ଦିଲ୍ଲୀରେ ଛଟପୂଜା ଘାଟକୁ ନେଇ ଜୋର ଧରିଲା ରାଜନୀତି, ଆତିଶୀ କହିଲେ- ଘାଟ ଉପରେ ରୋକ ଲଗାଉଛି ବିଜେପି

ନୂଆଦିଲ୍ଲୀ ୨।୧୧: ରାଜଧାନୀ ଦିଲ୍ଲୀରେ ଛଟ ପୂଜା ପ୍ରସ୍ତୁତି ମଧ୍ୟରେ ଆମ ଆଦମୀ ପାର୍ଟି (ଆପ) ଓ ବିଜେପି ମଧ୍ୟରେ ରାଜନୀତି ଆରମ୍ଭ ହୋଇଯାଇଛି। ଘାଟ ପ୍ରସଙ୍ଗକୁ ନେଇ ଆପ୍ ଏବେ ବିଜେପିକୁ ବିରୋଧ କରିଛି। ଏଥିରେ ମୁଖ୍ୟମନ୍ତ୍ରୀ ଆତିଶୀ ବିଜେପି ଉପରେ ଛଟ ଘାଟ ଉପରେ ରୋକ ଲଗାଇବାର ଅଭିଯୋଗ ଆଣିଛନ୍ତି। ଅନ୍ୟପଟେ ମନ୍ତ୍ରୀ ସୌରଭ ଭରଦ୍ୱାଜ ଓ ସାଂସଦ ସଞ୍ଜୟ ସିଂହ ମଧ୍ୟ ପ୍ରସଙ୍ଗରେ ବିଜେପିକୁ ଘେରିଛନ୍ତି। भाजपा पूर्वांचलियों से नफ़रत करती है। इनकी राजनीति का स्तर इतना गिर गया है कि ये, ग्रेटर कैलाश में DDA के माध्यम से छठ घाट पर रोक लगा रहे है।आस्था के महापर्व छठ को लेकर ऐसी ओछी राजनीति बर्दाश्त नहीं होगी, भाजपा को इसका खामियाजा उठाना पड़ेगा। https://t.co/hPXr0RTrcD— Atishi (@AtishiAAP) November 2, 2024ଆତିଶୀ ଏ ନେଇ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଛନ୍ତି। ଲେଖିଛନ୍ତି ବିଜେପି ପୂର୍ବାଞ୍ଚଳର ଲୋକଙ୍କୁ ଘୃଣା କରୁଛି। ସେମାନଙ୍କ ରାଜନୀତିର ସ୍ତର ଏତେ ନିମ୍ନକୁ ଖସିଯାଇଛି ଯେ ଗ୍ରେଟର କୈଳାଶରେ ଡିଡିଏ ମାଧ୍ୟମରେ ଛଟ ଘାଟ ଉପରେ ରୋକ ଲଗାଉଛନ୍ତି। ଆସ୍ଥାର ମହାପର୍ବ ଛଟ ପୂଜା ପାଇଁ ଏପରି ଘୃଣ୍ୟ ରାଜନୀତି ବରଦାସ୍ତ ଯୋଗ୍ୟ ନୁହେଁ, ବିଜେପିକୁ ଏହାର ଫଳ ଭୋଗିବାକୁ ପଡିବ ବୋଲି ଆତିଶୀ କହିଛନ୍ତି। मैं बार बार कहता हूँ की “BJP पूर्वांचलियों से नफ़रत

ଦିଲ୍ଲୀରେ ଛଟପୂଜା ଘାଟକୁ ନେଇ ଜୋର ଧରିଲା ରାଜନୀତି, ଆତିଶୀ କହିଲେ- ଘାଟ ଉପରେ ରୋକ ଲଗାଉଛି ବିଜେପି

ନୂଆଦିଲ୍ଲୀ ୨।୧୧: ରାଜଧାନୀ ଦିଲ୍ଲୀରେ ଛଟ ପୂଜା ପ୍ରସ୍ତୁତି ମଧ୍ୟରେ ଆମ ଆଦମୀ ପାର୍ଟି (ଆପ) ଓ ବିଜେପି ମଧ୍ୟରେ ରାଜନୀତି ଆରମ୍ଭ ହୋଇଯାଇଛି। ଘାଟ ପ୍ରସଙ୍ଗକୁ ନେଇ ଆପ୍ ଏବେ ବିଜେପିକୁ ବିରୋଧ କରିଛି। ଏଥିରେ ମୁଖ୍ୟମନ୍ତ୍ରୀ ଆତିଶୀ ବିଜେପି ଉପରେ ଛଟ ଘାଟ ଉପରେ ରୋକ ଲଗାଇବାର ଅଭିଯୋଗ ଆଣିଛନ୍ତି। ଅନ୍ୟପଟେ ମନ୍ତ୍ରୀ ସୌରଭ ଭରଦ୍ୱାଜ ଓ ସାଂସଦ ସଞ୍ଜୟ ସିଂହ ମଧ୍ୟ ପ୍ରସଙ୍ଗରେ ବିଜେପିକୁ ଘେରିଛନ୍ତି। 


ଆତିଶୀ ଏ ନେଇ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଛନ୍ତି। ଲେଖିଛନ୍ତି ବିଜେପି ପୂର୍ବାଞ୍ଚଳର ଲୋକଙ୍କୁ ଘୃଣା କରୁଛି। ସେମାନଙ୍କ ରାଜନୀତିର ସ୍ତର ଏତେ ନିମ୍ନକୁ ଖସିଯାଇଛି ଯେ ଗ୍ରେଟର କୈଳାଶରେ ଡିଡିଏ ମାଧ୍ୟମରେ ଛଟ ଘାଟ ଉପରେ ରୋକ ଲଗାଉଛନ୍ତି। ଆସ୍ଥାର ମହାପର୍ବ ଛଟ ପୂଜା ପାଇଁ ଏପରି ଘୃଣ୍ୟ ରାଜନୀତି ବରଦାସ୍ତ ଯୋଗ୍ୟ ନୁହେଁ, ବିଜେପିକୁ ଏହାର ଫଳ ଭୋଗିବାକୁ ପଡିବ ବୋଲି ଆତିଶୀ କହିଛନ୍ତି। 



ସେହିପରି ଆମ ଆଦମୀ ପାର୍ଟି ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ସିଂହ ବିଜେପିକୁ ଟାର୍ଗେଟ କରିଛନ୍ତି। ଏ ନେଇ ସେ ଏକ୍ସ ରେ ଏକ ପୋଷ୍ଟ କରିଥିବା ବେଳେ ଛଟ ଘାଟ ସହ ଖେଳିଲେ ଏହାର ପରିଣାମ ଭୋଗିବାକୁ ପ୍ରସ୍ତୁତ ରହିବାକୁ ପଡିବ ବୋଲି ଚେତାବନୀ ଦେଇଛନ୍ତି। ସେହିପରି ଦିଲ୍ଲୀ ମନ୍ତ୍ରୀ ସୌରଭ ଭରଦ୍ୱାଜ ମଧ୍ୟ ଛଟ ଘାଟକୁ ନେଇ ହେଉଥିବା ରାଜନୀତିକୁ ବିରୋଧ କରିବା ସହ  ସତପୁଲା ଗ୍ରାଉଣ୍ଡ ଗସ୍ତ କରିଛନ୍ତି।