ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଆତ୍ମହତ୍ୟା ନା ହତ୍ୟା ଅସ୍ପଷ୍ଟ
କଳାହାଣ୍ଡି ୨୯।୩: ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର । ତେବେ ଯୁବକ ଜଣଙ୍କ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କେହି ହତ୍ୟା କରି ଆତ୍ମହତ୍ୟାର ରୂପ ଦେବାକୁ ଚେ।ଷ୍ଟା କରିଛି ତାହା ସ୍ପଷ୍ଟ ହୋଇନାହିଁ । ଯୁବକ ଜଣଙ୍କ ହେଲେ କଳାହାଣ୍ଡି ଜିଲ୍ଲାର ଗୋଶାଲ ପଡ଼ାର ସାଗର ନାଏକ । ଗୁରୁବାର ବିଳମ୍ବିତ ରାତିରେ ଏକ ଅବ୍ୟବହୃତ ଘରୁ ସାଗରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ଜଣେ ଝିଅ ସେହି ପଡାର କିଛି ଜଣ ଯୁବକଙ୍କୁ ସାଗର ଆତ୍ମହତ୍ୟା କରିଥିବା ଖବର ଦେଇଥିଲେ । ପଡାର ଯୁବକମାନେ ଆସି କବାଟ ଖୋଲି ଦେଖିଥିଲେ ସାଗରଙ୍କ ଝୁଲନ୍ତା ମୃତଦେହ । ଏହାପରେ ଏନେଇ ଟାଉନ ଥାନାକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ତଦନ୍ତ କରୁଥିବା ଜଣାପଡିଛି । ସାଗରଙ୍କ ଗୋଡ଼ ମୋଡ଼ି ହୋଇ ତଳେ ଲାଗିଥିବା ଯୋଗୁଁ ଏହା ଆତ୍ମହତ୍ୟା ହୋଇନଥିବା ସନ୍ଦେହ କରାଯାଉଛି । ତେବେ ପ୍ରେମ ବ୍ୟାପାରକୁ ନେଇ ହତ୍ୟା ହୋଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି ।You Can Read :ଓଡିଶା ନା ଆନ୍ଧ୍ର, କେଉଁ ରାଜ୍ୟର ହୋଇ ଭୋଟ୍ ଦେବେ କୋଟିଆବାସୀ ?
କଳାହାଣ୍ଡି ୨୯।୩: ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର । ତେବେ ଯୁବକ ଜଣଙ୍କ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କେହି ହତ୍ୟା କରି ଆତ୍ମହତ୍ୟାର ରୂପ ଦେବାକୁ ଚେ।ଷ୍ଟା କରିଛି ତାହା ସ୍ପଷ୍ଟ ହୋଇନାହିଁ । ଯୁବକ ଜଣଙ୍କ ହେଲେ କଳାହାଣ୍ଡି ଜିଲ୍ଲାର ଗୋଶାଲ ପଡ଼ାର ସାଗର ନାଏକ ।
ଗୁରୁବାର ବିଳମ୍ବିତ ରାତିରେ ଏକ ଅବ୍ୟବହୃତ ଘରୁ ସାଗରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ଜଣେ ଝିଅ ସେହି ପଡାର କିଛି ଜଣ ଯୁବକଙ୍କୁ ସାଗର ଆତ୍ମହତ୍ୟା କରିଥିବା ଖବର ଦେଇଥିଲେ । ପଡାର ଯୁବକମାନେ ଆସି କବାଟ ଖୋଲି ଦେଖିଥିଲେ ସାଗରଙ୍କ ଝୁଲନ୍ତା ମୃତଦେହ । ଏହାପରେ ଏନେଇ ଟାଉନ ଥାନାକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ତଦନ୍ତ କରୁଥିବା ଜଣାପଡିଛି । ସାଗରଙ୍କ ଗୋଡ଼ ମୋଡ଼ି ହୋଇ ତଳେ ଲାଗିଥିବା ଯୋଗୁଁ ଏହା ଆତ୍ମହତ୍ୟା ହୋଇନଥିବା ସନ୍ଦେହ କରାଯାଉଛି । ତେବେ ପ୍ରେମ ବ୍ୟାପାରକୁ ନେଇ ହତ୍ୟା ହୋଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି ।
You Can Read :
ଓଡିଶା ନା ଆନ୍ଧ୍ର, କେଉଁ ରାଜ୍ୟର ହୋଇ ଭୋଟ୍ ଦେବେ କୋଟିଆବାସୀ ?