ବେଞ୍ଜାମିନ ନେତାନ୍ୟାହୁଙ୍କ ଘର ଉପରକୁ ଫ୍ଲାସ୍ ବୋମା ମାଡ଼: ଇସ୍ରାଏଲ ଧମକ- ଏବେ ରେଡ ଲାଇନ ପାର୍
ନୂଆଦିଲ୍ଲୀ: ଇସ୍ରାଏଲ ହମାସ-ହିଜବୁଲ୍ଲା ଯୁଦ୍ଧରେ ଏକ ବଡ଼ ଅପଡେଟ୍ ଆସିଛି। ଇସ୍ରାଏଲ ରାଷ୍ଟ୍ରପତି ବେଞ୍ଜାମିନ ନେତାନ୍ୟାହୁଙ୍କ ଘର ଉପରେ ଦୁଇଟି ଫ୍ଲାସ୍ ବୋମା ମାଡ଼ କରିବାକୁ ଚେଷ୍ଟା କରାଯାଇଛି। ଉତ୍ତର ଇସ୍ରାଏଲ୍ର କେସରିଆ ସହର ନିକଟସ୍ଥ ନେତାନ୍ୟାହୁଙ୍କ ବାସଭବନର ବଗିଚାରୁ ଶନିବାର ଦୁଇଟି ଫ୍ଲାସ୍ ବୋମା ଉଦ୍ଧାର କରାଯାଇଛି।ଏନେଇ ଇସ୍ରାଏଲ ପୁଲିସ ପକ୍ଷରୁ ସୂଚନା ଦେଇଛି। ଆକ୍ରମଣ ସମୟରେ ନେତାନ୍ୟାହୁ କିମ୍ବା ତାଙ୍କ ପରିବାର ଲୋକେ କେହି ବାସଭବନରେ ନଥିଲେ। ଏହାଛଡ଼ା ଏହି ବୋମାମାଡ଼ରେ କୌଣସି କ୍ଷୟକ୍ଷତି ହୋଇ ନାହିଁ ବୋଲି ପୁଲିସ କହିଛି। ହେଲେ ଘଟଣାକୁ ଗୁରୁତର ସହ ନେଇଛି ଇସ୍ରାଏଲ। ପ୍ରତିରକ୍ଷା ମନ୍ତ୍ରୀ ଇସ୍ରାଏଲ କାଟ୍ଜ ଏକ୍ସରେ ପୋଷ୍ଟ କରି ଚେତାବନୀ ଦେଇ କହିଛନ୍ତି ଯେ ଏହି ଘଟଣା ସବୁ ରେଡ୍ ଲାଇନ୍ ଟପି ଯାଇଛି। ଶନିବାର ଏକ୍ସରେ ପୋଷ୍ଟ କରି କାଟ୍ଜ ଲେଖିଛନ୍ତି “ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କୁ ଇରାନ ଓ ଏହା ସମର୍ଥିତ ଗ୍ରୁପମାନେ ହତ୍ୟା କରିବାକୁ ଉଦ୍ୟମ କରୁଛନ୍ତି। ହେଲେ ତାଙ୍କୁ ଘର ପର୍ଯ୍ୟନ୍ତ ଏଭଳି ଧମକ ମିଳିବ ଅସମ୍ଭବ। ” ତେଣୁ ଏହି ମାମଲାରେ ସୁରକ୍ଷା ଓ ନ୍ୟାୟିକ ଏଜେନ୍ସିକୁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଇସ୍ରାଏଲ ରାଷ୍ଟ୍ରପତି ଇସାକ ହେରଜୋଗ ଘଟଣାକୁ ନିନ୍ଦା କରିବା ସହିତ ତଦନ୍ତ ଜାରି ରହିଛି ବୋଲି ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛନ୍ତି।ସେହିପରି ସୁରକ୍ଷା ମନ୍ତ୍ରୀ ଇତାମର ବେନ-ଜ
ନୂଆଦିଲ୍ଲୀ: ଇସ୍ରାଏଲ ହମାସ-ହିଜବୁଲ୍ଲା ଯୁଦ୍ଧରେ ଏକ ବଡ଼ ଅପଡେଟ୍ ଆସିଛି। ଇସ୍ରାଏଲ ରାଷ୍ଟ୍ରପତି ବେଞ୍ଜାମିନ ନେତାନ୍ୟାହୁଙ୍କ ଘର ଉପରେ ଦୁଇଟି ଫ୍ଲାସ୍ ବୋମା ମାଡ଼ କରିବାକୁ ଚେଷ୍ଟା କରାଯାଇଛି। ଉତ୍ତର ଇସ୍ରାଏଲ୍ର କେସରିଆ ସହର ନିକଟସ୍ଥ ନେତାନ୍ୟାହୁଙ୍କ ବାସଭବନର ବଗିଚାରୁ ଶନିବାର ଦୁଇଟି ଫ୍ଲାସ୍ ବୋମା ଉଦ୍ଧାର କରାଯାଇଛି।
ଏନେଇ ଇସ୍ରାଏଲ ପୁଲିସ ପକ୍ଷରୁ ସୂଚନା ଦେଇଛି। ଆକ୍ରମଣ ସମୟରେ ନେତାନ୍ୟାହୁ କିମ୍ବା ତାଙ୍କ ପରିବାର ଲୋକେ କେହି ବାସଭବନରେ ନଥିଲେ। ଏହାଛଡ଼ା ଏହି ବୋମାମାଡ଼ରେ କୌଣସି କ୍ଷୟକ୍ଷତି ହୋଇ ନାହିଁ ବୋଲି ପୁଲିସ କହିଛି। ହେଲେ ଘଟଣାକୁ ଗୁରୁତର ସହ ନେଇଛି ଇସ୍ରାଏଲ। ପ୍ରତିରକ୍ଷା ମନ୍ତ୍ରୀ ଇସ୍ରାଏଲ କାଟ୍ଜ ଏକ୍ସରେ ପୋଷ୍ଟ କରି ଚେତାବନୀ ଦେଇ କହିଛନ୍ତି ଯେ ଏହି ଘଟଣା ସବୁ ରେଡ୍ ଲାଇନ୍ ଟପି ଯାଇଛି।
ଶନିବାର ଏକ୍ସରେ ପୋଷ୍ଟ କରି କାଟ୍ଜ ଲେଖିଛନ୍ତି “ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କୁ ଇରାନ ଓ ଏହା ସମର୍ଥିତ ଗ୍ରୁପମାନେ ହତ୍ୟା କରିବାକୁ ଉଦ୍ୟମ କରୁଛନ୍ତି। ହେଲେ ତାଙ୍କୁ ଘର ପର୍ଯ୍ୟନ୍ତ ଏଭଳି ଧମକ ମିଳିବ ଅସମ୍ଭବ। ” ତେଣୁ ଏହି ମାମଲାରେ ସୁରକ୍ଷା ଓ ନ୍ୟାୟିକ ଏଜେନ୍ସିକୁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଇସ୍ରାଏଲ ରାଷ୍ଟ୍ରପତି ଇସାକ ହେରଜୋଗ ଘଟଣାକୁ ନିନ୍ଦା କରିବା ସହିତ ତଦନ୍ତ ଜାରି ରହିଛି ବୋଲି ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛନ୍ତି।
ସେହିପରି ସୁରକ୍ଷା ମନ୍ତ୍ରୀ ଇତାମର ବେନ-ଜଭିର ଶନିବାର ଏକ୍ସରେ ପୋଷ୍ଟ ଲେଖିଛନ୍ତି “ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ ବିରୋଧରେ ଉସ୍କାଇବାର ସମସ୍ତ ସୀମା ପାର୍ ହୋଇଯାଇଛି। ଆଜି ରାତିରେ ତାଙ୍କ ଘର ଉପରକୁ ଫ୍ଲାସ୍ ବୋମାମାଡ଼ କରିବା ସମସ୍ତ ରେଡ୍ ଲାଇନ ପାର୍ କରିଛି।”
ଅକ୍ଟୋବର ମାସରେ ମଧ୍ୟ ଠିକ୍ ଏଭଳି ଏକ ଆକ୍ରମଣ ହୋଇଥିଲା। ନେତାନ୍ୟାହୁଙ୍କ ଘର ଆଡ଼କୁ ଏକ ଡ୍ରୋନ ମାଡ଼ କରାଯାଇଥିଲା।ଅକ୍ଟୋବର ୨୦୨୩ ଠାରୁ ଇସ୍ରାଏଲ ହିଜବୁଲ୍ଲା ଉପରେ ଆକ୍ରମଣ ଜାରି ରଖିଛି। ଏହାର ମୁଖ୍ୟକୁ ବି ହତ୍ୟା କରି ସାରିଛି। ତେଣୁ ଏହି ଆକ୍ରମଣ କରାଯାଇଥାଇପାରେ ବୋଲି କୁହାଯାଉଛି। ହେଲେ ଏପର୍ଯ୍ୟନ୍ତ ଆକ୍ରମଣ ପାଇଁ କେହି ନିଜକୁ ଦାୟୀ କରି ନାହାନ୍ତି।