉ ଘାଟକୁ ଯାଇଥିଲେ। ସେଠାରେ ଗାଧୋଇବାବେଳେ ସେ ନଦୀରେ ଭାସିଯାଇଥିଲେ। ତେବେ ତାଙ୍କ ବନ୍ଧୁ ଅଭିଯୋଗ କରିଛନ୍ତି ଆଦିତ୍ୟବର୍ଦ୍ଧନ ଭାସିଯିବାର ଦେଖି ସେ ସେଠାରେ ଥିବା ଉଦ୍ଧାରକାରୀ ଶୈଲେଶ କସ୍ୟପ ଡାକିଥିଲେ ଏବଂ ଆଦିତ୍ୟବର୍ଦ୍ଧନଙ୍କୁ ଉଦ୍ଧାର କରିବାକୁ କହିଥିଲେ। ମାତ୍ର ଉଦ୍ଧାରକାରୀ ଜଣକ ୧୦ ହଜାର ଟଙ୍କା ମାଗିଥିଲେ। ହେଲେ କ୍ୟାସ ନଥିବାରୁ ଆଦିତ୍ୟଙ୍କ ବନ୍ଧୁ ଅନଲାଇନରେ ଟଙ୍କା ପଠାଇଥିଲେ । କିନ୍ତୁ ଅନଲାଇନରେ ଟଙ୍କା ଟ୍ରାନ୍ସଫରରେ କରିବାରେ ବିଳମ୍ବ ହେଉଥିଲା। ଆଉ ଟଙ୍କା ପହଞ୍ଚିବା ବେଳକୁ ସିଂହ, କୁଆଡ଼େ ଭାସିଯାଇଥିଲେ। ଟଙ୍କା ପାଇ
ଲକ୍ଷ୍ନୌ: ଉତ୍ତରପ୍ରଦେଶ କାନପୁରରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଏଠାରେ ଗଙ୍ଗା ନଦୀର ନାନାମାଉ ଘାଟରୁ ଭାସିଯାଇଛନ୍ତି ଉତ୍ତରପ୍ରଦେଶ ସ୍ବାସ୍ଥ୍ୟ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଆଦିତ୍ୟବର୍ଦ୍ଧନ ସିଂହ।ହେଲେ ତାଙ୍କ ବନ୍ଧୁ ଏଥିପାଇଁ ଦାୟୀ କରିଛନ୍ତି ଜଣେ ଉଦ୍ଧାରକାରୀଙ୍କୁ। ସେ ଅଭିଯୋଗ କରିଛନ୍ତି, ଉଦ୍ଧାରକାରୀ ଜଣକ ଆଦିତ୍ୟଙ୍କୁ ବଞ୍ଚାଇବାକୁ ୧୦ ହଜାର ଟଙ୍କା ମାଗିଥିଲେ। ଆଉ ଟଙ୍କା ଦେଲେ ହିଁ ସେ ଉଦ୍ଧାର କରିବେ ବୋଲି କହିଥିଲେ।କିନ୍ତୁ ଅନଲାଇନରେ ଟଙ୍କା ଦେବାରେ ବିଳମ୍ବ ହୋଇଥିଲା । ହେଲେ ସେତବେଳେକୁ ଆଦିତ୍ୟବର୍ଦ୍ଧନ ନଦୀର ପ୍ରଖର ସ୍ରୋତରେ କେଉଁ ଆଡ଼େ ଭାସିଯାଇଥିଲେ।
ସୂଚନା ଅନୁଯାୟୀ, ଶନିବାର ଆଦିତ୍ୟବର୍ଦ୍ଧନ ସିଂହ ନିଜ ବନ୍ଧୁଙ୍କ ସହ କାନପୁର ଗଙ୍ଗା ନଦୀର ନାନାମାଉ ଘାଟକୁ ଯାଇଥିଲେ। ସେଠାରେ ଗାଧୋଇବାବେଳେ ସେ ନଦୀରେ ଭାସିଯାଇଥିଲେ। ତେବେ ତାଙ୍କ ବନ୍ଧୁ ଅଭିଯୋଗ କରିଛନ୍ତି ଆଦିତ୍ୟବର୍ଦ୍ଧନ ଭାସିଯିବାର ଦେଖି ସେ ସେଠାରେ ଥିବା ଉଦ୍ଧାରକାରୀ ଶୈଲେଶ କସ୍ୟପ ଡାକିଥିଲେ ଏବଂ ଆଦିତ୍ୟବର୍ଦ୍ଧନଙ୍କୁ ଉଦ୍ଧାର କରିବାକୁ କହିଥିଲେ। ମାତ୍ର ଉଦ୍ଧାରକାରୀ ଜଣକ ୧୦ ହଜାର ଟଙ୍କା ମାଗିଥିଲେ। ହେଲେ କ୍ୟାସ ନଥିବାରୁ ଆଦିତ୍ୟଙ୍କ ବନ୍ଧୁ ଅନଲାଇନରେ ଟଙ୍କା ପଠାଇଥିଲେ । କିନ୍ତୁ ଅନଲାଇନରେ ଟଙ୍କା ଟ୍ରାନ୍ସଫରରେ କରିବାରେ ବିଳମ୍ବ ହେଉଥିଲା। ଆଉ ଟଙ୍କା ପହଞ୍ଚିବା ବେଳକୁ ସିଂହ, କୁଆଡ଼େ ଭାସିଯାଇଥିଲେ। ଟଙ୍କା ପାଇବା ପରେ ଶୈଲେଶ ଖୋଜିଥିଲେ ବି ଆଉ ଆଦିତ୍ୟଙ୍କ ପତ୍ତା ମିଳିନଥିଲା।ସିଂହଙ୍କ ବନ୍ଧୁ ଅଭିଯୋଗ କରିଛନ୍ତି ଯେ, ଯଦି ଉଦ୍ଧାରକାରୀ ଜଣେ ସଙ୍ଗେ ସଙ୍ଗେ ଉଦ୍ଧାର କରିବାକୁ ଯାଇଥାନ୍ତେ ତେବେ ସେ ନିଶ୍ଚୟ ରକ୍ଷାପାଇଯାଇଥାନ୍ତେ।
ସେପଟେ ଜଣେ ପୋଲିସ ଅଧିକାରୀଙ୍କ ସୂଚନା ଅନୁଯାୟୀ, ସିଂହ ନଦୀରେ ଅର୍ଘ୍ୟ ଅର୍ପଣ ପରେ ସେଲଫି ନେବାକୁ ଉଦ୍ୟମ କରୁଥିଲେ। ଏହି ସମୟରେ ତାଙ୍କ ଗୋଡ଼ ଖସିଯାଇଥିଲା ଆଉ ସେ ନଦୀର ପ୍ରଖର ସ୍ରୋତରେ ଭାସିଯାଇଥିଲେ।ତେବେ ଘଟଣା ପରେ ଉଦ୍ଧାରକାରୀ ଦଳ ସରକାରୀ ଅଧିକାରୀମାନେ ପହଞ୍ଚି ଖୋଜାଖୋଜି କରିଥିଲେ ବି ଏପର୍ଯ୍ୟନ୍ତ ତାଙ୍କର କୌଣସି ପତ୍ତା ମିଳିନାହିଁ।
ତେବେ ଘଟଣାରେ ଡିସିପି ରାଜେଶ କୁମାର କହିଛନ୍ତି ‘‘ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଆଦିତ୍ୟବର୍ଦ୍ଧନ ଅର୍ଘ୍ୟ ପରେ ଫଟୋ ଉଠାଇବାକୁ ଚେଷ୍ଟା କରୁଥିବାବେଳେ ଭାସିଯାଇଥିଲେ ଅଧିକାରୀ । ସେ ପହଁରା ଜାଣିଥିଲେ କିନ୍ତୁ ପ୍ରଖର ସ୍ରୋତ କାରଣରୁ ସେ ଭାସିଯାଇଥିଲେ । ଏହା ସହ ଉଦ୍ଧାରକାରୀ ଟଙ୍କା ମାଗିବା କଥାକୁ ନେଇ ସେ କହିଛନ୍ତି ଯେ, ଉଦ୍ଧାରକାରୀ ଷ୍ଟିମରରେ ତେଲ ବାବଦକୁ ଟଙ୍କା ମାଗୁଥିଲେ। ଯଦି ଉଦ୍ଧାର କରିବାକୁ ଟଙ୍କା ମାଗିବା କଥାରେ ସତ୍ୟତା ଥିବ, ତେବେ ତାଙ୍କ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ହେବ।