ଆକ୍ସନମୋଡ଼ରେ ବନବିଭାଗ, ୭ ଶିକାରୀ ଗିରଫ ସହ ୭ ବନ୍ଧୁକ ଜବତ
ନୀଳଗିରି ୨୩।୦୩ : ଆକ୍ସନମୋଡ଼ରେ କୁଳଡିହା ବନବିଭାଗ । କୁଳଡିହା ଅଭୟାରଣ୍ୟରେ କମ୍ବିଂ ଅପରେସନର ୨ୟ ଦିନ । ଏହି ଚଢାଉରେ ୭ ଶିକାରୀଙ୍କୁ ଗିରଫ କରିବା ସହ ୭ ଦେଶୀ ବନ୍ଧୁକ ଜବତ ହୋଇଛି । ଖବର ଅନୁଯାୟୀ, ସୋମବାର ମଧ୍ୟରାତିରେ ବନବିଭାଗ ପାଟ୍ରୋଲିଂ କରୁଥିଲା । ଏହି ସମୟରେ ଶିକାରୀଙ୍କ ଗୁଳିରେ ଦୁଇ ବନକର୍ମଚାରୀ ଗୁରୁତର ହୋଇଥିଲା । ଏହାପରେ ଆକ୍ସନମୋଡ଼କୁ ଆସିଛି କୁଳଡିହା ବନବିଭାଗ । ମଙ୍ଗଳବାର ଭୋର ସମୟରେ ନୀଳଗିରି ପୋଲିସ ଏବଂ ବନବିଭାଗର ମିଳିତ ଚଢାଉରେ ଔପଦ ବ୍ଲକ କାଣ୍ଡଗରଡି ପଞ୍ଚାୟତ ମଲ୍ଲିବଣିଆ ଗାଁର ଜଗବନ୍ଧୁ ସିଂ ନାମକ ବ୍ୟକ୍ତିଙ୍କ ଘରୁ ୪ରୁ ଅଧିକ ଦେଶୀ ବନ୍ଧୁକ, ଲୁହା ବ୍ୟାରେଲ ସହ ବନ୍ଧୁକ ତିଆରି ସରଞ୍ଜାମ, ଦେଶୀ ପିସ୍ତଲ ମିଳିବା ପରେ ବନ୍ଧୁକ ତିଆରି କାରଖାନା ଚାଲିଥିବା ଠାବ କରାଯାଇଥିଲା । ତେବେ ଅଭୟାରଣ୍ୟ ପାଦଦେଶରେ ବହୁ ସଂଖ୍ୟାରେ ଦେଶୀ ବନ୍ଧୁକ ଥିବାର ସୂଚନା ପାଇ ବନବିଭାଗ ଚଢାଉ କରିଥିଲା । ଶେଷରେ ପିସିସିଏଫ୍ଙ୍କ ନିର୍ଦ୍ଦେଶରେ ବାଲେଶ୍ୱର ଏସିଏଫ୍ ଶୋଭନ ଦିଗନ୍ତ ଚାନ୍ଦଙ୍କ ନେତୃତ୍ୱରେ କୁଳଡିହା ରେଞ୍ଜର ପ୍ରବୀର ମୁର୍ମୁ, ଫରେଷ୍ଟର, ଫରେଷ୍ଟ ଗାର୍ଡ, ସବୁଜବାହିନୀ, ଶିମିଳିପାଳ ଟାଇଗର ପ୍ରୋଟେକ୍ସନ୍ ଫୋର୍ସ ଓ ନୀଳଗିରି ପୋଲିସର ମିଳିତ ସହଯୋଗରେ ରାତିଅଧିଆ କୁମ୍ବିଂ ଅପରେସନ କରାଯାଇଥିଲା। ସେହିପରି ଶୁକ୍ରବାର ରାତିରେ ବରହମପୁର ପୋଲିସ ସହାୟତାର ସୀମାନ୍ତ ଗାଁ ଗୁଡିକରେ ଅତର୍କିତ ଚଢ଼ାଉ
ନୀଳଗିରି ୨୩।୦୩ : ଆକ୍ସନମୋଡ଼ରେ କୁଳଡିହା ବନବିଭାଗ । କୁଳଡିହା ଅଭୟାରଣ୍ୟରେ କମ୍ବିଂ ଅପରେସନର ୨ୟ ଦିନ । ଏହି ଚଢାଉରେ ୭ ଶିକାରୀଙ୍କୁ ଗିରଫ କରିବା ସହ ୭ ଦେଶୀ ବନ୍ଧୁକ ଜବତ ହୋଇଛି ।

ଖବର ଅନୁଯାୟୀ, ସୋମବାର ମଧ୍ୟରାତିରେ ବନବିଭାଗ ପାଟ୍ରୋଲିଂ କରୁଥିଲା । ଏହି ସମୟରେ ଶିକାରୀଙ୍କ ଗୁଳିରେ ଦୁଇ ବନକର୍ମଚାରୀ ଗୁରୁତର ହୋଇଥିଲା । ଏହାପରେ ଆକ୍ସନମୋଡ଼କୁ ଆସିଛି କୁଳଡିହା ବନବିଭାଗ । ମଙ୍ଗଳବାର ଭୋର ସମୟରେ ନୀଳଗିରି ପୋଲିସ ଏବଂ ବନବିଭାଗର ମିଳିତ ଚଢାଉରେ ଔପଦ ବ୍ଲକ କାଣ୍ଡଗରଡି ପଞ୍ଚାୟତ ମଲ୍ଲିବଣିଆ ଗାଁର ଜଗବନ୍ଧୁ ସିଂ ନାମକ ବ୍ୟକ୍ତିଙ୍କ ଘରୁ ୪ରୁ ଅଧିକ ଦେଶୀ ବନ୍ଧୁକ, ଲୁହା ବ୍ୟାରେଲ ସହ ବନ୍ଧୁକ ତିଆରି ସରଞ୍ଜାମ, ଦେଶୀ ପିସ୍ତଲ ମିଳିବା ପରେ ବନ୍ଧୁକ ତିଆରି କାରଖାନା ଚାଲିଥିବା ଠାବ କରାଯାଇଥିଲା । ତେବେ ଅଭୟାରଣ୍ୟ ପାଦଦେଶରେ ବହୁ ସଂଖ୍ୟାରେ ଦେଶୀ ବନ୍ଧୁକ ଥିବାର ସୂଚନା ପାଇ ବନବିଭାଗ ଚଢାଉ କରିଥିଲା । ଶେଷରେ ପିସିସିଏଫ୍ଙ୍କ ନିର୍ଦ୍ଦେଶରେ ବାଲେଶ୍ୱର ଏସିଏଫ୍ ଶୋଭନ ଦିଗନ୍ତ ଚାନ୍ଦଙ୍କ ନେତୃତ୍ୱରେ କୁଳଡିହା ରେଞ୍ଜର ପ୍ରବୀର ମୁର୍ମୁ, ଫରେଷ୍ଟର, ଫରେଷ୍ଟ ଗାର୍ଡ, ସବୁଜବାହିନୀ, ଶିମିଳିପାଳ ଟାଇଗର ପ୍ରୋଟେକ୍ସନ୍ ଫୋର୍ସ ଓ ନୀଳଗିରି ପୋଲିସର ମିଳିତ ସହଯୋଗରେ ରାତିଅଧିଆ କୁମ୍ବିଂ ଅପରେସନ କରାଯାଇଥିଲା।

ସେହିପରି ଶୁକ୍ରବାର ରାତିରେ ବରହମପୁର ପୋଲିସ ସହାୟତାର ସୀମାନ୍ତ ଗାଁ ଗୁଡିକରେ ଅତର୍କିତ ଚଢ଼ାଉ କରାଯାଇଛି। ଟିଆକଟା ଗାଁର ରୁହ୍ୟା ସିଂ (୨୩), ଉପର ରାଉଡ଼ିଆ ଗ୍ରାମର ରବିନ କିସ୍କୁ(୨୪) ଓ ବିଂଝୁ କିସ୍କୁ (୪୫), ତଳ ରାଉଡିଆର ଶୁକୁରା ସିଂ (୨୮) କୁଟିବନ୍ଧ ଗାଁର ସୁନାରାମ ସିଂ (୩୯), ଗୌର ସିଂ (୩୦) ଏବଂ ମୁନସୀ ସିଂ (୩୦) ଙ୍କ ପାଖରୁ ୭ଟିଦେଶୀ ବନ୍ଧୁକ ଜବତ କରାଯାଇଥିବା ବେଳେ ସମସ୍ତଙ୍କ ଗିରଫ କରାଯାଇଛି। ତେବେ ଏତେ ପରିମାଣରେ ବନ୍ଧୁକ ଜବତ ହେଉଥିବା ବେଳେ ପୋଲିସ କିମ୍ବା ବନବିଭାଗ ପାଖରେ କିଭଳି ଖୋଜ ଖବର ନଥିଲା ଏନେଇ ପ୍ରଶ୍ନ ଉଠୁଛି।