ରୋଗୀଙ୍କୁ ଅଚେତ୍ କରାଇ ବଳାତ୍କାର କଲେ ଡାକ୍ତର: ଆଉ ତା’ପରେ…
କୋଲକାତା,୩୦ା୧୦:କୋଲକାତାର ଆର୍.ଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ମହିଳା ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ପରେ ହତ୍ୟା ଘଟଣା ସାରା ଦେଶରେ ହଇଚଇ ସୃଷ୍ଟି କରିଥିଲା। ଏହି ଘଟଣାରେ ମୃତା ଡାକ୍ତରଙ୍କ ପରିବାରକୁ ନ୍ୟାୟ ଦାବିରେ ୨ ମାସରୁ ଊର୍ଦ୍ଧ୍ୱ ସମୟ ଧରି ପଶ୍ଚିମବଙ୍ଗରେ ଆନ୍ଦୋଳନ ଜାରି ରହିଥିଲା। ଏବେ ପୁଣିଥରେ ଏହି ରାଜ୍ୟ ଚର୍ଚ୍ଚାକୁ ଆସିଛି। ଏଥର ଜଣେ ଡାକ୍ତର ତାଙ୍କ ପାଖକୁ ଚିକିତ୍ସା ହେବା ପାଇଁ ଯାଇଥିବା ମହିଳା ରୋଗୀଙ୍କୁ ବଳାତ୍କାର କରିଛନ୍ତି। କେବଳ […] The post ରୋଗୀଙ୍କୁ ଅଚେତ୍ କରାଇ ବଳାତ୍କାର କଲେ ଡାକ୍ତର: ଆଉ ତା’ପରେ… appeared first on Dharitri Odia News.
କୋଲକାତା,୩୦ା୧୦:କୋଲକାତାର ଆର୍.ଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ମହିଳା ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ପରେ ହତ୍ୟା ଘଟଣା ସାରା ଦେଶରେ ହଇଚଇ ସୃଷ୍ଟି କରିଥିଲା। ଏହି ଘଟଣାରେ ମୃତା ଡାକ୍ତରଙ୍କ ପରିବାରକୁ ନ୍ୟାୟ ଦାବିରେ ୨ ମାସରୁ ଊର୍ଦ୍ଧ୍ୱ ସମୟ ଧରି ପଶ୍ଚିମବଙ୍ଗରେ ଆନ୍ଦୋଳନ ଜାରି ରହିଥିଲା। ଏବେ ପୁଣିଥରେ ଏହି ରାଜ୍ୟ ଚର୍ଚ୍ଚାକୁ ଆସିଛି। ଏଥର ଜଣେ ଡାକ୍ତର ତାଙ୍କ ପାଖକୁ ଚିକିତ୍ସା ହେବା ପାଇଁ ଯାଇଥିବା ମହିଳା ରୋଗୀଙ୍କୁ ବଳାତ୍କାର କରିଛନ୍ତି। କେବଳ ସେତିକିରେ ଡାକ୍ତରଙ୍କ ବର୍ବରତା ଶେଷ ହୋଇନାହିଁ, ସେ ମହିଳାଙ୍କ ଅସଂଯତ ଅବସ୍ଥାର ଫଟୋ ଉଠାଇ ତାଙ୍କୁ ବ୍ଲାକ୍ମେଲ୍ କରିବା ସହ ଏକାଧିକ ଥର ବଳାତ୍କାର କରିଛନ୍ତି।
ଉତ୍ତର ୨୪ ପ୍ରଗଣା ଜିଲା ଅନ୍ତର୍ଗତ ହସ୍ନାବାଦରେ ଏହି ଘଟଣା ଘଟିଛି। ଡାକ୍ତର ଜଣକ ମହିଳା ରୋଗୀଙ୍କୁ ଟ୍ରାଙ୍କୁଲାଇଜିଂ ସିରମ୍ ଇଞ୍ଜେକ୍ଶନ ଦେଇ ଅଚେତ କରାଇବା ପରେ ବଳାତ୍କାର କରିଥିଲେ। ପୀଡ଼ିତା ଓ ତାଙ୍କ ସ୍ବାମୀଙ୍କ ଅଭିଯୋଗକ୍ରମେ ପୋଲିସ ଅଭିଯୁକ୍ତ ଡାକ୍ତରଙ୍କୁ ମଙ୍ଗଳବାର ଗିରଫ କରିଛି।
ଅଭିଯୋଗ ଅନୁଯାୟୀ କିଛିଦିନ ପୂର୍ବରୁ ମହିଳାଙ୍କ ସ୍ବାମୀ ରାଜ୍ୟ ବାହାରକୁ କୌଣସି କାମରେ ଯାଇଥିଲେ। ଏହି ସମୟରେ ମହିଳା ଜଣକ ଚିକିତ୍ସା ପାଇଁ ସମ୍ପୃକ୍ତ ଡାକ୍ତରଙ୍କ ପାଖକୁ ଯାଇଥିଲେ। ଡାକ୍ତର ମହିଳାଙ୍କୁ ପ୍ରଥମେ ଅଚେତ କରାଇବା ପରେ ବଳାତ୍କାର କରିଥିଲେ। ଅଚେତ ଥିବା ମହିଳାଙ୍କ ଅସଂଯତ ଅବସ୍ଥାର କେତେକ ଫଟୋ ମଧ୍ୟ ଡାକ୍ତର ଉଠାଇଥିଲେ। ଉକ୍ତ ଫଟୋକୁ ଦେଖାଇ ସେ ପୀଡ଼ିତାଙ୍କୁ ବ୍ଲାକ୍ମେଲ୍ କରିବା ସହ ସେଗୁଡ଼ିକୁ ସୋସିଆଲ ମିଡିଆରେ ଭାଇରାଲ କରିଦେବେ ବୋଲି ଧମକ ଦେଇଥିଲେ। ଏହିଭଳି ଭୟଭୀତ କରାଇ ସେ ମହିଳାଙ୍କୁ ଏକାଧିକ ଥର ବଳାତ୍କାର କରିବା ସହ ତାଙ୍କଠାରୁ ୪ ଲକ୍ଷ ଟଙ୍କା ନେଇଯାଇଥିଲେ। ସମାଜରେ ସମ୍ମାନହାନି ହେବା ଡରରେ ମହିଳା ଜଣକ ଏହି କଥା କାହାକୁ କହିପାରୁ ନ ଥିଲେ।
ସ୍ବାମୀ ବାହାରେ ରହିଥିବାରୁ ସେ ସମ୍ପୂର୍ଣ୍ଣ ନିଃସହାୟ ହୋଇପଡ଼ିଥିଲେ। ସ୍ବାମୀ ଘରକୁ ଫେରିବା ପରେ ପୀଡ଼ିତା ସବୁ କଥା ତାଙ୍କୁ ଜଣାଇଥିଲେ। ସ୍ବାମୀ ତାଙ୍କୁ ସାନ୍ତ୍ୱନା ଦେବା ସହ ପୋଲିସରେ ଏତଲା ଦେବା ପାଇଁ ପ୍ରବର୍ତ୍ତାଇଥିଲେ। ଅଭିଯୋଗ ପାଇବା ପରେ ପୋଲିସ ଡାକ୍ତରଙ୍କୁ ଗିରଫ କରିଥିଲା। ତାଙ୍କୁ ଜିଲା ଅଦାଲତରେ ହାଜର କରାଇବା ପରେ ପୋଲିସ ୫ ଦିନିଆ ରିମାଣ୍ଡରେ ନେଇଛି। ମାଜିଷ୍ଟ୍ରେଟ୍ଙ୍କ ପାଖରେ ପୀଡ଼ିତାଙ୍କ ବୟାନ ରେକର୍ଡ କରାଯିବା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ କହିଛି।
The post ରୋଗୀଙ୍କୁ ଅଚେତ୍ କରାଇ ବଳାତ୍କାର କଲେ ଡାକ୍ତର: ଆଉ ତା’ପରେ… appeared first on Dharitri Odia News.